ETV Bharat / state

ଗ୍ରାମସଭା ମାଧ୍ୟମରେ ସାଂସଦ ପାଣ୍ଠିର ବିନିଯୋଗ କରିବି: ମନୋଜ ଆଚାର୍ଯ୍ୟ - 2019 poll

କନ୍ଧମାଳ ଲୋକସଭା ଆସନ ପାଇଁ ବିଭିନ୍ନ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଏହିକ୍ରମରେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ବାଲିଗୁଡା ନଗର କଂଗ୍ରେସ ସଭାପତି ମନୋଜ ଆଚାର୍ଯ୍ୟ। ଏଥରର ନିର୍ବାଚନରେ ତାଙ୍କର ସ୍ଲୋଗାନ ରହିଛି,'ଉଠିବ କଂଗ୍ରେସ ହସିବ ଓଡିଶା'।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Apr 10, 2019, 11:03 AM IST

କନ୍ଧମାଳ: ଚଳିତ ମାସ 18 ତାରିଖରେ ହେବାକୁ ଯାଉଛି 2019 ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମଦଦାନ । ଏହି ଦିନ କନ୍ଧମାଳ ଲୋକସଭା ଆସନ ପାଇଁ ହେବ ଭୋଟଗ୍ରହଣ । ଗୋଟିଏ ପଟେ ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ଅନ୍ୟପଟେ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ ନିର୍ବାଚନ ପ୍ରଚାରରେ ମାତି ଯାଇଛନ୍ତି । ଏଥର କନ୍ଧମାଳରେ ଏକ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିପାରେ।

ଏହିକ୍ରମରେ ଏଠାରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବାଲିଗୁଡା ନଗର କଂଗ୍ରେସ ସଭାପତି ମନୋଜ ଆଚାର୍ଯ୍ୟ ନିର୍ବାଚନ ପ୍ରଚାରକୁ ଜୋରଦାର କରିବା ସହ ଭୋଟରଙ୍କ ସମର୍ଥନ ହାତେଇବାରେ ଲାଗି ପଡିଛନ୍ତି । ଏଥିରେ ସେ ସଫଳ ହେଉଛନ୍ତି ନାଁ ନାହିଁ ତାହା ନିର୍ବାଚନୀ ଫଳାଫଳରୁ ସ୍ପଷ୍ଟ ହୋଇଯିବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

'ଈଟିଭି ଭାରତ' ପକ୍ଷରୁ ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ଆମେ ଭେଟିଥିଲୁ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମନୋଜ ଆଚାର୍ଯ୍ୟଙ୍କୁ । ଅନ୍ୟ ଦଳ ଅପେକ୍ଷା ସେ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଏଠାକାର ସମସ୍ୟା ପ୍ରତି ତାଙ୍କର ପ୍ରତ୍ୟକ୍ଷ ଅନୁଭୂତି ରହିଛି । ନିର୍ବାଚନ ଲଢିବା ସମ୍ପର୍କରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ପାନୀୟ ଜଳ,ଶିକ୍ଷା,ସ୍ବାସ୍ଥ୍ୟ ସମସ୍ୟା ସହିତ ଜଙ୍ଗଲ ଜମିପଟ୍ଟା ଓ ବେକାରୀ ସମସ୍ୟାର ସମାଧାନ ହେବ ମୋର ପ୍ରାଥମିକତା।

ଏଥରର ନିର୍ବାଚନରେ ତାଙ୍କର ସ୍ଲୋଗାନ ରହିଛି,'ଉଠିବ କଂଗ୍ରେସ ହସିବ ଓଡିଶା' । ସମଗ୍ର ଜିଲା ସହିତ ଏହି ସଂସଦୀୟ କ୍ଷେତ୍ରରେ ଗୋଟିଏ ହେଲେ ମଧ୍ୟ ଶୀତଳ ଭଣ୍ଡାର ନାହିଁ । ସେଥିପାଇଁ ଚାଷୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଚାଷ ଉଜୁଡି ଯିବା ଅବସ୍ଥାକୁ ଆସିଯାଇଛି ।

ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ କରିବା ମୋର ଲକ୍ଷ୍ୟ । ଏହାକୁ ଛାଡି ଶିକ୍ଷା, ଜଳସେଚନ ଭଳି କ୍ଷେତ୍ରକୁ ଗୁରୁତ୍ବ ଦେବି । ଜଳସେଚନ ପାଇଁ ଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ଅଚଳ ହୋଇପଡିଛି । ଯଥାସମ୍ଭବ ଏହାର ପୁନରୁଦ୍ଧାର ହେବା ଆବଶ୍ୟକ । ଏଥିସହିତ ନୂଆ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି ମନୋଜ । ଏହାକୁ ଛାଡି ସାଂସଦ ପାଣ୍ଠିକୁ ସେ ଗ୍ରାମସଭା ମାଧ୍ୟମରେ ବିନିଯୋଗ କରିବାକୁ ଯୋଜନା କରିଛନ୍ତି । ପୂର୍ବରୁ ଏହି ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିବା ସାଂସଦ ସେମାନଙ୍କର ସାଂସଦ ପାଣ୍ଠିର ଦୂରୋପଯୋଗ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସେ ।

09.04.2019
Radhakanta Mohanty, Kendrapada
Slug-One 2 One with Dharanidhar Nayak,Congress MP Candidate
Anchor-କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନରେ ହେବ ତ୍ରିମୁଖୀ ଲଢେଇ।ଏହି ଆସନରୁ ବିଜେଡିରୁ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି,ବିଜେପିରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ କଡ଼ା ଟକ୍କର ଦେବେ କଂଗ୍ରେସର ବରିଷ୍ଠ ରାଜନେତା ତଥା ଆଇନଜୀବୀ ଧରଣୀଧର ନାୟକ।ପ୍ରତିପକ୍ଷ ବିଜେଡି ପ୍ରାର୍ଥୀ ଅନୁଭବଙ୍କର କେନ୍ଦ୍ରାପଡ଼ା ବିଷୟରେ ଅନୁଭବ ନାହିଁ ତେଣୁ ତାଙ୍କ ଦ୍ବାରା ଜିଲ୍ଲାବାସୀ କିଛି ଉପକୃତ ହୋଇପାରିବେ ନାହିଁ, ଅନୁଭବ ଜଣେ ସୁପରଷ୍ଟାର ସେ ଭଲ ଅଭିନୟ ଜାଣନ୍ତି ବୋଲି କହିଛନ୍ତି ସାଂସଦ ପ୍ରାର୍ଥୀ ଧରଣୀଧର।ବିଜେପିର ପ୍ରାର୍ଥୀ ବୈଜୟନ୍ତ ଏଥର ନୂଆ ଖୋଳପା ପିନ୍ଧି ଆସିଛନ୍ତି।ପୁର୍ବରୁ ବିଜେଡି ଦଳରେ ଥାଇ ଲମ୍ବାଲମ୍ବା ପ୍ରତିଶୃତି ଦେଇ ଭୋଟ ପାଇଥିବା ବୈଜୟନ୍ତ,କେନ୍ଦ୍ରାପଡ଼ାକୁ ଗୁରୁଗାଓଁରେ ପରିଣତ କରିବା ପାଇଁ ମିଛ ସ୍ୱପ୍ନ ଦେଖାଇଥିଲେ ଯଦି ସେମିତି କିଛି ଅଗ୍ରଗତି ଜିଲ୍ଲାର ହୋଇଥାନ୍ତା ତେବେ ସେ ନିଜେ ନିଜର ପ୍ରାର୍ଥୀତ୍ବରୁ ଓହରିଯାଇ ବୈଜୟନ୍ତଙ୍କର ପ୍ରଚାର କରିଥାନ୍ତେ ବୋଲି କହିଛନ୍ତି ଶ୍ରୀ ନାୟକ।କେନ୍ଦ୍ରାପଡ଼ା ଜିଲ୍ଲାକୁ ବାରମ୍ବାର ପ୍ରାର୍ଥୀ ଆମଦାନୀ ହେଉଛନ୍ତି।