ଫୁଲବାଣୀ: ଶୀତର ପ୍ରକୋପରୁ ଟିକେ ରକ୍ଷା ପାଇବା ପାଇଁ ଲୋକେ ନିଆଁରେ ସେକି ହୁଅନ୍ତି । ହେଲେ କିଏ ଜାଣିଥିଲା ସେହି ନିଆଁ କାଳ ହେବ ବୋଲି । ଶୀତ ଦାଉରୁ ରକ୍ଷା ପାଇବା ଜଳା ଯାଇଥିବା ନିଆଁରେ ଜଳି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ଏପରି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କତେରିଭଟା ଗ୍ରାମରେ ।
ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା । ଗତକାଲି ରାତିରେ କତେରୀଭଟା ଗ୍ରାମର ନୀଳାମ୍ବର ମଳିକଙ୍କ ସ୍ତ୍ରୀ ଫୁଲମତି ମଳିକ ଘରେ ନିଆଁ ଜାଳି ଆଶ୍ରୟ ନେଇଥିଲେ l ଦୁର୍ଭାଗ୍ୟବସତ ନିଆଁ ବ୍ୟାପି ତାଙ୍କ ଶରୀରରେ ଲାଗି ଯାଇଥିଲା । ଚିତ୍କାର ଶୁଣି ପରିବାର ଓ ପଡୋଶୀ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ସମ୍ଭବ ହୋଇନଥିଲା l
ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚିବା ବେଳକୁ ବୃଦ୍ଧା ଜଣକ ନିଆଁରେ ପୋଡି ହୋଇ ଜୀବନ ହାରିସାରିଥିଲେ । ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ମେଡିକାଲକୁ ପଠାଇଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