ETV Bharat / state

ସିଲାବସ୍‌ ସାରିବାକୁ ମାସେ ସମୟ, କେତେ ପ୍ରସ୍ତୁତ ଛାତ୍ରଛାତ୍ରୀ ?

author img

By

Published : Feb 15, 2021, 4:57 PM IST

ଚଳିତ ବର୍ଷ କୋରୋନା କଟକଣାରେ ପରୀକ୍ଷା ଦେବେ ଦ୍ବାଦଶ ଶ୍ରେଣୀର ଛାତ୍ରାଛାତ୍ରୀ । କୋରୋନା କଟକଣା ଯୋଗୁଁ ପାଠପଢା ବ୍ୟାପକ ବ୍ୟାଘତ ହୋଇଛି । ଏପଟେ 100 ଦିନରେ ସିଲାବସ ସାରିବାକୁ ନିର୍ଦ୍ଦେଶ ଥିବାବେଳେ ପରୀକ୍ଷା ପୂର୍ବରୁ ସରିବ ତ ପାଠପଢା ! ଏନେଇ ଦେଖନ୍ତୁ ଆମର ସ୍ବତନ୍ତ୍ର ରିପୋର୍ଟ....

ସିଲାବସ୍‌ ସାରିବାକୁ ହାତରେ ମାସେ ସମୟ
ସିଲାବସ୍‌ ସାରିବାକୁ ହାତରେ ମାସେ ସମୟ

ଫୁଲବାଣୀ: ଦୀର୍ଘ 10 ମାସ ପରେ ସ୍କୁଲ-କଲେଜ ଖୋଲିଛି । ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କୋରୋନା କଟକଣା ଯୋଗୁଁ ବ୍ୟାଘତ ପାଠପଢାକୁ ସାରିବାକୁ ଜୋରସୋର ଲାଗିପଡିଛନ୍ତି ଶିକ୍ଷକ-ଛାତ୍ରଛାତ୍ରୀ । ଏପଟେ ସରକାର 30 ପ୍ରତିଶତ ସିଲାବସ କମାଇ ପିଲାଙ୍କ ମୁଣ୍ଡରୁ ଅଳ୍ପ ବୋଝ ହାଲୁକା କରିଛନ୍ତି । କିନ୍ତୁ ସ୍କୁଲର ଖୋଲିବାର 100 ମଧ୍ୟରେ ବଳକା ସିଲାବସ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସିଲାବସ୍‌ ସାରିବାକୁ ମାସେ ସମୟ, କେତେ ପ୍ରସ୍ତୁତ ଛାତ୍ରଛାତ୍ରୀ ?

ସ୍କୁଲ ଖୋଲିବାର ମାସ ମଧ୍ୟରେ ମଧ୍ୟରେ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ହୋଇସାରିଛି । ତାରିଖ ଚୂଡାନ୍ତ ହେବା ସହ ପ୍ରକାଶ ପାଇଛି ସୂଚୀପତ୍ର ଏବଂ ପିଲାଙ୍କ ଫର୍ମ ପୂରଣ ଜାରି ରହିଛି । ମେ’ 15 ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ଜୁନ 11 ସୁଦ୍ଧା ଶେଷ ହେବ । ତେଣେ ସରକାରଙ୍କ ସିଲାବସ ସାରିବାକୁ 100 ଦିନର ଡେଡ ଲାଇନ ଦେଇଛନ୍ତି । ଫଳରେ ଏହା ପିଲାଙ୍କ ସପକ୍ଷରେ କେତେ ଫଳପ୍ରଦ ହେବ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

କନ୍ଧମାଳ ଜିଲ୍ଲା ଫୁଲବାଣୀ ଜୁନିଅର କଲେଜରେ ପିଲାଙ୍କ ପାଠପଢାକୁ ଗୁରୁତର ଭାବେ ନେଇଛନ୍ତି । ରବିବାର ଓ ଶନିବାର ମଧ୍ୟ ଏକ୍ସ୍ରା କ୍ଲାସ କରି ପିଲାଙ୍କ ଦ୍ବନ୍ଦ ଦୂର କରିବାକୁ ଉଦ୍ୟମ କରୁଛନ୍ତି । କାରଣ କୋରୋନା ଲକଡାଉନ ସମୟରେ କନ୍ଧମାଳ ଭଳି ଉପାନ୍ତ ଜିଲ୍ଲାରେ ପାଠପଠା ବ୍ୟାପକ ମାତ୍ରାରେ ଦୋହଲ୍ଲି ଯାଇଥିଲା । ନେଟୱର୍କ ସମସ୍ୟା ଠାରୁ ଜିଲ୍ଲାର 30 ପ୍ରତିଶତ ଅଭିଭାବକଙ୍କ ନିକଟରେ ନଥିଲା ସ୍ମାର୍ଟ ଫୋନ । ଆଉ ସେପଟେ ଟେଲିଭିଜନ ମାଧ୍ୟମରେ ପାଠପଢାକୁ ସେତିକି ସୁବିଧା ଜନକ ହୋଇପାରିନଥିଲା । ତେଣୁ ସ୍କୁଲ ଖୋଲିବା ମାତ୍ରା ସମସ୍ତଙ୍କୁ ସମାନ ଶିକ୍ଷା ପହଞ୍ଚାଇବାକୁ ଏହି ଜୁନିଆର କଲେଜ ଅଧ୍ୟାପ ଓ ଅଧ୍ୟକ୍ଷ ସମସ୍ତ ପ୍ରୟାସ ଜାରି ରଖିଛନ୍ତି ।

ଅନ୍ୟପଟେ, ଏତେ ସ୍ବଳ୍ପ ସମୟରେ କିପରି ସମସ୍ତ ପିଲାଙ୍କ ଦ୍ବନ୍ଦ ଦୂର ହେବ । ପରୀକ୍ଷାକୁ ନେଇ କେତେ ପ୍ରସ୍ତୁତ ହେଲେଣି ପରୀକ୍ଷାର୍ଥୀ ? କୋରୋନା ଯୋଗୁଁ ବ୍ୟାଘତ ପାଠପଢାକୁ ନେଇ କେମିତି ବୋର୍ଡ ପରୀକ୍ଷା ଦେବେ ପିଲାଏ ? କ୍ୟାରିଅର ପ୍ରଥମ ପାହାଚକୁ ସଫଳତା ସହ ଉତ୍ତୀର୍ଣ୍ଣ ହୋଇପାରିବେ ତ ?

ଚଳିତ ବର୍ଷ କୋରୋନା କଟକଣା ମଧ୍ୟରେ ବୋର୍ଡ ପରୀକ୍ଷା ଦେବେ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ। ଦ୍ବାଦଶ ପରୀକ୍ଷା ପରେ କିଏ ଇଞ୍ଜିନିୟରିଂ ତ କିଏ ଡାକ୍ତର କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ନିଜ କ୍ୟାରିଅର ଗଢିବେ । ତେଣୁ ଦ୍ବାଦଶ ପରୀକ୍ଷା ଜୀବନ ଏକ ବଡ ମାଇଲ ଖୁଣ୍ଟ ହୋଇଥିବାବେଳେ ତରବରିଆ ପାଠପାଢାରେ ଛାତ୍ରଙ୍କୁ କେତେ ସଫଳତା ମିଳୁଛି ତାହା ଦେଖିବାକୁ ବାକି ରହିଲା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.