ETV Bharat / state

ଜାତୀୟ ପ୍ରେସ ଦିବସ: ଚତୁର୍ଥସ୍ତମ୍ଭ ସମାଜର ମୁଖ୍ୟ ବାର୍ତ୍ତାବାହକ, ସାମ୍ବାଦିକ ସୁରକ୍ଷା ଆଇନ ଦାବି ଉଠିଲା - ଜାତୀୟ ପ୍ରେସ ଦିବସ

National press day
ଜାତୀୟ ପ୍ରେସ ଦିବସ
author img

By

Published : Nov 16, 2021, 4:06 PM IST

Updated : Nov 16, 2021, 10:09 PM IST

20:57 November 16

ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ଉଚ୍ଚ ପ୍ରଶଂସନୀୟ; ଜିଲ୍ଲାପାଳ

ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ଉଚ୍ଚ ପ୍ରଶଂସନୀୟ

ବ୍ରହ୍ମପୁର: କୋଭିଡ ମହାମାରୀ ସମୟରେ ଗଞ୍ଜାମ ଜିଲ୍ଲାରେ ଗଣମାଧ୍ୟମ ଏବଂ ସାମ୍ବାଦିକଙ୍କ ଭୂମିକା ରହିଥିଲା ବେଶ୍ ଉଚ୍ଚ ପ୍ରଶଂସନୀୟ । ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ମହାସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିଜ ବକ୍ତବ୍ୟରେ ଏଭଳି ମତବ୍ୟକ୍ତ କରିବା ସହିତ ଜିଲ୍ଲାର ସାମ୍ବାଦିକଗଣ ମହାମାରୀ ସମୟରେ ଯେଉଁଭଳି ଭାବରେ ବିପଦକୁ ଖାତିର୍ ନକରି କାର୍ଯ୍ୟ କରି ଲୋକଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇଥିଲେ ତାହା ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍ ହେବ ବୋଲି ମତବ୍ୟକ୍ତ କରିଥିଲେ ।  

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ଯୋଗ ଦେଇଥିଲେ । ଏହି ଅବସରରେ ସାମାଜିକ କର୍ମୀ ଅରୁଣ ଶତପଥୀଙ୍କ ସଂଯୋଜନାରେ ବିଶ୍ବ ମହାମାରୀ ପରିପ୍ରେକ୍ଷୀରେ ଗଣମାଧ୍ୟମ: ଏକ ନୂତନ ଆହ୍ବାନ ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଡା. ଭି. ରାଜେନ୍ଦ୍ର ରାଜୁ, ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ବ୍ରହ୍ମା, ମନୋଜ କାନ୍ତ ଦାଶ, ସମୀର କୁମାର ଆଚାର୍ଯ୍ୟ, ଇତିଶ୍ରୀ ମହାନ୍ତି, ନାରାୟଣ ମହାଙ୍କୁଡ ପ୍ରମୁଖ ମଞ୍ଚାସୀନ ରହି ଆଲୋଚନା କରିଥିଲେ ।

 ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା, ଶବର ତରେଇ, ପ୍ରଶାନ୍ତ କୁମାର ମହାରଣା, ସନ୍ତୋଷ କୁମାର ପାଢୀ, କୃପାସିନ୍ଧୁ ପଣ୍ଡା ଏବଂ ବରିଷ୍ଠ ନାଗରିକ ଭାନୁହଂସ ପଣ୍ଡା ପ୍ରମୁଖ ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

