ଫୁଲବାଣୀ: ମହାମାରୀ କୋରୋନା ଲଢେଇ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି କିଛି ଜନ ସଂଗଠନ । ଏଥିରେ ସାମିଲ ହୋଇଛି କନ୍ଧମାଳ ଶଙ୍କରାଖୋଲର ଜନ ସଂଗଠନ ।
ଫୁଲବାଣୀ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫାଣ୍ଠି ପାଇଁ ଏକ ଚେକ୍ ପ୍ରଦାନ କରିଛନ୍ତି। ସଂଗଠନର ଏଭଳି କାର୍ଯ୍ୟ ପାଇଁ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଦେଇଛନ୍ତି । ଜିଲ୍ଲାର ଅନେକ ସଂଗଠନ ଓ ବ୍ୟକ୍ତିବିଶେଷ କୋରୋନା ଲଢେଇ ପାଇଁ ସରକାରଙ୍କୁ ଦାନ ଲଗାତାର କରୁଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