ଫୁଲବାଣୀ: କନ୍ଧମାଳ ନାବାଳିକା ଦୁଷ୍କର୍ମ ମାମଲା ରାୟ ପ୍ରକାଶ । ଅଭିଯୁକ୍ତକୁ 10 ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କଲେ କୋର୍ଟ । ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି ଫୁଲବାଣୀ ଫାଷ୍ଟ ଟ୍ରାକ ପୋକସୋ କୋର୍ଟ । ଏହା ସହ ଅଭିଯୁକ୍ତକୁ ଏକ ଲକ୍ଷ ଟଙ୍କାର ଜରିମାନା କରାଯାଇଥିବା ବେଳେ ଜରିମାନା ଅନାଦେୟ ହେଲେ ଦୋଷୀକୁ ଅଧିକ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଫୁଲବାଣୀ ନାରାୟଣୀ ସାହିର ଦୁର୍ଗା ପ୍ରସାଦ ପ୍ରଧାନ।
ଦୁଷ୍କର୍ମ ମାମଲା ରାୟ ନେଇ ପଢନ୍ତୁ କିଛି ଖବର..
ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲା, ଦୋଷୀକୁ ୩ ଵର୍ଷ ସଶ୍ରମ କାରାଦଣ୍ଡ
ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ, ଦୋଷୀକୁ 20 ବର୍ଷ ଜେଲ
Kandhamal Rape Case: ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍
ସୂଚନା ଅନୁସାରେ, ଅଭିଯୁକ୍ତ ଦୁର୍ଗା ବିବାହର ପ୍ରଲୋଭନ ଦେଖାଇ ପୀଡ଼ିତା ନାବାଳିକାକୁ ନିଜ ଘରକୁ ଡାକି ବାରମ୍ବାର ଦୁଷ୍କର୍ମ କରିଥିଲା । ଯାହା ଫଳରେ ପୀଡ଼ିତା ଗର୍ଭବତୀ ହୋଇଥିଲା । ବାରମ୍ବାର ଅନୁରୋଧ ପରେ ମଧ୍ୟ ଅଭିଯୁକ୍ତ ବିବାହ କରିବାକୁ ପ୍ରତ୍ୟାଖ୍ୟାନ କରିଥିଲେ । ପରେ ପୀଡିତା ଅଭିଯୁକ୍ତର ବାପା ମାଆଙ୍କୁ କହିବା ସତ୍ତ୍ବେ ମଧ୍ୟ ଅଭିଯୁକ୍ତର ପରିବାର ଲୋକେ କେହି ଶୁଣିନଥିଲେ ନାବାଳିକାର କଥା ।
ଶେଷରେ ବାଧ୍ୟ ହୋଇ ସାତ ମାସ ଗର୍ଭବତୀ ପୀଡ଼ିତା ଫୁଲବାଣୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାଧିକାରୀ ୨୪୯/୧୬ରେ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ଦୁର୍ଗାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଗତକାଲି(ଶୁକ୍ରବାର) ଏହି ମାମଲାର ଶୁଣାଣୀ କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋକସୋ କୋର୍ଟ ବିଚାରପତି ଭାଷ୍କର ଚନ୍ଦ୍ର ସାହୁ ୧୭ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ସାଇଣ୍ଟିଫିକ ରିପୋର୍ଟକୁ ଆଧାର କରି ଉପରୋକ୍ତ ରାୟ ଶୁଣାଇଛନ୍ତି ।
ମାମଲାଟିକୁ୍ ସରକାରଙ୍କ ପକ୍ଷରୁ ପୋସ୍କୋ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ । ତେବେ ଜିଲ୍ଲାରେ ବାରମ୍ବାର ଏପରି ମାମଲାର ରୋକ ଲାଗୁ ନଥିବା ବେଳେ କୋର୍ଟ ମଧ୍ୟ ବହୁ ଅଭିଯୁକ୍ତଙ୍କୁ କୋଠର ଦଣ୍ଡରେ ଦଣ୍ଡିତ କରୁଛନ୍ତି । ଏଭଳି କୋର୍ଟଙ୍କ ରାୟକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଉଛି । ଏଭଳି ଦଣ୍ଡ ବିଧାନ ହେଲେ ଆଗାମୀ ଦିନରେ ଏଭଳି ଘୃଣ୍ୟ କାମରୁ ଅଭିଯୁକ୍ତ ମାନେ ନିବୃତ୍ତ ରହିବେ ବୋଲି ଆଶା କରାଯାଉଛି ।
ଇଟିଭି ଭାରତ,କନ୍ଧମାଳ