ETV Bharat / state

ପୂର୍ବ ଶତ୍ରୁତାରୁ ବୀଭତ୍ସ ହତ୍ୟା, ଟାଙ୍ଗିଆ ଚୋଟରେ ଟଳି ପଡିଲେ ବୃଦ୍ଧ

author img

By

Published : Aug 17, 2023, 10:38 AM IST

Updated : Aug 17, 2023, 2:12 PM IST

ପୂର୍ବ ଶତ୍ରୁତାକୁ ନେଇ କନ୍ଧମାଳରେ ଜଘନ୍ୟ ହତ୍ୟାକାଣ୍ଡ । ଟାଙ୍ଗିଆ ଚୋଟରେ ବୃଦ୍ଧ ମୃତ । ଅଧିକ ପଢନ୍ତୁ

Neighbor killed old man in kandhamal
Neighbor killed old man in kandhamal
Neighbor killed old man in kandhamal

ଫୁଲବାଣୀ: ପୂର୍ବ ଶତ୍ରୁତାରୁ ଜଘନ୍ୟ ହତ୍ୟାକାଣ୍ଡ । ପଡୋଶୀଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧ ମୃତ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଆମ୍ବସାହିରେ ଘଟିଛି ଏହି ନିର୍ମମ ହତ୍ୟା । ମୃତକ ଜଣଙ୍କ ହେଉଛନ୍ତି ବୃଦ୍ଧ ଦେବରାଜ ବାଗ । ହତ୍ୟାକାରୀ ମାଧବ ବେହେରାଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ମାଧବ ବେହେରା ଓ ମୃତକ ଦେବରାଜ ବାଗଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଅନେକ ସମୟରେ କଳହ ଲାଗି ରହୁଥିଲା । ଯାହା ବୁଧବାର ଉଗ୍ରରୂପ ନେଇଥିଲା । ଅପରାହ୍ନରେ ଦେବରାଜ ନିଜ ଘର ନିକଟରେ ଥିବା ବେଳେ ମାଧବ ଅଚାନକ ଆସି ତାଙ୍କ ମୁଣ୍ଡକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ ଦେବରାଜ । ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ, କିନ୍ତୁ ଡାକ୍ତର ସେଠାରେ ଦେବରାଜଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ବିଦ୍ୟୁତ ବିଲ୍‌ ଅଧିକ ଆସିବାରୁ ଉପଭୋକ୍ତାଙ୍କ ବୀଭତ୍ସ କାଣ୍ଡ, ମିଟର ରିଡରଙ୍କୁ ନିର୍ମମ ହତ୍ୟା

ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାଧବ ବେହେରାକୁ ନିଜ ହେପାଜତକୁ ନେଇଥିଲା । ପଚରାଉଚରା ପରେ ପୂର୍ବ ଶତ୍ରୁତାରୁ ସେ ଏପରି ହତ୍ୟାକାଣ୍ଡ ଭିଆଇଥିବା ପୋଲିସ ସମ୍ମୁଖରେ ସ୍ବୀକାର କରିଥିଲା । ଏହାପରେ ମାଧବ ବେହେରାକୁ ପୋଲିସ ଗିରଫ କରିଥିବା ବେଳେ ଆଜି କୋର୍ଟଚାଲାଣ କରାଯିବା ନେଇ ସୂଚନା ରହିଛି । ମୃତକଙ୍କ ପରିବାର ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ପୋଲିସ ମଧ୍ୟ କୌଣସି ପ୍ରତିକ୍ରିୟା ରଖିନାହିଁ ।

ଗତ ଅଗଷ୍ଟ 10 ତାରିଖରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଙ୍ଗୀୟ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଥିଲା । ନିଜର ଜନ୍ମକଲା ପୁଅକୁ କୋଦାଳରେ ହାଣି ହତ୍ୟା କରିଥିଲା ବାପା । ସାମାନ୍ୟ ବଚସାକୁ କେନ୍ଦ୍ରକରି ନିଶାସକ୍ତ ଅବସ୍ଥାରେ ବାପା ନିଜ ପୁଅକୁ ହତ୍ୟା କରିଥିଲା । ଏପରି କାଣ୍ଡ ଭିଆଇବା ପରେ ଉମରକୋଟ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲା ଅଭିଯୁକ୍ତ ।

ସେହିପରି ଅଗଷ୍ଟ 7 ତାରିଖରେ ଗଞ୍ଜାମ ଜିଲ୍ଲା ତାରାସିଙ୍ଗା ଥାନାର କୁପାଟି ଗାଁରେ ଜଘନ୍ୟ କାଣ୍ଡ ଘଟିଥିଲା । ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ମିଟର ରିଡର କର୍ମଚାରୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ଉପଭୋକ୍ତା । ମୃତ କର୍ମଚାରୀ ଲକ୍ଷ୍ମୀ ନାରାୟଣ । ସେ ସେହି ଦିନ ସକାଳେ କୂପାଟି ଗାଁକୁ ମିଟର ରିଡିଂ ପାଇଁ ଯାଇଥିଲେ । ଏହି ସମୟରେ ଉପଭୋକ୍ତା ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରି ଫେରାର୍ ହୋଇଯାଇଥିଲା ।

ଇଟିଭି ଭାରତ,କନ୍ଧମାଳ

Last Updated : Aug 17, 2023, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.