ETV Bharat / state

କନ୍ଧମାଳରେ ଶାନ୍ତି ଶୃଙ୍ଖଳାରେ ପୌର ନିର୍ବାଚନ ଶେଷ

କନ୍ଧମାଳ ଜିଲ୍ଲାରେ ଦୁଇଟି NAC ଓ ଗୋଟିଏ ପୌରରେ ମତଦାନ ଶେଷ ହୋଇଛି । ଗୁରୁବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୫ଟା ଯାଏଁ ଜାରି ରହିଥିଲା । ଅଧିକ ପଢ଼ନ୍ତୁ

author img

By

Published : Mar 24, 2022, 3:42 PM IST

Updated : Mar 24, 2022, 10:20 PM IST

କନ୍ଧମାଳରେ ପୌର ନିର୍ବାଚନ ପାଇଁ ମତଦାନ ଜାରି
କନ୍ଧମାଳରେ ପୌର ନିର୍ବାଚନ ପାଇଁ ମତଦାନ ଜାରି

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଦୁଇଟି NAC ଓ ଗୋଟିଏ ପୌରରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ଗୁରୁବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହୋଇଛି । ଫୁଲବାଣୀ ମ୍ୟୁନିସିପାଲଟି ସମେତ ଜି. ଉଦୟଗିରି ଓ ବାଲିଗୁଡ଼ା ଏନଏସିରେ ମତଦାନ ଶେଷ ହୋଇଛି । ଫୁଲବାଣୀରେ ୬୩.୮୬, ଜି.ଉଦୟଗିରିରେ ୬୭ ଏବଂ ବାଲିଗୁଡାରେ ୬୯.୦୭ ପ୍ରତିଶତ ମତଦାନ ହୋଇଛି ।

କନ୍ଧମାଳରେ ପୌର ନିର୍ବାଚନ ପାଇଁ ମତଦାନ ଜାରି

ଫୁଲବାଣୀ ମ୍ୟୁନିସିପାଲଟି ପାଇଁ ୨୮ଟି ମତଦାନ କେନ୍ଦ୍ରରେ ଭୋଟର ମତ ସାବ୍ୟସ୍ତ କରିଛନ୍ତି । ସେହିଭଳି ଜି.ଉଦୟଗିରି NAC ପାଇଁ ୧୩ଟି ମତଦାନ କେନ୍ଦ୍ର ଓ ବାଲିଗୁଡ଼ାଏ NAC ପାଇଁ ୧୭ଟି ପୋଲିଂ ବୁଥ୍‌ରେ ମତଦାନ ହୋଇଛି । ଫୁଲବାଣୀରେ ମହିଳାଙ୍କ ପାଇଁ ୩ଟି ପିଙ୍କ୍‌ ବୁଥ ବ୍ୟବସ୍ଥା କରାଯାଇଥିଲା । ବାଲିଗୁଡ଼ା ଓ ଜି. ଉଦୟଗିରିରେ ଗୋଟିଏ ଲେଖାଁଏ ପିଙ୍କ୍‌ ବୁଥ କରାଯାଇଥିଲା ।

ମତଦାନକୁ ମୁକ୍ତ ଅବାଧ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ଏଥର ଭୋଟର ଇଭିଏମ ମେସିନରେ ଭୋଟ ଦେଇଛନ୍ତି । ଗୁରୁବାର ଫୁଲବାଣୀର ୨୫ ହଜାରରୁ ଅଧିକ ଭୋଟର ୨୭ଟି ମତଦାନ କେନ୍ଦ୍ରରେ ମତ ସାବ୍ୟସ୍ତ କରିଛନ୍ତି । ଏଥର ପୌର ଅଧ୍ଯକ୍ଷ ପଦବୀ ପାଇଁ ସିଧାସଳଖ ଭୋଟ ହେଉଥିବାରୁ ଭୋଟର ଦୁଇଟି ଭୋଟ ଦେଉଛନ୍ତି। ଗୋଟିଏ ଅଧ୍ଯକ୍ଷ ଓ ଗୋଟିଏ କାଉନସିଲର ପାଇଁ ଭୋଟ ଗ୍ରହଣ ହୋଇଛି । ବାଲିଗୁଡା NACରେ ୧୪ ହଜାରରୁ ଅଧିକ ଭୋଟର ୧୭ଟି ମତଦାନ କେନ୍ଦ୍ରରେ ମତ ସାବ୍ୟସ୍ତ କରିଛନ୍ତି। ଜି. ଭଦୟଗିରି NACରେ ୧୩ଟି ମତଦାନ କେନ୍ଦ୍ରରେ ୮ ହଜାରରୁ ଅଧିକ ଭୋଟ ଦେଇଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated : Mar 24, 2022, 10:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.