ETV Bharat / state

ଫୁଲବାଣୀ ବିଧାୟକ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

author img

By

Published : Jul 10, 2022, 8:42 AM IST

ବିଧାୟକ ଅଙ୍ଗଦ କହଁର ଅସୁସ୍ଥ ହୋଇପଡିଛନ୍ତି । ଏନେଇ ସେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଅଧିକ ପଢନ୍ତୁ

Phulbani MLA ill, admitted to medical
ଫୁଲବାଣୀ ବିଧାୟକ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଫୁଲବାଣୀ: ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଅସୁସ୍ଥ । ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ସେ ଅସୁସ୍ଥ ଅନୁଭବ କରିବାକୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଡାକ୍ତରଙ୍କ କହିବା ମୁତାବକ ବିଧାୟକଙ୍କ ଶରୀରରେ ଜଳୀୟ ଅଂଶ ପରିମାଣ କମିବା ସହିତ ଡାଇରିଆ ହୋଇଥିବା ଯୋଗୁଁ ସେ ଅସୁସ୍ଥ ହୋଇପଡିଥିଲେ । କିନ୍ତୁ ବର୍ତ୍ତମାନ ସୁସ୍ଥ ଅନୁଭବ କରିବା ପରେ ବିଧାୟକଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । ଏଥିସହ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିବା ନେଇ ଡାକ୍ତର ପରାମର୍ଶ ଦେଇଛନ୍ତି । ତେବେ ଗତକାଲି ଭୁବନେଶ୍ବରରୁ ବିଧାୟକ ଫେରିଥିବା ନେଇ ସୂଚନା ମିଳିଛି ।

ନିକଟରେ ଫୁଲବାଣୀ ବିଧାୟକ ମାଟ୍ରିକ ପରୀକ୍ଷାରେ ୩୬୪ମାର୍କ ରଖି ଉତୀର୍ଣ୍ଣ ହୋଇଥିଲେ । ୫୮ବର୍ଷ ବୟସରେ ଏ ସଫଳତା ପାଇଥିବା ଯୋଗୁଁ ଫୁଲବାଣୀ ନୁହେଁ ପୁରା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଥିଲା ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.