ETV Bharat / state

ସାଲୁଙ୍କି ନଦୀ ପ୍ରଦୂଷଣ: ଫୁଲବାଣୀରେ ଦୂଷିତ ଜଳ ପ୍ରକ୍ରିୟାକରଣ ପ୍ରକଳ୍ପ ପ୍ରତିଷ୍ଠା ଲାଗି ନିର୍ଦ୍ଦେଶ

author img

By

Published : Aug 5, 2022, 11:50 AM IST

ସାଲୁଙ୍କି ନଦୀ ପ୍ରଦୂଷଣ ମାମଲାରେ ଫୁଲବାଣୀ ସ୍ଥାୟୀ ଲୋକ ଅଦାଲତଙ୍କ ନିର୍ଦ୍ଦେଶ । ୧୫ ଦିନ ଭିତରେ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ପୌରପରିଷଦକୁ କହିଲେ ଅଦାଲତ । ଅଧିକ ପଢନ୍ତୁ

ସାଲୁଙ୍କି ନଦୀ ପ୍ରଦୂଷଣ: ଫୁଲବାଣୀରେ ସ୍ବେରେଜ ଟ୍ରିଟେମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ନିର୍ଦ୍ଦେଶ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତଥା ଫୁଲବାଣୀ ସହରର ଜୀବନର ରେଖା ହେଉଛି ସାଲୁଙ୍କି ନଦୀ । ହେଲେ ଏହି ନଦୀଜଳ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି । ସହରର ଲୋକେ ଅଳିଆ, ଆବର୍ଜନା, ମଇଳା ପାଣି ସିଧାସଳଖ ନଦୀକୁ ଛାଡୁଛନ୍ତି । ଫୁଲବାଣୀ ପୌର ପରିଷଦ ଏହା ଉପରେ କିଛି ପଦକ୍ଷେପ ନେଉନାହିଁ । ଯାହାଫଳରେ ନଦୀ ପାଣି ଉପରେ ନିର୍ଭରଶୀଳ ଲୋକେ ନାନାଦି ରୋଗରେ ପଡୁଛନ୍ତି । ଫୁଲବାଣୀ ସ୍ଥାୟୀ ଲୋକ ଅଦାଲତରେ ଏ ସମ୍ପର୍କିତ ଏକ ମାମଲା ଦାଏର ହୋଇଥିବାବେଳେ, ଏହାର ବିଚାର ଶେଷ ହୋଇ ରାୟ ପ୍ରକାଶ ପାଇଛି । ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ସନ୍ତୋଷ କୁମାର ନାୟକ ୧୫ ଦିନ ମଧ୍ୟରେ ଦୂଷିତ ଜଳ ପ୍ରକ୍ରିୟାକରଣ ପ୍ରକଳ୍ପ/ ସ୍ବେୱେଜ ଟ୍ରିଟେମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରି ବିଶୁଦ୍ଧ ପାଣି ନଦୀରେ ଛାଡିବାକୁ ଫୁଲବାଣୀ ପୌର ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ।

ସାଲୁଙ୍କୀ ନଦୀ ପ୍ରଦୂଷଣ: ଦୂଷିତ ଜଳ ପ୍ରକ୍ରିୟାକରଣ ପ୍ରକଳ୍ପ କରିବାକୁ ଲୋକ ଅଦାଲତଙ୍କ ନିର୍ଦ୍ଦେଶ