20:05 November 16

କୋଭିଡ ସମୟରେ ସାମ୍ବାଦିକଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ

କୋରାପୁଟ: ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ । କୋଭିଡ ସମୟରେ ସାଧାରଣ ବ୍ୟକ୍ତିଙ୍କ ପାଖରେ ସୁସ୍ଥ ଜୀବନର ବାର୍ତ୍ତା ପହଞ୍ଚାଇବାରେ ସାମ୍ବାଦିକ ମାନେ ଅତୁଳନୀୟ କାର୍ଯ୍ୟ ସମ୍ପାଦିତ କରିଛନ୍ତି। ମଙ୍ଗଳବାର ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଓଡିଶା କେନ୍ଦ୍ରିୟ ବିଶ୍ବବିଦ୍ୟାଳୟର ପ୍ରଫେସର ପ୍ରଦୋଷ ରଥ ଏ ଭଳି ପ୍ରତିକ୍ରିୟା ରଖିଛନ୍ତି । ଏହା ସହ ଖବରର ବ୍ୟାପକତା ମଧ୍ୟରେ ସାମ୍ବାଦିକ ଖବର ଚୟନ କରିବା ଓ ଉପଯୁକ୍ତ ଖବରକୁ ପ୍ରସାରଣ ଯୋଗ୍ୟ କରିବା ଦିଗରେ ସଜାଗ ହେବା ଉପରେ ଗୁରୁତ୍ବ ଦେଇଛନ୍ତି ।  

କୋଭିଡ ସମୟରେ କୋରାପୁଟ ଜିଲ୍ଲାରେ ସାମ୍ବାଦିକ ମାନେ ନିଜ ଜୀବନକୁ ଖାତିର ନ କରି ତୃଣମୁଳ ସ୍ତରରୁ ଖବର ସଂଗ୍ରହ କରି ସମାଜକୁ ସ୍ଥିତିର ବାସ୍ତବ ଚିତ୍ର ପରିବେଷଣ କରିଥିଲେ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀ ମତ ରଖିଛନ୍ତି । ସାମ୍ବାଦିକତାର ଆକର୍ଷଣରେ ପ୍ରଭାବିତ ହୋଇ ନିଜ ଜୀବନକୁ ଖାତିର ନକରି କୋଭିଡ ଆକ୍ରାନ୍ତ ହୋଇଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିବା କୋରାପୁଟର ବରିଷ୍ଠ ସାମ୍ବାଦିକ ଶଙ୍କର ରାଓଙ୍କ ଅବଦାନକୁ ସ୍ମରଣ କରି ସରକାର ଘୋଷଣା କରିଥିବା କ୍ଷତିପୂରଣ ତାଙ୍କ ପରିବାରକୁ ଦେବା ପାଇଁ ଜିଲା ପ୍ରଶାସନ ରାଜ୍ୟ ସରକାରଙ୍କ ପାଖକୁ ଆବେଦନ ପତ୍ର ପ୍ରେରଣ କରିଥିବା ସେ ସୂଚନା ପ୍ରଦାନ କରିଛନ୍ତି । କୋଭିଡ ବିରୁଦ୍ଧରେ ସଂଗ୍ରାମ କରି ଜୀବନ ହାରିଥିବା ସାମ୍ବାଦିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

17:56 November 16

ନୂଆପଡାରେ ଜାତୀୟ ପ୍ରେସ ଦିବସ

ନୂଆପଡାରେ ଜାତୀୟ ପ୍ରେସ ଦିବସ

ନୂଆପଡା: ଜିଲ୍ଲା ଖଡିଆଳ ସ୍ଥିତ PWD ଡାକ ବଙ୍ଗଳା ଠାରେ ଜିଲ୍ଲାର ପ୍ରତ୍ୟେକ ସାମ୍ବାଦିକ ମାନଙ୍କୁ ନେଇ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ପ୍ରେସ ଦିବସରେ ନୂଆପଡା ଜିଲ୍ଲାର 3 ସାମ୍ବାଦିକ ସଂଘ ଜାନ,ଜିଲ୍ଲା ସାମ୍ବାଦିକ ସଂଘ ଏବଂ ଜିଲ୍ଲା ପ୍ରେସ କ୍ଲବର ସାମ୍ବାଦିକ ଉପସ୍ଥିତ ଥିଲେ ।

ଆୟୋଜିତ ପ୍ରେସ ଦିବସ ସଭାରେ ବରିଷ୍ଠ ସାମ୍ବାଦିକ ଅଜିତ ପଣ୍ଡା ସଭାପତିତ୍ବ କରିଥିବାବେଳେ ସମ୍ମାନିତ ଆସନରେ ବରିଷ୍ଠ ସାମ୍ବାଦିକ ବିଶ୍ଵଜିତ ପାଢ଼ୀ,ବିଜୟ କୁମାର ସହିସ, ଆଦିତ୍ୟ ମହାନ୍ତି,ବିମଳ ସିଂ ଦଳପତି ପ୍ରମୁଖ ମଞ୍ଚଆସୀନ ଥିଲେ । ତ୍ରିପୁରାରେ ସାମ୍ବାଦିକ ମାନଙ୍କ ବିରୁଦ୍ଧରେ ହୋଇଥିବା ମକଦ୍ଦମାକୁ ଆଜି ବୈଠକରେ ନିନ୍ଦା କରାଯାଇଛି । 