ଉଭୟ ବିଜେଡି ଓ ବିଜେପି ଦଳରେ କୌଣସି ଯୋଗ୍ୟ ପ୍ରାର୍ଥୀ ନଥିବା ଭଳି ଉଭୟ ଦଳ ଜିଲ୍ଲାରେ ଜିଲ୍ଲା ବାହାରୁ ପ୍ରାର୍ଥୀ ଆଣି ନିର୍ବାଚନ କ୍ଷେତ୍ରରେ ଛିଡା କରାଉଛନ୍ତି ଓ ଲୋକମାନଙ୍କ ଉପରେ ଏହାକୁ ବୋଝ ଭଳି ଲଦି ଦିଆଯାଉଛି ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ଶ୍ରୀ ନାୟକ।ତେଣୁ ଏଥର ପାର୍ଟି ନୁହେଁ ମାଟି ପାଇଁ କେନ୍ଦ୍ରାପଡ଼ାବାସୀ ଭୋଟ ଦେବେ ବୋଲି ମଧ୍ୟ କହିଛନ୍ତି। ଜିଲ୍ଲା କୌଣସି କ୍ଷେତ୍ରରେ ବିକଶିତ ହୋଇନାହିଁ ତେଣୁ ଯେଉଁଠାରେ କିଛି ବିକାଶ କରାଯାଇନାହିଁ ସେଠାରେ କଣ ବିକାଶ କରାଯିବ ବୋଲି ଓଲଟା ପ୍ରଶ୍ନ କରିବା ସହ ରାସ୍ତାଘାଟ,ସ୍ୱାସ୍ଥ୍ୟ ଭଳି ସମସ୍ୟା ଜିଲ୍ଲାରେ ରହିଥିବା ବେଳେ ମୌଳିକ ଆବଶ୍ୟକତା ପୁରଣ ମଧ୍ୟ ହୋଇନଥିବା କୁହନ୍ତି ଶ୍ରୀ ନାୟକ।ରାଜନୀତିରେ ଦୁଇ ପ୍ରଜାତିର ପ୍ରାର୍ଥୀ ଥାଆନ୍ତି ପ୍ରଥମ ପ୍ରଜାତିର ପ୍ରାର୍ଥିଙ୍କର ଭୋଟରଙ୍କ ସହ କୌଣସି ସମ୍ପର୍କ ନଥାଏ ନୂଆନୂଆ ହୋଇ ପ୍ରାର୍ଥୀ ହୋଇଥାନ୍ତି ସେମାନେ ଯୋଜନା ପ୍ରସ୍ତୁତ କରି ଭୋଟରଙ୍କ ମନ କିଣିବା ପାଇଁ ପ୍ରୟାସ କରିଥାନ୍ତି ଏବଂ ଅନ୍ୟ ପ୍ରଜାତିର ପ୍ରାର୍ଥୀ ବାରମ୍ବାର ବିଜୟୀ ହୋଇ ମଧ୍ୟ ଦେଇଥିବା ପ୍ରତିଶୃତି ପୁରଣ କରିନଥାନ୍ତି ପ୍ରସଙ୍ଗରେ ଉଭୟ ଦଳର ପ୍ରାର୍ଥୀଙ୍କୁ ଟାର୍ଗେଟ କରିଛନ୍ତି।ଗତ ନିର୍ବାଚନରେ ୪ ଲକ୍ଷରୁ ଉର୍ଦ୍ଧ୍ଵ ଭୋଟ ପାଇଥିବା ନେଇ ଧରଣୀଧର ଏଥର ନିର୍ବାଚନରେ ବିଜୟୀ ହେବେ ବୋଲି ଆଶାବାଦୀ ଥିବା ବେଳେ ଭୋଟରମାନେ ଗରିବରୁ ଗରିବ ହୋଇ ଯାଉଥିବା ବେଳେ ପ୍ରାର୍ଥୀମାନେ ଧନୀରୁ ଧନୀ ହୋଇ ଯାଉଛନ୍ତି ବୋଲି କ୍ଷୋଭର ସହ କୁହନ୍ତି।ତେବେ ଚଷାପୁଅର କାର୍ଡ଼ ଖେଳିବା ସହ ଠକ ମାନେ ବିଦେଶରେ ଆକାଉଣ୍ଟରେ କୁଢ଼କୁଢ଼ ଟଙ୍କା ରଖିବାର କ୍ଷମତା ନଥିବା କହିଛନ୍ତି ଧରଣୀଧର।ମାଟି ଓ ପାର୍ଟି ସ୍ଲୋଗାନ ଜିଲ୍ଲାସାରା ଉଠିଥିବା ବେଳେ ଏ ଲଢେଇ ସ୍ୱାଭିମାନର ଲଢେଇ ହେବ ବୋଲି କହିଛନ୍ତି ଶ୍ରୀ ନାୟକ।ବହୁତ ବଡ଼ବଡ଼ ମିଛ କଥା କହି ଲୋକମାନଙ୍କୁ ଠକିବେ ନାହିଁ ବୋଲି କହିଛନ୍ତି ଧରଣୀଧର।ଏହି ନିର୍ବାଚନ ସତ୍ୟ ଓ ଧର୍ମର ନିର୍ବାଚନ ହେବ ବୋଲି କହିଛନ୍ତି କଂଗ୍ରେସ ସାଂସଦ ପ୍ରାର୍ଥୀ ଧରଣୀଧର ନାୟକ।
ୱାନ ଟୁ ୱାନ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.