କନ୍ଧମାଳ: ଫୁଲବାଣୀ ବିଧାନସଭା ଆସନ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ଯୋଜନାର ସମୀକ୍ଷା କରିଛନ୍ତି ବିଧାୟକ ଅଙ୍ଗଦ କହଁର । ଫୁଲବାଣୀ, ଫିରିଙ୍ଗିଆ, ଖଜୁରିପଡା ଓ ଚକାପାଦ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି । ଫୁଲବାଣୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।
ଏହି ବୈଠକରେ ଡିଆରଡିଏର ପିଡି ବିଶ୍ବନାଥ ବାରିକଙ୍କ ସମେତ ବିଡିଓ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସମସ୍ତ ଯୋଜନାର ବାସ୍ତବ ସ୍ଥିତି ସମ୍ପର୍କରେ ବିଧାୟକଙ୍କୁ ଅବଗତ କରିଥିଲେ । ବିଧାୟକ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମସ୍ତ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