ଏହା ବ୍ୟତୀତ ଉତ୍କୃଷ୍ଟ ମାନର ସମ୍ବାଦ ପରିବେଷଣ କରିବା ଏବଂ ଜିଲ୍ଲାର ସମସ୍ୟାର ସମାଧାନ ଦିଗରେ ଜାଗ୍ରତ ପ୍ରହରୀ ରୂପେ କାମ କରିବା ପାଇଁ ବରିଷ୍ଠ ସାମ୍ବାଦିକ ମତ ପ୍ରକାଶ କରିଛନ୍ତି।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

17:56 November 16

ଭଦ୍ରକରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ

ଭଦ୍ରକରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ

ଭଦ୍ରକ: ଜିଲ୍ଲାରେ ପାଳନ ହେଲା ଜାତୀୟ ପ୍ରେସ ଦିବସ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ସମାରୋହ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ମୁଖ୍ୟ ବକ୍ତା ଭାବେ ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ସହିତ ବହୁ ବରିଷ୍ଠ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । 

ଏହି ପ୍ରେସ ଦିବସରେ କୋରୋନା ମହାମାରୀ ସମୟରେ ଗଣମାଧ୍ୟମ ଏକ ନୃତନ ଆହ୍ବାନ କିପରି ରହିଛି ସେ ବିଷୟ ଆଲୋଚନା କରିଥିଲେ। ଏଥିରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସାମ୍ବାଦିକ  ଯୋଗ ଦେଇଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

16:40 November 16

କଟକରେ ପାଳିତ ହେଲା ଜାତୀୟ ପ୍ରେସ ଦିବସ

କଟକରେ ପାଳିତ ହେଲା ଜାତୀୟ ପ୍ରେସ ଦିବସ

କଟକ: ଆଜି  ଜାତୀୟ ପ୍ରେସ ଦିବସ । ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରେସ ଦିବସ ପାଳିତ ହୋଇଛି । ଏହି ଅବସରରେ 'ସାମ୍ବାଦିକର କାର୍ଯ୍ୟ ଏକ ଆହ୍ବାନ' ଶୀର୍ଷକ ବିଷୟ ବସ୍ତୁ ଉପରେ ଆଲୋଚନା କରାଯାଇଥିଲା। କୋରୋନା ମହାମାରୀ ସମୟରେ ସାମ୍ବାଦିକମାନେ କିଭଳି ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ନିକଟରେ ଖବର ପହଞ୍ଚାଇଥିଲେ ସେ ଉପରେ କାର୍ଯ୍ୟକ୍ରମରେ ଆଲୋକପାତ କରାଯାଇଥିଲା। ସମାଜରେ ସାମ୍ବାଦିକଙ୍କର ରହିଛି ଉଲ୍ଲେଖନୀୟ ଅବଦାନ । ବନ୍ୟା, ବାତ୍ୟା ଭଳି ଭଳି ପ୍ରାକୃତିକ ବିପର୍ଯ୍ୟୟ ହେଉ ବା କୋରୋନା ମହାମାରୀ ଭଳି ବିପତ୍ତି ସବୁବେଳେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ନିକଟରେ ଖବର ପହଞ୍ଚାଇ ଥାଏ ସାମ୍ବାଦିକଟିଏ । କଟକରେ ଆୟୋଜିତ ପ୍ରେସ ଦିବସ ଅବସରରେ ଏହି ସବୁ ବିଷୟ ଉପରେ ଆଲୋକପାତ କରାଯାଇଛି । 

