ETV Bharat / state

5 ଦିନରେ 70 କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ

author img

By

Published : Nov 8, 2021, 12:21 PM IST

କନ୍ଧମାଳ ଜିଲ୍ଲାରୁ ପୁଣି ନଷ୍ଟ ହେଲା 140 ଏକର ଜମିରୁ 14 କୋଟି ମୂଲ୍ୟର ଗଞ୍ଜେଇ ଗଛ । ଏହାକୁ ମିଶାଇ ଜିଲ୍ଲାର ପାଞ୍ଚ ପଞ୍ଚାୟତରୁ 5 ଦିନରେ 658 ଏକର ଜମିରୁ 70 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ କାଟି ସଫା କରିଛି ପୋଲିସ ଓ ଅବକାରି ବିଭାଗ । ଅଧିକ ପଢନ୍ତୁ...

5 ଦିନରେ 658 ଏକର ଜମିରୁ 70 କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରୁ ପୁଣି ନଷ୍ଟ ହେଲା 140 ଏକର ଜମିରୁ 14 କୋଟି ମୂଲ୍ୟର ଗଞ୍ଜେଇ ଗଛ । ଏହାକୁ ମିଶାଇ ଜିଲ୍ଲାର ପାଞ୍ଚ ପଞ୍ଚାୟତରୁ 5 ଦିନରେ 658 ଏକର ଜମିରୁ 70 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ କାଟି ସଫା କରିଛି ପୋଲିସ ଓ ଅବକାରୀ ବିଭାଗ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଡିମିରିଗୁଡା ପଞ୍ଚାୟତ ଅଧିନସ୍ଥ ଡଙ୍ଗରିକିଆ, କୁଟି ପଦର, ବାଡିଗୁଡା, ଶ୍ରିପୋଲା ଆଦି ଗ୍ରାମର ଜଙ୍ଗଲ ନିକଟ ଝରଣା କୂଳରେ ବେଆଇନ ଭାବେ ଚାଷ କରାଯାଇଥିବା 140 ଏକର ଜମିରୁ ଗଞ୍ଜେଇ ଗଛ କାଟି ସଫା କରିଛି ଫିରିଙ୍ଗିଆ ପୋଲିସ, ରାଜସ୍ଵ ଓ ଅବକାରି ବିଭାଗ । ଯାହାର ଆନୁମାନିକ ମୂଲ୍ୟ 14 କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ।

ସେହିଭଳି ସଦର ଥାନା ମଣିଆ ପଞ୍ଚାୟତର କର୍ଣ୍ଣଡା, ମଗମୁଣ୍ଡା, କଙ୍ଗଗଡ ଅଞ୍ଚଳରୁ 195 ଏକର, ଗୋଛାପଡା ଥାନା ପଲାବୃଡି ପଞ୍ଚାୟତର ରାଣୀମିଲକା, ଆଟ୍ରା ଶ୍ରlମ୍ଭୁ, ବାଲିପଦର, ଅଞ୍ଚଳରୁ 133 ଏକର, ଗୋଛାପଡା ପଞ୍ଚାୟତର ଲୁହାର ସାହି, ଡେରାକୁମ୍ପl, କାଡ଼ିପାରି, ପୁରେପଦର ଅଞ୍ଚଳରୁ 151 ଏକର, କତ୍ରିଙ୍ଗିଆ ପଞ୍ଚାୟତ ଶ୍ରlକି, କୁଟିବାଡି, ବାଇସିଙ୍ଗି, ଓ ନେଡିପଦର ଅଞ୍ଚଳରୁ 129 ଏକର ଜମିରୁ ଗଞ୍ଜଇ ଗଛ ନଷ୍ଟ କରାଯାଇଛି।

ଏହିଭଳି ମୋଟ 658 ଏକର ଜମିରେ କରାଯାଇଥିବା ବେଆଇନ ଗଞ୍ଜେଇ ଚାଷକୁ କାଟି ନଷ୍ଟ କରିଛନ୍ତି ପୋଲିସ ଓ ଅବକାରି ବିଭାଗ । ଯାହାର ଆନୁମାନିକ ମୂଲ୍ୟ 70 କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏବେ ଗଞ୍ଜେଇ ଗଛ କଟା ଅଭିଯାନ ଜାରି ରହିଛି ଏବଂ ଆଗାମୀ ଦିନରେ ଆହୁରି ଏକର ଏକର ଗଞ୍ଜେଇ ଗଛ କଟା ଯିବ ବୋଲି ପୋଲିସ ଓ ଅବକାରି ବିଭାଗ ପକ୍ଷରୁ ସୂଚନା ମିଳିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.