ଏଥିସହ ସହରର ପିଅନପଡା ଦେଇ ସାଲୁଙ୍କି ନଦୀ ପାର୍ଶ୍ବରେ ଏକ ଡ୍ରେନ ନିର୍ମାଣ କରିବା, ସହରର ସମସ୍ତ ଡ୍ରେନ ପାଣି ଏହି ନୂତନ ଡ୍ରେନରେ ଛାଡି ବିଶୁଦ୍ଧ କରିବା ପରେ ତାକୁ ନଦୀରେ ମିଶାଇବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେହିପରି ଘରର ଅଳିଆ, ଆବର୍ଜନା, ମଳ ଆଦି ଡ୍ରେନରେ ନ ଛାଡିବା ପାଇଁ ମାଇକ ଜରିଆରେ ଲୋକଙ୍କୁ ସଚେତନ କରିବାକୁ ପୌର ପରିଷଦ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଛନ୍ତି । ଯଦି କେହି ଏହାକୁ ନ ମାନନ୍ତି, ତାହାହେଲେ ଆଇନ ଅନୁସାରେ ସେମାନଙ୍କ ଠାରୁ ଫାଇନ ସଂଗ୍ରହ ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସାଲୁଙ୍କି ନଦୀ ପ୍ରଦୂଷଣ ସମ୍ପର୍କରେ ସହରର ମାଷ୍ଟ୍ରପଡାରେ ରହୁଥିବା ଅଶୋକ ପରିଡା ସ୍ଥାୟୀ ଲୋକ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ । ସେ ଏଥିରେ ଦର୍ଶାଇଥିଲେ ଯେ, ସହରରେ ବସବାସ କରୁଥିବା କିଛି ଲୋକେ ସିଧାସଳଖ ପାଇଖାନା ଏବଂ ଘରର ଦୂଷିତ ଜଳ ନଦୀକୁ ଛାଡୁଛନ୍ତି । ବର୍ଷା ଦିନେ ପୌର ପରିଷଦ ଡ୍ରେନର ଜଳ ଉଦବୃତ ହୋଇ ନଦୀରେ ମିଶୁଛି । ମଳ, ମୂତ୍ର ନଦୀରେ ସିଧାସଳଖ ମିଶୁଛି । ଯାହାଫଳରେ ନଦୀଜଳ ପ୍ରଦୂଷିତ ହେଉଛି । ନଦୀ କୂଳରେ ବସବାସ କରୁଥିବା ଗ୍ରାମରଲୋକେ ଏହାକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି । ଏହି ପାଣିରେ ବିଭିନ୍ନ ରାସାୟନିକ ପଦାର୍ଥ ଅପମିଶ୍ରଣ ସହ ବିଶାକ୍ତ ଦ୍ରବ୍ୟ ମଧ୍ୟ ମିଶୁଛି । ଯଦ୍ବାରା ପାଣିରେ ଫସଫରସ, ନାଇଟ୍ରୋଜେନର ପରିମାଣ ବୃଦ୍ଧି ପାଉଛି । ସମ୍ପୂର୍ଣ୍ଣ ଭାବେ ଏହି ଜଳ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ବ୍ୟବହାରୀ ଉପଯୋଗୀ ହୋଇନାହିଁ । କିନ୍ତୁ କୌଣସି ବିକଳ୍ପ ନ ଥିବାରୁ ଲୋକେ ଏହାକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଫଳରେ ବିଭିନ୍ନ ରୋଗର ଶିକାର ହୋଇ ମୃତ୍ୟୁମୁଖରେ ପଡୁଛନ୍ତି । ଏପରିକି ଗୋଟିଏ ବର୍ଷ ପର୍ଯ୍ୟନ୍ତ ଏହି ନଦୀ ଜଳରେ ହେପାଟାଇଟସ୍ ଭାଇରସ୍ ବଳବତ୍ତର ଥିଲା ।

ନର୍ମଦା ବଞ୍ଚାଅ ଆନ୍ଦୋଳନରେ ସ୍ବଚ୍ଛ ପାଣି ପାଇବା ସମସ୍ତଙ୍କ ମୌଳିକ ଅଧିକାର ବୋଲି ସମ୍ବିଧାନର ଧାରା ୨୧ରେ ଉଲ୍ଲେଖ ଥିବା ସୁପ୍ରିମକୋର୍ଟ ଦର୍ଶାଇଥିଲେ । ତେଣୁ ସାଲୁଙ୍କୀ ନଦୀକୁ ସ୍ବଚ୍ଛ କରିବା ପାଇଁ ଫୁଲବାଣୀ ସହରରେ ସ୍ବେରେଜ ଟ୍ରିଟେମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଆବେଦନକାରୀ ଅଦାଲତକୁ ନିବେଦନ କରିଥିଲେ ।

ସୂଚନାଯୋଗ୍ୟ, ୨୦୧୨ ମସିହା ଜୁନ ୧୬ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନଦୀଜଳ ଦୂଷିତ ସଂକ୍ରାନ୍ତରେ ଏକ ବୈଠକ ବସିଥିଲା । ଏଥିରେ ଉପଜିଲ୍ଲାପାଳ, ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ, ପୌର ନିର୍ବାହୀ ଅଧିକାରୀ, ଡାକପାଲା ଗ୍ରାମ କମିଟି ସମ୍ପାଦକ ବ୍ରହ୍ମା ବେହେରା(ଏବେ ମୃତ)ଙ୍କ ସମେତ ୧୨ ଜଣ ସଦସ୍ୟ ଉପସ୍ଥିତ ଥିଲେ । ସେହି ବୈଠକରେ ପୌର ପରିଷଦ ନିର୍ବାହୀ ଅଧିକାରୀ ପିଅନପଡା ଠାରୁ ଏକ ଡ୍ରେନ ସାଲୁଙ୍କି ନଦୀ ପାର୍ଶ୍ବରେ ନିର୍ମାଣ କରିବାକୁ କହିଥିଲେ । ଯେଉଁଥିରେ ସହରର ସବୁ ଆବର୍ଜନା, ଦୂଷିତ ପାଣି, ସହରର ଡ୍ରେନର ପାଣି ଆସି ମିଶିବ । ସେଠାରେ ବୈଜ୍ଞାନିକ ପ୍ରଣାଳୀରେ ପାଣି ବିଶୁଦ୍ଧକରଣ କରାଯାଇ ନଦୀରେ ମିଶା ଯିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.