ETV Bharat / state

5 କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ, ମେଡିକାଲରେ ପହଞ୍ଚି ଗଲା ଜୀବନ - କନ୍ଧମାଳର ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା

କନ୍ଧମାଳ ଜିଲ୍ଲାରେ ରାସ୍ତ ସମସ୍ୟାକୁ ନେଇ ବିକଳ ଚିତ୍ର । ଖଟିଆରେ ବୁହା ହୋଇ ମେଡିକାଲରେ ପହଞ୍ଚିଲେ ରୋଗୀ । ବଞ୍ଚାଇ ପାରିଲେନି ଡାକ୍ତର । ଅଧିକ ପଢନ୍ତୁ

କନ୍ଧମାଳର ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର

author img

By ETV Bharat Odisha Team

Published : Sep 15, 2023, 10:30 PM IST

କନ୍ଧମାଳର ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର

ଫୁଲବାଣୀ: କନ୍ଧମାଳର ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର । ଭଲ ରାସ୍ତାଟିଏ ନଥିବାରୁ ଗାଁକୁ ଆସି ପାରୁନି ଆମ୍ବୁଲାନ୍ସ । ଫଳରେ ଖଟିଆରେ ବୁହାହୋଇ ମେଡିକାଲରେ ପହଞ୍ଚିବା ପରେ ଚାଲିଗଲା ରୋଗୀର ଜୀବନ । ଏମିତି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଫିରିଙ୍ଗିଆ ବ୍ଲକ ଲୁଇସିଙ୍ଗ ପଞ୍ଚାୟତର ଡାଙ୍ଗଣାମ ଗ୍ରାମର ବୁଗେରମାସ୍କା ସାହିରେ ।

ସୂଚନା ଅନୁଯାୟୀ, ବୁଗେରମାସ୍କା ସାହିର ସଂକୀର୍ତ୍ତନ ଭୋଇ ଅଚାନକ ଅସୁସ୍ଥ ହୋଇ ପଡିଥିଲେ । ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଗାଁକୁ ରାସ୍ତା ନଥିବା କରାଣରୁ ଆମ୍ବୁଲାନ୍ସ ଗାଁକୁ ଆସି ପରିନଥିଲା । ରାସ୍ତା ସମସ୍ୟା ଯୋଗୁଁ ତାଙ୍କୁ ଖଟିଆରେ 5 କିଲୋମିଟର ବୋହି ଡାକ୍ତରଖାନ ନେଇଥିଲେ ପରିବାର । ଡାକ୍ତରଖାନରେ ସଂକୀର୍ତ୍ତନଙ୍କ ମୃତ୍ୟୁ ହୋଇଥିବା ତାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି l

ପିରବାର ଲୋକଙ୍କ ସୂଚନା ଅନୁଯାୟୀ, ଡାଙ୍ଗାଣାମ ଗ୍ରାମ ପାହାଡ଼ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି । ରାସ୍ତା ଘାଟ ସୁବିଧା ନାହିଁ । କିଛି ଦିନ ହେଲା ଜିଲ୍ଲାରେ ବର୍ଷା ମଧ୍ଯ ଲାଗିରହିଛି । ବର୍ଷା ଯୋଗୁ ଚାଲିକି ଯାତାୟାତ କରିବା ମଧ୍ୟ କଷ୍ଟକର ହୋଇପଡ଼ଛି । ଏଭଳି ପରିସ୍ଥିତିରେ ସଂକୀର୍ତ୍ତନ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେବେ ଗ୍ରାମରେ ବିଦ୍ୟୁତ କିମ୍ବା ନେଟୱାର୍କ ସୁବିଧା ନଥିବାରୁ କାହାକୁ ଯୋଗାଯୋଗ କରିନପାରି ପରିବାର ଲୋକେ ବ୍ୟସ୍ତ ହୋଇପଡିଥିଲେ । ପରେ ଫୁଲବାଣୀ ଡାକ୍ତରଖାନାକୁ ନେବାକୁ ସ୍ଥିର କରିଥିଲେ । ସାନ ଭାଟୁଲି ଗ୍ରାମଦେଇ ଜଙ୍ଗଲ ପାହାଡ ବାଟ ଦେଇ ବଡ ଭାଟୁଲି ଗ୍ରାମକୁ 5 କିଲୋମିଟର ଖଟିଆରେ ବୋହିକି ନେବାକୁ ପଡ଼ିଥିଲା । ତା’ପରେ ମୁଖ୍ୟ ରାସ୍ତାକୁ ଆସିବା ପରେ ଗାଡ଼ିରେ ସୋନପୁର ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସଂକୀର୍ତ୍ତନଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ମୃତକଙ୍କ ସାନଭାଇ ସୂଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ବୁଦ୍ଧିଜୀବି ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।

ଏହା ମଧ୍ୟ ପଢନ୍ତୁ..ଦୁର୍ଗମରେ ଦୁର୍ଦ୍ଦଶା, ଖଟିଆରେ ବୁହା ହେଲେ 2 ଗର୍ଭବତୀ

ବୁଦ୍ଧିଜୀବି ମାନେ କହିଛନ୍ତି ଯେ, କେତେ ଭାରରେ ବୁହା ହେଉଛନ୍ତି ଜନନୀ ତ ଆଉ କେତେବେଳେ ଟ୍ୟୁବରେ ବୁହା ହେଉଛନ୍ତି ରୋଗୀ । ଠିକ୍ ସେହି ଭଲି ଆଜି ମଧ୍ୟ କନ୍ଧମାଳ ଜିଲ୍ଲାରେ ରାସ୍ତା ନଥିବା କାରଣରୁ ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି । ଗାଁକୁ ରାସ୍ତା ନଥିବା କରାଣରୁ 5 କିଲୋମିଟର ବୋହି ରୋଗୀକୁ ଡାକ୍ତରଖାନରେ ଭର୍ତ୍ତି କରିବା ପରେ ମଧ୍ୟ ତାଙ୍କ ଅକାଳ ବିୟୋଗ ଘଟିଛି । ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇ ପରିବାରକୁ କ୍ଷତି ପୂରଣ ସହ ଗାଁକୁ ଯୋଗଯୋଗ ପାଇଁ ସୁବିଧା କରନ୍ତୁ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.