ETV Bharat / state

ପୌର ଫାଇଟ୍: ଫୁଲବାଣୀରେ କାଲି ପଡିବ ଭୋଟ

author img

By

Published : Mar 23, 2022, 10:40 PM IST

ଗୁରୁବାର ପୌର ନିର୍ବାଚନ । ସକାଳ ୮ଘଣ୍ଟାରୁ ସଂଧ୍ୟା ୫ ଟା ଯାଏ ଭୋଟ ଗ୍ରହଣ ହେବ। ନିର୍ବାଚନ ପାଇଁ ଫୁଲିଂ ପାର୍ଟି ପୋଲିସର କଡ଼ାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୁଥ ଗୁଡିକରେ ପହଞ୍ଚି ଗଲେଣି । କନ୍ଧମାଳ ଜିଲାର ଫୁଲବାଣୀ ମୁନିସପାଲଟି ସମେତ ଜି. ଉଦୟଗିରି ଓ ବାଲିଗୁଡ଼ା ଏନଏସି ଗୁଡିକରେ ଭୋଟ ହେବ ।

ପୌର ନିର୍ବାଚନ: ଫୁଲବାଣୀରେ କାଲି ହେବ ଭୋଟ ଗ୍ରହଣ

ଫୁଲବାଣୀ : ଆସନ୍ତାକାଲି(ଗୁରୁବାର) ପୌର ନିର୍ବାଚନ । ସକାଳ ୮ଘଣ୍ଟାରୁ ସଂଧ୍ୟା ୫ ଟା ଯାଏ ଭୋଟ ଗ୍ରହଣ ହେବ। ନିର୍ବାଚନ ପାଇଁ ଫୁଲିଂ ପାର୍ଟି ପୋଲିସର କଡ଼ାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୁଥ ଗୁଡିକରେ ପହଞ୍ଚି ଗଲେଣି । କନ୍ଧମାଳ ଜିଲାର ଫୁଲବାଣୀ ମୁନିସପାଲଟି ସମେତ ଜି. ଉଦୟଗିରି ଓ ବାଲିଗୁଡ଼ା ଏନଏସି ଗୁଡିକରେ ଭୋଟ ହେବ ।

ପୌର ନିର୍ବାଚନ ପାଇଁ ମୋଟ ୫୭ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ଫୁଲବାଣୀ ମୁନିସପାଲଟି ପାଇଁ ୨୭ଟି ଭୋଟ ଗ୍ରହଣ କେନ୍ଦ୍ର ହୋଇଥିବା ବେଳେ ଜି.ଉଦୟଗିରି ଏନଏସି ପାଇଁ ୧୩ଟି ଭୋଟ ଗ୍ରହଣ କେନ୍ଦ୍ର ଓ ବାଲିଗୁଡ଼ାଏ ନଏସି ପାଇଁ ୧୭ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ସେହିପରି ଫୁଲବାଣୀରେ ୩ଟି ପିଙ୍କ ବୁଥ କରାଯାଇ ଥିବା ବେଳେ ବାଲିଗୁଡ଼ା ଓ ଜି.ଉ ଦୟଗିରିରେ ଗୋଟିଏ ଲେଖାଁଏ ପିଙ୍କ ବୁଥ କରାଯାଇଛି ।

ଭୋଟଗ୍ରହଣ ଯେପରି ମୁକ୍ତ ଅବାଧ ଓ ନିରପେକ୍ଷ ହେବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ରଖିଛି । ଏଥର ଭୋଟର ଇଭିଏମ ମେସିନରେ ଭୋଟ ଦେବେ। ଫୁଲବାଣୀ ମୁନିସିପାଲଟି ନିର୍ବାଚନ ଅଧିକାରୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ସୂଚାରୁ ରୁପେ ପରିଚାଳନା କରୁଛନ୍ତି। ସେହିପରି ଜି ଉଦୟଗିରି ଏନଏସି ଦାୟିତ୍ଵରେ ତହସିଲଦାର ଶୁଭ୍ରାଞଳୀ ପ୍ରଧାନ ଓ ବାଲିଗୁଡ଼ା ଏନଏସି ଦାୟିତ୍ଵରେ ତହସିଲଦାର ଶଶାଙ୍କ ଶେଖର ପାତ୍ର ନିର୍ବାଚନ ଅଧିକାରୀ ଅଛନ୍ତି ।

ଗୁରୁବାର ଫୁଲବାଣୀର ୨୫ହଜାର ୫୨୦ ଜଣ ଭୋଟର ୨୭ଟି ମତଦାନ କେନ୍ଦ୍ରରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥର ଅଧ୍ଯକ୍ଷ ପଦବୀ ପାଇଁ ସିଧା ସଳଖ ଭୋଟ ହେଉଥିବାରୁ ଭୋଟର ଦୁଇଟି ଭୋଟ ଦେବେ। ଗୋଟିଏ ଅଧ୍ୟକ୍ଷ ଓ ଗୋଟିଏ କାଉନସିଲର ପାଇଁ ଭୋଟ ଦେବେ। ସେହିପରି ବାଲିଗୁଡା ଏନଏସିରେ ୧୪ ହଜାର ୭୦୪ ଜଣ ଭୋଟର ୧୭ଟି ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିବେ । ସେହିପରି ଜି. ଭଦୟଗିରି ଏନଏସିରେ ୧୩ଟି ମତଦାନ କେନ୍ଦ୍ରର ହୋଇଛି । ୮ ହଜାର ୧୮୫ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଆସନ୍ତା ୨୬ରେ ଭୋଟ ଗଣତି ହେବ।

କନ୍ଧମାଳରୁ ସଞ୍ଜୟ ପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.