ETV Bharat / state

ପ୍ରକୃତି କୋଳରେ ଓଡିଶାର ଭୂସ୍ବର୍ଗ, ଦାରିଙ୍ଗବାଡିକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ - tourist place daringibadi

ଆସିଛି ପର୍ଯ୍ୟଟନ ଋତୁ । ଆଉ ପିକ୍‌ନିକ୍‌ ଋତୁରେ ଯଦି ବୁଲିବା ପାଇଁ ପ୍ଲାନ କରୁଛନ୍ତି ଥରେ ନିଶ୍ଚୟ ବୁଲି ଆସନ୍ତୁ ଓଡିଶାର ଦାରିଙ୍ଗବାଡି । ଏଠାକାର ପ୍ରାକୃତିକ ପରିବେଶ ନିଶ୍ଚିତ ବାନ୍ଧି ରଖିବ ଆପଣଙ୍କୁ । ଆସନ୍ତୁ ବୁଲିଯିବା ଦାରିଙ୍ଗବାଡି...

ଦାରିଙ୍ଗିବାଡି, daringibadi
ପ୍ରକୃତି କୋଳରେ ଓଡିଶାର ଭୂସ୍ବର୍ଗ, ଦାରିଙ୍ଗିବାଡିକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ
author img

By

Published : Nov 26, 2019, 2:32 PM IST

ଫୁଲବାଣୀ: ‘ଦାରିଙ୍ଗବାଡି’ ନାଁ ଶୁଣିଲେ ଆଖି ଆଗରେ ନାଚି ଯାଏ ପ୍ରକୃତିର ଅପରୂପ ସମ୍ଭାର । ସତେ ଯେମିତି ପ୍ରକୃତି ରାଣୀ ଏଠି ସଜେଇ ହୋଇଛି ନୂଆବୋହୂ ରୂପରେ । ଶୃଙ୍ଗାର କଲେ ନୂଆବୋହୂଟିର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଯାଏ, ଠିକ୍ ସେମିତି ଶୀତ ଆସିଲେ ଦାରିଙ୍ଗିବାଡି ସୌନ୍ଦର୍ଯ୍ୟରେ ଚାର୍ ଚାନ୍ଦ ଲାଗେ । ଖାସ୍ ସେଥିପାଇଁ ଏହାକୁ ଓଡିଶାର ଭୂସ୍ବର୍ଗ ଭାବେ ଅଭିହିତ କରାଯାଇଛି । ପ୍ରକୃତିର ଅପୂର୍ବ ରୂପକୁ ଅତି ପାଖରୁ ସାଉଁଟିବାକୁ ଏଠି ଲାଗେ ପର୍ଯ୍ୟଟକଙ୍କ ଭିଡ । ଆଉ ଏଠାକୁ ଯିଏ ଥରେ ଆସିଛି, ଦାରିଙ୍ଗିବାଡି ପ୍ରେମରେ ସେ ବନ୍ଧା ପଡିଛି । ଥରେ ଆସିଲେ ବାରମ୍ବାର ଆସିବାକୁ ମନ କରିଛି ।

ପ୍ରକୃତି କୋଳରେ ଓଡିଶାର ଭୂସ୍ବର୍ଗ, ଦାରିଙ୍ଗିବାଡିକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଉଚ୍ଚ ଉଚ୍ଚ ପାହାଡ, ସବୁଜ ବନାନୀର ଅପୂର୍ବ ସମ୍ଭାର, ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କନ୍ଧମାଳର ଦାରିଙ୍ଗବାଡି । କିଏ କହେ ଓଡିଶାର କାଶ୍ମୀର ତ କିଏ କହେ ଦାର୍ଜଲିଂ । ସତେଯେମିତି କେଉଁ ଚିତ୍ରଶିଳ୍ପୀ ଟିଏ ଆଙ୍କିଦେଇଛି ସୁନ୍ଦର ଉପତ୍ୟକା ଟିଏ । ଶୀତ ଋତୁର ଆଗମନରେ ଧଳା ଫରଫର ଚାଦର ପରି କୁହୁଡ଼ିର ଧଳା ଆସ୍ତରଣ ଘୋଡେଇ ଦିଏ ପ୍ରକୃତି ଦେହରେ । ଏହାକୁ ଓଡିଶାର ଭୂସ୍ବର୍ଗ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ‘ହିଲ ଭିଉର ସନ ରାଇଜ ପଏଣ୍ଟରୁ ଦାରିଙ୍ଗବାଡିର ଅତ୍ୟନ୍ତ ମନୋରମ ସୂର୍ଯୋଦୟକୁ ଦେଖିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଧାଇଁ ଆସନ୍ତି ପର୍ଯ୍ୟଟକ ।

ସକାଳର ସୁନେଲି ସ୍ପର୍ଶରେ ନାଚି ଉଠେ ପ୍ରକୃତିରାଣୀ । ହିଲ ଭିଉ ପାର୍କ,ନେଚର ପାର୍କ,କଫି ବଗିଚା,ପାଇନ ବଣ ମୋହିଥାଏ ପର୍ଯ୍ୟଟକଙ୍କ ମନ । ରଙ୍ଗୀନ ଗଛଲତା ବୃକ୍ଷରାଜି, ଲାଲ ଟହ ଟହ କଫି ଫଳରେ ପୁରି ଉଠେ କଫି ବଗିଚା । ସେଥିପାଇଁ ଧାଇଁ ଆସନ୍ତି ପର୍ଯ୍ୟଟକ । ଏମାନଙ୍କ ସୁବିଧା ପାଇଁ ଦାରିଙ୍ଗିବାଡିରେ ବର୍ତ୍ତମାନ 12ଟି ହୋଟେଲ ସହିତ ଜଙ୍ଗଲ ବିଭାଗର ଇକୋ କଟେଜ ରହିଛି ।

ଖାଲି ସେତିକି ନୁହେଁ ଥୁରଥୁର ଶୀତ ସହିତ ଜଙ୍ଗଲରେ ଟ୍ରାକିଂ,ଏଠି ଦିଏ ନିଆରା ଅନୁଭୂତି । ବଡ କଥା ହେଉଛି ଦେଶର ଅଧିକାଶଂ ସହରର ପ୍ରଦୂଷଣରେ ଅଣନିଶ୍ବାସୀ ହେଉଥିବା ବେଳେ ଏଠାରେ ମିଳେ ସ୍ବଚ୍ଛ ବାୟୁ । ପୁରା ସହର ପ୍ରଦୂଷଣ ମୁକ୍ତ ଅଟେ । ତେବେ ଯଥେଷ୍ଟ ପର୍ଯ୍ୟଟନର ସୁଯୋଗ ଥିବା ଏଇ ଦାରିଙ୍ଗବାଡ଼ିରେ ଭିତ୍ତିଭୂମିର ବିକାଶ କରାଗଲେ ଛୁଟିବ ଆହୁରି ପର୍ଯ୍ୟଟକଙ୍କ ସୁଅ ।

କନ୍ଧମାଳରୁ ସଦାଶିବ ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.