ଖବର ଗୁଣବତ୍ତା ବଜାୟ ରଖିବା ଉଦ୍ଦେଶ୍ୟରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ସ୍ଥାପିତ ହୋଇଥିଲା । ତେଣୁ  ପ୍ରତି ବର୍ଷ ନଭେମ୍ବର ୧୬ରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ ଦିବସ । ସାମ୍ବାଦିକମାନେ ହେଉଛନ୍ତି ଚତୁର୍ଥ ସ୍ତମ୍ଭ । ଦେଶର ସାମ୍ବାଦିକମାନେ ଯେପରି କୌଣସି ବାହ୍ୟ ଶକ୍ତି ଦ୍ବାରା ପ୍ରଭାବିତ ନହେବେ ସେଥିପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆ କାମ କରି ଆସୁଛି । ସବୁ ସମୟ ଓ ପରିସ୍ଥିତିକୁ ସାମ୍ନା କରି ଲୋକଙ୍କ ନିକଟରେ  ଖବର ପହଞ୍ଚାଇବା ସାମ୍ବାଦିକର ପ୍ରଥମ କର୍ତ୍ତବ୍ୟ । କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ନିଜର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି,  ଯେଉଁ ଭଳି ସେବା କରିଛନ୍ତି ତାହା ଏକ ଉଦାହରଣ ନିଶ୍ଚିତ। ତେବେ ବର୍ତ୍ତମାନର ଯୁବପୀଢି  ଲକ୍ଷ୍ମଣରେଖା ଭିତରେ ରହି କାମ କରିବାକୁ ମତ ପ୍ରକାଶ ପାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

16:39 November 16

ନୟାଗଡରେ ଜିଲ୍ଲାସ୍ତରୀୟ ପ୍ରେସ ଦିବସ, ସାମ୍ବାଦିକ ସୁରକ୍ଷା ଆଇନ ପାଇଁ ଉଠିଲା ଦାବି

ନୟାଗଡ: ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ପୁଷ୍ପାଞ୍ଜଳି ପାଇକରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଯୋଗଦେଇ 'କୋରୋନା ସମୟରେ ଗଣମାଧ୍ୟମ : ଏକ ନୂତନ ଆହ୍ବାନ' ଶୀର୍ଷକ ଉପରେ ଆଲୋଚନା କରିଥିଲେ l

କୋରୋନା ମହାମାରୀ ସମୟରେ ସାମ୍ବାଦିକ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଛନ୍ତି l ଯାହା ବେଶ ପ୍ରଶଂସନୀୟ ବୋଲି ଜିଲ୍ଲାପାଳ ଡ଼ ପୋମା ଟୁଡୁ କହିଛନ୍ତି l ସମସ୍ତ ସାମ୍ବାଦିକ ଆଜିର ଏହି ଶୀର୍ଷକ ଉପରେ ଆଲୋଚନା କରିଥିଲେ l ବରିଷ୍ଠ ସାମ୍ବାଦିକ ଗୋକୁଳ ଷଡ଼ଙ୍ଗୀ, ରାମକୃଷ୍ଣ ରଥ, ଚନ୍ଦ୍ରବିଜୟୀ ମିଶ୍ର, ହୁସେନ ଖାଁ ପ୍ରମୁଖ ଆଲୋଚନା କରିବା ସହ ସାମ୍ବାଦିକ ମାନଙ୍କୁ ସାମାଜିକ ନ୍ୟାୟ, ସୁରକ୍ଷା ଆଇନ, ଏବଂ ସାମ୍ବାଦିକଙ୍କ ପାଇଁ ବୀମା ରାଶି ବୃଦ୍ଧି ପାଇଁ ଦାବି କରିଥିଲେ l  ଏଥିରେ ଜିଲ୍ଲାର ଜିଲ୍ଲା ସାମ୍ବାଦିକମାନେ ଉପସ୍ଥିତ ଥିଲେ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

