ETV Bharat / state

ଜଙ୍ଗଲରେ ନିଆଁ ଲଗାଇ ଜଣେ ଗିରଫ - ଜଙ୍ଗଲରେ ନିଆଁ

ବନ ବିଭାଗର ବ୍ୟାପକ ସଚେତନତା ସତ୍ତ୍ଵେ କିଛି ଖଳ ପ୍ରକୃତିର ଲୋକ ଜାଣି ଶୁଣି ଜଙ୍ଗଲରେ ଲଗାଉଛନ୍ତି ନିଆଁ । କନ୍ଧମାଳ ଟିକାବାଲି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଲାଇନପଡ଼ା ରିଜର୍ଭ ଜଙ୍ଗଲ ମଧ୍ୟରେ ନିଆଁ ଲଗାଇ ଜଣେ ଗିରଫ । ଅଧିକ ପଢନ୍ତୁ..

ଜଙ୍ଗଲରେ ନିଆଁ ଲଗାଇ ଜଣେ ଗିରଫ
ଜଙ୍ଗଲରେ ନିଆଁ ଲଗାଇ ଜଣେ ଗିରଫ
author img

By

Published : Mar 11, 2021, 8:10 PM IST

ଫୁଲବାଣୀ : ବନ ବିଭାଗର ବ୍ୟାପକ ସଚେତନତା ସତ୍ତ୍ଵେ କିଛି ଖଳ ପ୍ରକୃତିର ଲୋକ ଜାଣି ଶୁଣି ଜଙ୍ଗଲରେ ଲଗାଉଛନ୍ତି ନିଆଁ । ବୁଧବାର ଫୁଲବାଣୀ ବନଖଣ୍ଡ ଅଧିକାରୀ ଟିକାବାଲି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଲାଇନପଡ଼ା ରିଜର୍ଭ ଜଙ୍ଗଲ ମଧ୍ୟରେ ନିଆଁ ଲଗାଉ ଥିବାବେଳେ ବନ କର୍ମଚାରୀ ମାନେ ନିଆଁକୁ ଆୟତ କରିବା ସହ ଜଣେ ଅଭିଯୁକ୍ତକୁ କାବୁ କରିଛନ୍ତି ।

ଗିରଫ ବ୍ୟକ୍ତି ଜଣଙ୍କ ଲାମ୍ବ୍ରାଖୋଲ ଗ୍ରାମର ଇଶ୍ଵର କହଁର ବୋଲି ଟିକାବାଲି ରେଞ୍ଜର ସଦାନନ୍ଦ ବେହେରା କହିଛନ୍ତି । ଇଶ୍ବରଙ୍କ ନାମରେ କେଶ ନଂ- ୨୦୧/୨୧ ଓଡ଼ିଶା ଫରେଷ୍ଟ ଆକ୍ଟ ୧୯୭୨ ସେକ୍ସେନ ୨୭(୩) (ଏ,) ପ୍ରକାରରେ ମାମଲା ରୁଜୁ କରି ଗିରଫ କରିଥିବା ବନପାଳ କହିଛନ୍ତି ।

ଟିକାବାଲି ବନ ବିଭାଗ କର୍ମଚାରୀଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଅଭିଯୁକ୍ତ କୁ ଗିରଫ ସମ୍ଭବ ହୋଇଛି । ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ପାଇଁ ସତର୍କ ନଜର ରଖିବା ସହ ସଚେତନତା ଉପରେ ଗୁରୁତ୍ବ ଦିଆଯାଉଥିବା ଟିକାବାଲି ବୈରାଗି ଚରଣ ବେହେରା କହିଛନ୍ତି । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ପାଇଁ ସ୍କ୍ବାଡ ଗଠନ କରିବା ସହ ବନ ସୁରକ୍ଷା ସମିତିକୁ ମଧ୍ୟ ନିଆଁ ଲିଭା ଦାୟିତ୍ଵ ଦିଆଯାଇଛି । ଆଗକୁ ଯେପରି ଜଙ୍ଗଲରେ ନିଆଁ ନ ଲାଗିବ ସେଥିପାଇଁ.ପେଟ୍ରୋଲିଂ କୁ ଯୋରଦାର କରାଯାଇଥିବା ରେଞ୍ଜର ବେହେରା କହିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.