ETV Bharat / state

ଚାକିରୀ ବୟସ ସୀମା ବଢ଼ିଲା, ଆଶାୟୀ ପ୍ରାର୍ଥୀଙ୍କ ମହଲରେ ଖୁସିର ଲହରୀ

author img

By

Published : Jan 11, 2022, 9:19 PM IST

ସରକାର ଚାକିରୀ ବୟସ ସୀମାକୁ ବଢ଼ାଇଛନ୍ତି । କୋଭିଡ ଯୋଗୁଁ ସରକାରୀ ଚାକିରୀ କ୍ଷେତ୍ରରେ ହଇରାଣ ହୋଇଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଏହା ଆଶା ସଞ୍ଚାର କରିଛି । ଅଧିକ ପଢନ୍ତୁ

ଚାକିରୀ ବୟସ ସୀମା ବଢ଼ିଲା, ଆଶାୟୀ ପ୍ରାର୍ଥୀଙ୍କ ମରେ ଖୁସିର ଲହରୀ

ଫୁଲବାଣୀ: ରାଜ୍ୟ ସରକାର ଚାକିରୀ ବୟସ ସୀମାକୁ ବଢ଼ାଇଛନ୍ତି । କୋଭିଡ ଯୋଗୁଁ ସରକାରୀ ଚାକିରୀ କ୍ଷେତ୍ରରେ ହଇରାଣ ହୋଇଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଏହା ଆଶା ସଞ୍ଚାର କରିଛି । ପୂର୍ବରୁ ସାଧାରଣବର୍ଗଙ୍କ ପାଇଁ ୩୨ ବର୍ଷ ଚାକିରୀ ସମୟ ସୀମା ଧାର୍ଯ୍ୟ ହୋଇଥିଲା । ଏବେ ରାଜ୍ୟ ସରକାର ସେଥିରେ ପରିବର୍ତ୍ତନ ଆଣିଛନ୍ତି । ତେବେ କନ୍ଧମାଳ ଜିଲ୍ଲାରେ ଆଶାୟୀ ଯୁବକ ଯୁବତୀମାନେ ଖୁସି ବ୍ୟକ୍ତ କରିଛନ୍ତି ।

କ୍ୟାବିନେଟରେ ରାଜ୍ୟରେ ସରକାରୀ ଚାକିରୀରେ ପ୍ରାର୍ଥୀଙ୍କ ବୟସ ସୀମାକୁ ୩୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ବର୍ତ୍ତମାନ ୨୦୨୧, ୨୦୨୨ରେ ହୋଇଥିବା ବିଜ୍ଞାପନ ଏବଂ ୨୦୨୩ ରେ ବାହାରିବାକୁ ଥିବା ବିଜ୍ଞାପନ ନିମନ୍ତେ ସରକାରୀ ପଦବୀ ଓ ସେବାରେ ପ୍ରବେଶ ପାଇଁ କାର୍ଯ୍ୟକାରୀ ହେବ । ସରକାରୀ ଚାକିରୀ ପାଇଁ ସମୟସୀମା ବଢ଼ିଥିବାରୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ବିଶେଷ କରି ଯେଉଁମାନେ ୩୨ ବର୍ଷ ପାର କରିଥିଲେ, ସେମାନେ ସବୁଠୁ ଅଧିକ ଆନନ୍ଦିତ ହୋଇଛନ୍ତି । କାରଣ ସେମାନଙ୍କୁ ସରକାରୀ ଚାକିରୀ କ୍ଷେତ୍ରରେ ଆହୁରି ୬ ବର୍ଷ ମିଳିବ ।

ସୂଚନାଥାଉକି ଗତକାଲି କ୍ୟାବିନେଟ ବୈଠକରେ ଚାକିରୀ ବୟସ ସମୟ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି । ସେହିପରି ଅନୁସୂଚିତ ଜାତି, ଜନଜାତି ଓ ଦିବ୍ୟାଙ୍ଗଙ୍କ ପାଇଁ ଚାକିରୀ ବୟସ ସୀମା ୪୩କୁ ବୃଦ୍ଧି କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରୀ ପଦବୀ ବା ଚାକିରୀ ଆବେଦନ ପାଇଁ ଉଚ୍ଚ ବୟସ ସୀମା , ଓଡ଼ିଶା ବେସାମରିକ ସେବା ( ଉଚ୍ଚ ବୟସ ସୀମା ସ୍ଥିରୀକରଣ ) ନିୟମ ୧୯୮୯ର ବ୍ୟବସ୍ଥା ଅନୁଯାୟୀ ପରିଚାଳିତ ହୋଇଥାଏ । ଏହି ନିୟମାବଳୀର ନିୟମ ୨ ଅନୁଯାୟୀ, ସରକାରୀ ଚାକିରୀରେ ଆବେଦନ ପାଇଁ ବୟସ ସୀମା ୩୨ ବର୍ଷ ରହିଥିଲା ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.