16:12 November 16

କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ପାଳନ କଲା ଜାତୀୟ ପ୍ରେସ ଦିବସ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ କୋରୋନାରେ ପ୍ରାଣ ହରାଇ ଥିବା ଓଡିଶାର ସମସ୍ତ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ସହ ତାଙ୍କର ଆମର ଆତ୍ମାର ସଦଗତି କାମନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ସଂମାନିତ ଅତିଥି ଭାବରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇ ସମ୍ବାଦ ଓ ସାମ୍ବାଦିକତା କୁ ନେଇ ନିଜର ମତ ବ୍ୟକ୍ତି କରିଥିଲେ । ଏହି ଅବସରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ପରେ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା  । ଏହା ସହ ସାମ୍ବାଦିକ ସ୍ବାଧୀନ ପାତ୍ର ,ଅଜିତ ସିଂ, ବିକାଶ ଷଡଙ୍ଗୀ,ମନୋଜ ନାଏକ ଭଳି ପ୍ରତିଭାବାନ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ସାମ୍ବାଦିକ ଯୋଗ ଦେଇଥିଲେ।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

16:11 November 16

ଚତୁର୍ଥସ୍ତମ୍ଭ ସମାଜର ମୁଖ୍ୟ ବାର୍ତ୍ତାବାହକ: ଜିଲ୍ଲାପାଳ

ଚତୁର୍ଥସ୍ତମ୍ଭ ସମାଜର ମୁଖ୍ୟ ବାର୍ତାବାହକ: ଜିଲ୍ଲାପାଳ

କେନ୍ଦୁଝର: କୋଭିଡ଼ ମହାମାରୀ ସାରା ବିଶ୍ବକୁ ତାର କବଳରେ କବଳିତ କରିଛି । ଏଥିପାଇଁ ସାରା ବିଶ୍ବ ବ୍ୟତିବ୍ୟସ୍ତ । ଏହି କୋରୋନା ଯୋଗୁଁ ବହୁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ବହୁ ଲୋକଙ୍କ ଜୀବନ ହାନି ହୋଇଛି । ଏଥିରେ ଅଧିକ ମାତ୍ରାରେ ଚତୁର୍ଥ ସ୍ତମ୍ବ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ମହାମାରୀକୁ ନଡରି ମଧ୍ୟ ନିଜ କର୍ତ୍ତବ୍ୟ ସମ୍ପାଦନ ମଧ୍ୟ କରିଛନ୍ତି ସାମ୍ବାଦିକ । କୋରୋନା ସମୟରେ ବହୁ ସାମ୍ବାଦିକ ତାଙ୍କ ଜୀବନ ହାରିଛନ୍ତି । ଆଜିର ଜାତୀୟ ପ୍ରେସ ଡେ ଅବସରରେ ସାମ୍ବାଦିକଙ୍କ ଏଭଳି ଅତୁଳନୀୟ ଅବଦାନକୁ ମନେ ପକାଇଛି ପ୍ରଶାସନ ।

ପ୍ରେସ ଡେ ଅବସରରେ ସ୍ଥାନୀୟ ଦରବାର ହଲ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ଥରୀୟ ବହୁ ଅଧିକାରୀ ଯୋଗଦେଇ ସାମ୍ବାଦିକଙ୍କ ଅବଦାନକୁ ମନେ ପକାଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାସ୍ତରୀୟ ବହୁ ସାମ୍ବାଦିକ ଯୋଗଦେଇଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

15:44 November 16

ସମ୍ବଲପୁର ପ୍ରେସ କ୍ଲବରେ ଜାତୀୟ ପ୍ରେସ ଦିବସ ପାଳିତ

ସମ୍ବଲପୁର: ଆଜି ହେଉଛି ଜାତୀୟ ପ୍ରେସ ଦିବସ। ଏହି ଅବସରରେ ସମ୍ବଲପୁର ପ୍ରେସ କ୍ଲବରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଅଇଁଠାପାଲି ସ୍ଥିତ ସମ୍ବଲପୁର ପ୍ରେସ କ୍ଲବ ରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଆଇଆଇଏମ ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜୟସ୍ବାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ବଲପୁର ଜିଲ୍ଲା ପ୍ରଶାସନର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନ ସମାଜରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ ବୋଲି ଉଭୟ ମତ ପ୍ରକାଶ କରିଥିଲେ।

ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ଆହ୍ବାନ ପାଇଁ ସବୁବେଳେ ତତ୍ତ୍ବର ରହିବା ଉଚିତ ବୋଲି ଆଇଆଇଏମ ନିର୍ଦ୍ଦେଶକ କହିଥିଲେ। ଏହା ସହ ବର୍ତ୍ତମାନର ପରିସ୍ଥିତି ରେ ସାମ୍ବାଦିକ ମାନେ କେବଳ ଜଣେ ଖବର ଦାତା ନହୋଇ ପ୍ରତ୍ୟେକ ଖବର ର ବିଶ୍ଳେଷଣ କରି ସାମ୍ବାଦିକତା କରିବାର ସମୟ ଆସିଛି ବୋଲି  କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ପ୍ରେସ କ୍ଲବ ସଭାପତି ତ୍ରିବିକ୍ରମ ପ୍ରଧାନ, ସମ୍ପାଦକ ଭବାନୀ ଭୋଇ,ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତି,ପ୍ରମୋଦ ପଟ୍ଟନାୟକ ,ପ୍ରଭଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା,ଇଟିଭି ଭାରତ

15:10 November 16

ଜଗତସିଂହପୁରରେ ପାଳିତ ହେଲା ପ୍ରେସ ଦିବସ

ଜଗତସିଂହପୁରରେ ପାଳିତ ହେଲା ପ୍ରେସ ଦିବସ

ଜଗତସିଂହପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ଜାତୀୟ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ପାରୁଲ ପଟୱାରୀ ଜାତୀୟ ସାମ୍ବାଦିକତା ଦିବସ ଅବସରରେ  ମହାମାରୀ କୋରୋନା ସମୟରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା କରିଥିଲେ। ସୁସ୍ଥ ସମାଜ ଗଠନ ରେ ସମ୍ବାଦପତ୍ରର ଭୂମିକା ଗୁରୁତ୍ବପୂର୍ଣ୍ଣ। ଗଣମାଧ୍ୟମ ଗଣତନ୍ତ୍ର ର ନିଶ୍ବାସ ସଦୃଶ୍ୟ। ଏହାକୁ ନେଇ 1966 ମସିହାରେ ନ୍ୟାସନାଲ ପ୍ରେସ କାଉନ୍ସିଲ ଅଫ ଇଣ୍ଡିଆ ଗଠନ କରାଯାଇଥିଲା। ବର୍ତମାନ ଯୁବପିଢ଼ି ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିଥିବା ବେଳେ ଏହାକୁ ନେଇ ବହୁତ ଚାଲେଞ୍ଜ ରହିଥିବା ବକ୍ତାମାନେ କହିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

14:51 November 16

କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବରେ ଜାତୀୟ ପ୍ରେସ ଦିବସ ପାଳନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି । କନ୍ଧମାଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆୟୋଜନ କରିଥିବା ବେଳେ ଜିଲ୍ଲା ପ୍ରେସ କ୍ଲବ ସହୋଯୋଗରେ ଏହି ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି । ଏହି ଦିବସ ଅବସରରେ  କନ୍ଧମାଳ ପିଏ.ଆଇଟି.ଡିଏ ମୁଖ୍ୟ ଅତିଥି ଭାବେ ବିରେନ୍ଦ୍ର କୁମାର ଦାସ ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ଲେଖକ ରଞ୍ଜନ କୁମାର ପ୍ରଧାନ, ସମ୍ମାନୀତ ଅତିଥି ବରିଷ୍ଠ ସାମ୍ବାଦିକ ଅରୁପ କୁମାର ଜେନା ଯୋଗ ଦେଇଥିଲେ ।

ମହାମାରୀ ସମୟରେ ଗଣମାଧ୍ୟମ ଏକ ନୂତନ ଆହ୍ବାନ ସମ୍ପର୍କରେ ଆଲୋଚନା କରିଥିଲେ  । ଏହା ସହ   ସମାଜରେ ଚତୁର୍ଥସ୍ତମ୍ବର ଭୂମିକା ବିଷୟରେ ଆଲୋକପାତ କରିଥିଲେ ଗଣମାଧ୍ୟମ ପ୍ରତିନିଧି । ରାଜ୍ୟ ସରକାର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ କୌଣସି ସରକାରୀ ସହାୟତା ସହଯୋଗ ମିଳି ପାରୁନଥିବାରୁ ସମସ୍ତେ କ୍ଷୁବ୍ଧ ପ୍ରକାଶ କରିଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated : Nov 16, 2021, 10:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.