ETV Bharat / state

କନ୍ଧମାଳରେ ତୃତୀୟ ଦିନରେ ୭୨୨ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । କନ୍ଧମାଳ ଜିଲ୍ଲାରେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ତୃତୀୟ ଦିନରେ ୭୨୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l ଅଧିକ ପଢନ୍ତୁ

କନ୍ଧମାଳରେ ତୃତୀୟ ଦିନରେ ୭୨୨ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ
କନ୍ଧମାଳରେ ତୃତୀୟ ଦିନରେ ୭୨୨ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ
author img

By

Published : Jan 20, 2022, 6:54 AM IST

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ତୃତୀୟ ଦିନରେ ୭୨୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l ସେଥିମଧ୍ୟରୁ ୱାର୍ଡ ମେମ୍ବର ଭାବେ ୩୯୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସରପଞ୍ଚ ୧ ୮ ୫ଜଣ, ସମିତିସଭ୍ୟ ଭାବେ ୧୩୩ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି l

ତେବେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଆଜି(ବୁଧବାର) ୧୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l ତେବେ ପ୍ରାର୍ଥୀମାନେ ସରକାରଙ୍କ କୋଭିଡଗାଇଡ଼ ଲାଇନ ମାନି କମ ସଂଖ୍ୟକ ସମର୍ଥକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ l ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେପରି ମୁକ୍ତ, ଅବାଧ ଓ ନିରପେକ୍ଷ ହେବ ।

ସେଥିପାଇଁ ଜିଲ୍ଲାପାଳ, ବିଡ଼ିଓ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରମୁଖ ଦୃଷ୍ଟି ଦେଉଥିବା ଦେଖିବାକୁ ମିଳିଛି l ସେହିପରି ଆଜିଯାଏ ୧୨୧୮ ଜଣ ଜିଲ୍ଲାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପଞ୍ଚାୟତ ନିର୍ବାଚନ ଆସନ୍ତା ମାସ ୧୬ରେ ଅନୁଷ୍ଠିତ ହେବ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.