ETV Bharat / state

OBC Reservation Issue: ରାଜ୍ୟପାଳଙ୍କୁ ଦାବିପତ୍ର

author img

By

Published : Jan 8, 2022, 10:50 PM IST

ଆଗାମୀ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାର ଓବିସି ସଂରକ୍ଷଣରେ ବୈମାତୃକ ନୀତି ଅବଲମ୍ବନ କରିଥିବା ପ୍ରତିବାଦରେ କନ୍ଧମାଳ ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସାତ ଦଫା ଦାବିପତ୍ର ଦେଇଛନ୍ତି । ଅଧିକ ପଢନ୍ତୁ

ଓବିସି ସ୍ଥାନ ସଂରକ୍ଷଣ ନେଇ ରାଜ୍ୟପାଳଙ୍କୁ ଦାବିପତ୍ର

ଫୁଲବାଣୀ: ଆଗାମୀ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାର ଓବିସି ସଂରକ୍ଷଣ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଥିବାରୁ ଓବିସି ବର୍ଗ ନିର୍ବାଚନରେ ଭାଗନେବା ନେଇ ଦ୍ୱନ୍ଦ୍ବ ସୃଷ୍ଟି ହୋଇଛି । ଏହାର ପ୍ରତିବାଦ କରି ଆଜି(ଶନିବାର) କନ୍ଧମାଳ ବିଜେପି ଓବିସି ମୋର୍ଚ୍ଚା, କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ଯାଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସାତ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛି । ଗତ 5ଟି ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗର ପ୍ରାର୍ଥୀମାନେ 27 ପ୍ରତିଶତ ଆଧାରରେ ନିର୍ବାଚନ ଲଢ଼ି ସାରିଛନ୍ତି ।

ଚଳିତ ନିର୍ବାଚନରେ ରାଜ୍ଯ ସରକାର ବିଭିନ୍ନ ଆଳ ଦେଖାଇ ଓବିସି ବର୍ଗକୁ ନିର୍ବାଚନରୁ ବଞ୍ଚିତ କରିବାକୁ ଉଦ୍ୟମ କରୁଛନ୍ତି । ତେଣୁ, ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଆଧାରରେ ପ୍ରତିନିଧିତ୍ଵ କରିବା ପାଇଁ ପଛୁଆବର୍ଗକୁ ଯେଉଁ ସାମ୍ବିଧାନିକ ଅଧିକାର ଦିଆଯାଇଛି ତାହାକୁ ସୁନିଶ୍ଚିତ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଯଦି ସରକାର ନଶୁଣନ୍ତି ଆଗାମୀ ଦିନରେ ବିଜେପି ଓବିସି ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳ କହିଛି l

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.