ETV Bharat / state

ମରଣାନ୍ତକ ଆକ୍ରମଣ ମାମଲାରେ ୭ ବର୍ଷ ଜେଲ୍ ଗଲେ ଦୁଇ ଅଭିଯୁକ୍ତ

୨୦୧୪ରେ ଫୁଲବାଣୀରେ ଏକ ମରଣାନ୍ତକ ଆକ୍ରମଣ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍ ପଠାଇଲେ ଅତିରିକ୍ତ ଜିଲ୍ଲା ଜଜ୍ । ଅଧିକ ପଢନ୍ତୁ

ମରଣାନ୍ତକ ଆକ୍ରମଣ ମାମଲାରେ ୭ ବର୍ଷ ଜେଲ୍ ଗଲେ ଦୁଇ ଅଭିଯୁକ୍ତ
ମରଣାନ୍ତକ ଆକ୍ରମଣ ମାମଲାରେ ୭ ବର୍ଷ ଜେଲ୍ ଗଲେ ଦୁଇ ଅଭିଯୁକ୍ତ
author img

By

Published : Dec 1, 2022, 9:58 AM IST

ଫୁଲବାଣୀ: ୨୦୧୪ ମସିହାରେ ହୋଇଥିବା ଏକ ମରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ବୁଧବାର ଫୁଲବାଣୀ ଅତିରିକ୍ତ ଜିଲ୍ଲା ଜଜ୍ ଦୁଇ ଜଣ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଅଭିଯୁକ୍ତଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ଜରିମାନା ଅନାଦେୟ ହେଲେ ଆଉ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଏହି ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ଶଙ୍କରାଖୋଲର ବିକ୍ରମ ପଣ୍ଡା ଓ ବିକୁନ ସାହୁ ।

ସୂଚନା ମୁତାବକ, ଜନୈକ ଠିକାଦାର ଶ୍ରୀନିବାସ ମିଶ୍ର ଶଙ୍କରାଖୋଲର ବ୍ୟବସାୟୀ ବିକ୍ରମ ପଣ୍ଡାଙ୍କ ଠାରୁ କିଛି ସାମଗ୍ରୀ ବାକିରେ ନେଇଥିଲେ । ୨୦୧୪ ଜୁନ ୨୩ ତାରିଖ ଦିନ ଶ୍ରୀନିବାସ ପ୍ରାଡିପଦର ଉପ୍ରା ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିବା ନିଜ ସ୍ତ୍ରୀ ମୀରା ମହାପାତ୍ରଙ୍କୁ ସ୍କୁଲରେ ଛାଡିବା ପାଇଁ ଯାଉଥିବା ବେଳେ ବିକ୍ରମ ଓ ତାଙ୍କ ସାଙ୍ଗ ବିକୁନ ତାଙ୍କୁ ବାକି ଟଙ୍କା ମାଗିଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ବିକ୍ରମ ଶ୍ରୀନିବାସଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ମାଡ ଯୋଗୁଁ ଶ୍ରୀନିବାସ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହାମଧ୍ୟ ପଢନ୍ତୁ: OHRDC ଦୁର୍ନୀତି ମାମଲା: IAS ବିନୋଦ କୁମାରଙ୍କ ସହ ୫ ଦୋଷୀ ସାବ୍ୟସ୍ତ

ମୃତକଙ୍କ ସ୍ତ୍ରୀଙ୍କ ଏତଲା ଆଧାରରେ ସଦର ଥାନାରେ ଏନେଇ ୬୬/୧୪ରେ ଏକ ମାମଲା ରୁଜୁ କରାଯାଇ ଥଲା । ବୁଧବାର ଏହି ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଜଜ ସ୍ମୃତିରେଖା ବାରିକ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଶିବ ପ୍ରସାଦ ତ୍ରିପାଠୀ ପରିଚାଳନା କରୁଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.