ଫୁଲବାଣୀ: ନୂଆ ଡିଜିଙ୍କୁ ମାଓ ଚିନ୍ତା । ମାଓ ଦମନ ପାଇଁ ହେବ ସ୍ଵତନ୍ତ୍ର ରଣନୀତି । ଆଜି(ଶୁକ୍ରବାର) ନୂଆ ପୋଲିସ ଡିଜି ସୁନୀଲ ବଂସଲ କନ୍ଧମାଳ ଗସ୍ତ କରି ମାଓ ଦମନ ଉପରେ ସମୀକ୍ଷା କରିଛନ୍ତି ।
ଏହି ସମୀକ୍ଷାରେ ଦକ୍ଷିଣାଞ୍ଚଳ ଡିଆଇଜି ଓ ପଶ୍ଚିମଞ୍ଚଳ ଡ଼ିଆଇଜି ଯୋଗ ଦେବା ସହ ମାଓ ଅଧ୍ୟୁଷିତ ଜିଲ୍ଲାର ୫ ଏସପି ସାମିଲ ହୋଇଥିଲେ । କିଭଳି 5 ଜିଲ୍ଲାରେ ମାଓବାଦୀ ଦମନ କରାଯିବ ସେ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବା ସହ ମାଓବାଦୀମାନେ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ କହିଛନ୍ତି ଡିଜି ସୁନୀଲ ବଂଶଲ ।
ଏହାବି ପଢନ୍ତୁ : ଆଗକୁ ନିର୍ବାଚନ: ସ୍ବାଭିମାନ ଅଞ୍ଚଳରେ ସମୀକ୍ଷା କଲେ DGP ସୁନିଲ ବଂଶଲ
ସେପଟେ ମାଓପ୍ରବଣ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କିଭଳି ସ୍ୱଚ୍ଛ ଓ ଅବାଧରେ ହେବ ତାହା ଉପରେ ବିଶେଷ ଦୃଷ୍ଟି ଦିଆଯାଇଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ । ଏହି ସମୀକ୍ଷା ବୈଠକରେ ଡିଜି ସୁନୀଲ ବଂଶଲଙ୍କ ସମତେ ଇନ୍ଟଲିଂଜେନ୍ସ ନିର୍ଦ୍ଦେଶକ ଲଳିତ ଦାସ, ଡିଜି ଏଏସପି ମନୋଜ ଛାବ୍ରା, ଆଇଜି ଅପରେସନ ଅମିତାଭ ଠାକୁର ଉପସ୍ଥିତ ଥିଲେ । ଡିଆଇଜି ଏସଆଇଡବ୍ଲୁ ଅନିରୁଧ ସିଂ, ଆଇଜି ବିଏସଏଫ ଏସ.ବୁଦ୍ଧ କୋଟି, ଆଇଜି ବ୍ରହ୍ମପୁର ସତ୍ୟବ୍ରତ ଭୋଇ, ଆଇଜି ସମ୍ବଲପୁର ଦୀପକ କୁମାରଙ୍କ ସମତେ ମାଓ ପ୍ରବଣ ଅଞ୍ଚଳର ୫ ଏସପି ଜଣେ ଏସଡିପିଓ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