ETV Bharat / state

ଫୁଲବାଣୀକୁ ରେଳ ସଂଯୋଗୀକରଣ ଦାବି, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

author img

By ETV Bharat Odisha Team

Published : Sep 15, 2023, 3:59 PM IST

ଫୁଲବାଣୀକୁ ରେଳ ଲାଇନ ସଂଯୋଗୀକରଣକୁ ନେଇ ଦାବି ତେଜିବାରେ ଲାଗିଛି । ନେଇ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ରେଳବାଇ କ୍ରିୟାନୁଷ୍ଠାନ କମିଟିର ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ନେଇ ଚେତାବନୀ । ଅଧିକ ପଢ଼ନ୍ତୁ

ଫୁଲବାଣୀକୁ ରେଳ ସଂଯୋଗୀକରଣ ଦାବି
phulbani railway committee gave memorandum to prime minister through kandhamal collector
ଫୁଲବାଣୀକୁ ରେଳ ସଂଯୋଗୀକରଣ ଦାବି

ଫୁଲବାଣୀ: ଫୁଲବାଣୀକୁ ରେଳ ଲାଇନ ସଂଯୋଗୀକରଣକୁ ନେଇ ପୁଣି ଉଠିଲା ଦାବି । ଏନେଇ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ରେଳବାଇ କ୍ରିୟାନୁଷ୍ଠାନ କମିଟି ଦାବି ପତ୍ର ପ୍ରଦାନ କରିଛି । ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ଦେଇ ପ୍ରସ୍ତାବିତ ରେଳ ପ୍ରକଳ୍ପ କାର୍ଯ୍ୟକାରି କରିବା ଲାଗି ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରିବା ନେଇ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଫୁଲବାଣୀକୁ ରେଳ ଲାଇନ ସଂଯୋଗୀକରଣକୁ ନେଇ ଦାବି ତେଜିବାରେ ଲାଗିଛି । ଏନେଇ କନ୍ଧମାଳ ରେଳବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କମିଟି ଅଧ୍ୟକ୍ଷ କମଳାକାନ୍ତ ପାଣ୍ଡେଙ୍କ ନେତୃତ୍ବରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କୁ ଗୁରୁବାର ସଂନ୍ଧ୍ୟାରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ଦେଇ ପ୍ରସ୍ତାବିତ ରେଳ ପ୍ରକଳ୍ପ କାର୍ଯ୍ୟକାରି କରିବା ଲାଗି ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି l

ତେବେ ଫୁଲବାଣୀ ସଦର ମହକୁମାକୁ ରେଳଲାଇନ ସଂଯୋଗୀକରଣ ନହେବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ରେଲୱେ ୱେବସାଇଟରେ ଫୁଲବାଣୀ ସଦର ମହକୁମାକୁ ରେଳ ଲାଇନ ଛୁଇଁବ ନାହିଁ ବୋଲି ଜଣାପଡିବା ପରେ ଜିଲାର ନାଗରିକ ମାନଙ୍କ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ପୂର୍ବରୁ କମିଟି ପକ୍ଷରୁ ରେଳମନ୍ତ୍ରୀ ଆଶ୍ୱିନ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ପୂର୍ବତଟ ରେଲୱେ ଅଧିକାରୀଙ୍କୁ ଅବଗତ କରାଯାଇଥିବା ବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି ।

ତେବେ ଜିଲ୍ଲପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ ବରିଷ୍ଠ ସାମ୍ବାଦିକ ଡଃ ଅରୂପ ଜେନା, ଓକିଲ ସଂଘ ସଭାପତି ଭଗବାନ ମହାନ୍ତି, ସମାଜସେବୀ ଅଶୋକ ପରିଡା, ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ସନ୍ତୋଷ ଦିଗାଲ, ରାଜକିଶୋର ପାଢୀ, ପ୍ରମୋଦ ସାହୁ, ମଧୁସୂଦନ ସାହୁ, ସତ୍ୟ ପ୍ରିୟ ମହାନ୍ତି ପ୍ରମୂଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ l ଗତ ୧୫ଦିନ ତଳେ ଜିଲ୍ଲାର ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ରେଳମନ୍ତ୍ରୀ, ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ, ରାଜ୍ୟ ସରକାର, କେନ୍ଦ୍ର ସରକାର ଓରିଡେଲ କର୍ତ୍ତୃପକ୍ଷଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଥିଲା । କେନ୍ଦ୍ର ସରକାର ରେଳ ବିହୀନ କନ୍ଧମାଳ ଜିଲାର ସଦର ମହକୁମାକୁ ରେଳ ସଂଯୋଗ ପାଇଁ ପଦକ୍ଷେପ ନନେଲେ ଜିଲ୍ଲାବାସୀ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଫୁଲବାଣୀ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.