ETV Bharat / state

କନ୍ଧମାଳରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ; ଘର ଘର ବୁଲି ମାଟି ସଂଗ୍ରହ କଲେ ମନମୋହନ

author img

By ETV Bharat Odisha Team

Published : Oct 6, 2023, 10:37 AM IST

କନ୍ଧମାଳରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ । ଘର ଘର ବୁଲି ଅମୃତ କଳସରେ ମାଟି ସଂଗ୍ରହ କଲେ ରାଜ୍ୟ ବିଜେପି ସଭାପତି । ଅଧିକ ପଢନ୍ତୁ

କନ୍ଧମାଳରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ
କନ୍ଧମାଳରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ
କନ୍ଧମାଳରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

ଫୁଲବାଣୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଦେଶବ୍ୟାପୀ ଆରମ୍ଭ ହୋଇଛି 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ । ଏହି କ୍ରମରେ ଗୁରୁବାର କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ମଧ୍ୟ 'ମୋ ମାଟି ମୋ ଦେଶ' ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସାମିଲ ହୋଇ ଦଳୀୟ କର୍ମୀଙ୍କ ସହ ମିଶି ଘର ଘର ବୁଲି ଅମୃତ କଳସରେ ମାଟି ସଂଗ୍ରହ କରିଛନ୍ତି । ଏଥିସହ ଜିଲ୍ଲାର ଶହୀଦ ଯବାନଙ୍କ ପରିବାର ସଦସ୍ୟଙ୍କୁ ଭେଟି ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ।

ଗୁରୁବାର ଦିନ ୧୧ଟା ବେଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଫୁଲବାଣୀ ଠାରେ ପହଞ୍ଚିଥିଲେ । ତାଙ୍କୁ ଦଳୀୟ କର୍ମୀଙ୍କ ପକ୍ଷରୁ ସ୍ଵାଗତ କରାଯାଇଥିଲା । ଏହାପରେ ରାଜ୍ୟ ବିଜେପି ମୁଖ୍ୟଙ୍କ ସହ ଦଳୀୟ କର୍ମୀମାନେ ଏକ ମୋଟର ସାଇକଲ ରାଲିରେ ସହର ପରିକ୍ରମା କରିବା ପରେ ପ୍ରଥମେ ଫୁଲବାଣୀ ସାହି ବରାଳ ଦେବୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ସେଠାରୁ ଫୁଲବାଣୀ ମାଟିକୁ କଳସରେ ରଖି ରାଜ୍ୟ ସଭାପତି ନିଜେ ଘରଘର ବୁଲି ମାଟି ସଂଗ୍ରହ କରିଥିଲେ । ସେ ଫୁଲବାଣୀର ଶହୀଦ ସୁନାସିର ମହାନ୍ତିଙ୍କ ଘରକୁ ଯାଇ ସେଠାରେ ରଖା ଯାଇଥିବା ମାଟିକୁ ଆଣିଥିଲେ ଏବଂ ତାଙ୍କ ପରିବାର ସହ କଥାବାର୍ତ୍ତା କରିଥିଲେ ।

ଏହାମଧ୍ୟ ପଢନ୍ତୁ: ITBP ଯବାନଙ୍କ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

ଏହାପରେ ମନମୋହନ ବାଲିଗୁଡା ଠାରେ ଶହୀଦ ଦିନେଶ କୁମାର ପାତ୍ର ଏବଂ ରାଇକିଆ ବ୍ଲକ ବିଅରପାଙ୍ଗା ଗ୍ରାମର ବୀର ଶହୀଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପରିବାର ସଦସ୍ୟଙ୍କୁ ଭେଟି ଆଲୋଚନା କରିଥିଲେ ଏବଂ ଅମୃତ କଳସରେ ମାଟି ସଂଗ୍ରହ କରିଥିଲେ । ଓଡ଼ିଶାର ସମସ୍ତ ବ୍ଲକରେ ଥିବା ସବୁ ଘରୁ ମାଟି ଆଣି ଦିଲ୍ଲୀ ପଠାଯାଇ ସହିଦମାନଙ୍କ ଏକ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯିବ ବୋଲି ମନମୋହନ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦେଶର ଶହୀଦ ଯବାନମାନଙ୍କୁ ସମ୍ମାନ ଜଣାଇ ମୋ ମାଟି ମୋ ଦେଶ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ମାଧ୍ୟମରେ ଘରୁ ଘରୁ ମାଟି ସଂଗ୍ରହ କରାଯାଇଛି । ୭ ହଜାର ୫୦୦ କଳସରେ ବିଭିନ୍ନ ଗାଁରୁ ମାଟି ଓ ବୃକ୍ଷ ସଂଗ୍ରହ ହେଉଛି । ସଂଗୃହୀତ ମାଟିକୁ ଭୁବନେଶ୍ବର ନିଆଯାଇ ଟ୍ରେନ୍‌ ଯୋଗେ ଦିଲ୍ଲୀକୁ ପଠାଯିବ । ଏହି ମାଟି ଓ ବୃକ୍ଷରେ ଜାତୀୟ ଯୁଦ୍ଧ ସ୍ମାରକୀ ନିକଟରେ ଅମୃତ ବାଟିକା ନିର୍ମାଣ ହେବ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.