ETV Bharat / state

ପାଣି ପାଇଁ ଡହଳବିକଳ, ଗରା ବାଲ୍ଟି ରଖି ଲୋକଙ୍କ ରାସ୍ତା ରୋକ - କନ୍ଧମାଳରେ ପାଣି ସମସ୍ୟା

କନ୍ଧମାଳ ଫୁଲବାଣୀ ଜିଲ୍ଲାରେ ଅସହ୍ୟ ଗରମ ସାଙ୍ଗକୁ ଘୋର ପାନୀୟ ଜଳର ଅଭାବ ଦେଖାଦେଇଛି । ପାଣି ପାଇଁ ଅମଲା ପଡା ଚର୍ଚ୍ଚ ରୋଡରେ ଲୋକେ ପାଣି ନପାଇ ରାସ୍ତାରୋକ କରିଛନ୍ତି ।

ପାଣି ପାଇଁ ଡହଳବିକଳ, ଗରା ବାଲ୍ଟି ରଖି ଲୋକଙ୍କ ରାସ୍ତା ରୋକ

author img

By

Published : May 26, 2020, 3:41 PM IST

ଫୁଲବାଣୀ: ତାତୁଛି ଫୁଲର ସହର ଫୁଲବାଣୀ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ଅସହ୍ୟ ଗରମ ଅନୁଭୂତ ହେଉଛି । ଗରମ ସାଙ୍ଗକୁ ସହରରେ ଉତ୍କଟ ହେଲେଣି ପାନୀୟ ସମସ୍ୟା । ଖରାରେ ଡହଳବିକଳ ହେଉଥିବାବେଳେ ଏପଟେ ପାଣି ବୁନ୍ଦାଏ ପାଇଁ କଲବଲ ହେଉଛନ୍ତି ସହରବାସୀ । ଅମଲା ପଡା ଚର୍ଚ୍ଚ ରୋଡରେ ଲୋକେ ପାଣି ନପାଇ ରାସ୍ତାରୋକ କରିଛନ୍ତି ।

ଅମଲା ପଡା ଚର୍ଚ୍ଚ ରୋଡରେ ଲୋକେ ପାଣି ନପାଇ ରାସ୍ତାରୋକ କରିଛନ୍ତି ।

ତିନି ଚାରି ଦିନରେ ଥରେ ପାଇପ ଯୋଗେ ଆସୁଛି ପାଣି। ଟ୍ୟାଙ୍କର ପାଣି ଯୋଗାଣର ବ୍ୟବସ୍ଥା ନାହିଁ। ଫଳରେ ସହରର ଅମଲା ପଡା ଚର୍ଚ୍ଚ ରୋଡ଼ ବାସିନ୍ଦା ଆଜି ରାସ୍ତାରୋକ କରିଛନ୍ତି । ଆଗକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜରାସ୍ତାରେ ଆନ୍ଦୋଳନ କରିବେ

ଚେତାବନୀ ଦେଇଛନ୍ତି।

ସେପଟେ, ପାଣି ପାଇଁ ଜନସ୍ୱାସ୍ଥ୍ୟ ବିଭାଗକୁ କହି କହି ଥକି ଗଲେଣି । କେହି ଏମାନଙ୍କ ଦାବିକୁ ଶୁଣିବାକୁ ନାରାଜ । ଫଳରେ ଡହ ଡହ ଖରାରେ ରାସ୍ତାରେ ହାଣ୍ଡି ମାଠିଆ ରଖି ରାସ୍ତା ରୋକ କରିଛନ୍ତି । ପ୍ରତିଶୃତି ନ ମିଳିଲେ ଏମିତି ଆନ୍ଦୋଳନ ଆଗକୁ ଜାରି ରହିବ ବୋଲି ମଧ୍ୟ କହିଛନ୍ତି ଆନ୍ଦୋଳନକାରୀ । ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଘରକୁ ପଠାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.