ETV Bharat / state

କନ୍ଧମାଳରେ କଂଗ୍ରେସର ମିଶ୍ରଣ ପର୍ବ, କର୍ମୀଙ୍କୁ ମୋଦି ଓ ନବୀନ ହଟାଓ ଆହ୍ବାନ

author img

By

Published : Dec 19, 2021, 7:01 PM IST

Updated : Dec 19, 2021, 7:31 PM IST

କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ଓ ମିଶ୍ରଣ ପର୍ବ । ଫୁଲବାଣୀ କରୋନେସନ ପଡ଼ିଆରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ । ଅଧିକ ପଢନ୍ତୁ

Odisha congress in charge A. chellakumar visits Kalahandi to join party executive meeting
କନ୍ଧମାଳରେ କଂଗ୍ରେସର ମିଶ୍ରଣ ପର୍ବ, କର୍ମୀଙ୍କୁ ମୋଦି ଓ ନବୀନ ହଟାଓ ଆହ୍ବାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ଓ ମିଶ୍ରଣ ପର୍ବ । ଫୁଲବାଣୀ କରୋନେସନ ପଡ଼ିଆରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ । ଏହି ମିଶ୍ରଣ ପର୍ବରେ ଓଡିଶା ପ୍ରଭାରୀ(in charge ) ଡକ୍ଟର ଚେଲ୍ଲା କୁମାର, ଓଡିଶା ସହପ୍ରଭାରୀ ରୁଦ୍ର ରାଜୁ, ବିଧାୟକ ତାରାପ୍ରସାଦ ବାହିନୀପତି, ବିଧାୟକ ରମେଶ ଜେନା, ବିଧାୟକ ଦାଶରଥି ଗମାଙ୍ଗ, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ପୂର୍ବତନ ସାଂସଦ ନକୁଳ ନାୟକ, ଯୁବ କଂଗ୍ରେସ ସଭାପତି ବସନ୍ତ ପାଢ଼ୀ, ମିନାକ୍ଷୀ ବାହିନୀପତି, କନ୍ଧମାଳ ଜିଲ୍ଲା ସଭାପତି ଅନାମ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ମିଶ୍ରଣ ପର୍ବରେ ଭାରତୀୟ ପ୍ରଶାସନିକ ସେବା(IAS)ର ଅବସରପ୍ରାପ୍ତ ଅଧିକାରୀ ଅମୀର ଚାନ୍ଦ ନାୟକଙ୍କ ନେତୃତ୍ବରେ ପୂର୍ବତନ OAS କରୁଣାକର ପ୍ରଧାନ, ଶରତ ଦିଗାଲ, ଲିଓ ନାୟକ, ଜିରିମୀୟ ପ୍ରଧାନ, ସମୀର ସୁନାମାଝି, ସୁରେଶ ବଳିଆରସିଂଙ୍କ ସମେତ ବହୁ ବିଜେପି ଓ ବିଜେଡି ଦଳର କର୍ମୀ କଂଗ୍ରେସର ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ କଂଗ୍ରେସ ଆଣିଥିବା ଆଇନ ସମ୍ପର୍କରେ ଉପସ୍ଥିତ ଥିବା କଂଗ୍ରେସ କର୍ମୀଙ୍କୁ ଅବଗତ କରିବା ସହ ୨୧ ବର୍ଷ ବିଜେଡି ଶାସନରେ କୌଣସି ଆଖିଦୃଶିଆ ଉନ୍ନତି ମୂଳକ କାର୍ଯ୍ୟ ହୋଇନଥିବା କଂଗ୍ରେସ ନେତୃମଣ୍ଡଳୀ ଅଭିଯୋଗ କରିଥିଲେ । BJD ସରକାରରେ କେବଳ ଦୁର୍ନିତୀ ଓ ଭ୍ରଷ୍ଟାଚାରବୃଦ୍ଧି ପାଇଥିବା କହି ବର୍ଷିଥିଲେ ରାଜ୍ୟ ପ୍ରଭାରୀ ଡକ୍ଟର ଏ ଚେଲ୍ଲା କୁମାର । ଜିଲ୍ଲାରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବାଲାଗି ସମସ୍ତେ ଏକ ମନ ଏକ ପ୍ରାଣହୋଇ ଉଦ୍ୟମକରିବା ଲାଗି ସେ ପରାମର୍ଶ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: ଦରବୃଦ୍ଧି ଓ ମମିତା ହତ୍ୟାକାଣ୍ଡକୁ ନେଇ କଳାହାଣ୍ଡିରେ ଗର୍ଜିଲା କଂଗ୍ରେସ

କଂଗ୍ରେସ ଶାସନ ସମୟରେ ଏହି ସବୁ ଆଇନକୁ ପାଳନ କରାଯାଇ ଥିଲା ବୋଲି ଚେଲ୍ଲା କୁମାର କହିଥିଲେ । ମୋଦି ଓ ନବୀନ ହଟାଓ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତି ବକ୍ତବ୍ୟରେ କହିଥିଲେ । ଆଗାମୀ ଦିନରେ ପୁଣି କଂଗ୍ରେସକୁ ଫେରାଇ ଆଣିବା ପାଇଁ ବିଧାୟକ ରମେଶ ଜେନା ଉପସ୍ଥିତ କଂଗ୍ରେସ କର୍ମୀଙ୍କୁ ଆହ୍ବାନ କରିଥିଲେ । ଏହି ମିଶ୍ରଣ ପର୍ବରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ । କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ପାରମ୍ପରିକ ବାଦ୍ୟ ଯନ୍ତ୍ର ଓ ନୃତ୍ୟରେ ମୁଖ୍ୟ ଅତିଥିଙ୍କୁ ସ୍ବାଗତ କରାଯିବା ସହ ସର୍କିଟ ହାଉସରୁ ଏକ ବିଶାଳ ରାଲିରେ ସଭାସ୍ଥଳକୁ ନିଆ ଯାଇଥିଲା ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated : Dec 19, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.