ETV Bharat / state

ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରସବ ଓ ମୃତ୍ୟୁ ଘଟଣା, ରାଜ୍ୟ ବିଜେପିର ଅନୁଧ୍ୟାନ - ରାଜ୍ୟ ମହିଳା ମୋର୍ଚ୍ଚା

ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଏବଂ ମୃତ୍ୟୁ ଘଟଣା। ରାଜ୍ୟ ମହିଳା ମୋର୍ଚ୍ଚାର ଏକ ଟିମ ଫୁଲବାଣୀରେ ପହଞ୍ଚିଛନ୍ତି । ଅଧିକ ପଢ଼ନ୍ତୁ

minor pregnant girl death case  bjp women team reached kandhamal demands for justice
ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରସବ ଓ ମୃତ୍ୟୁ ଘଟଣା, ରାଜ୍ୟ ବିଜେପିର ଅନୁଧ୍ୟାନ
author img

By

Published : Oct 9, 2022, 6:14 PM IST

ଫୁଲବାଣୀ: ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରସବ ଏବଂ ମୃତ୍ୟୁ ଘଟଣା । ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ସ୍ମୃତିରେଖା ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ବରେ ଏକ ଟିମ ଫୁଲବାଣୀରେ ପହଞ୍ଚିଛନ୍ତି । କନ୍ଧମାଳ ଜିଲ୍ଲା ରଙ୍ଗାପାରୁ ସେବାଶ୍ରମର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବାପରେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଏହାପରେ ନାବାଳିକାଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ରାଜ୍ୟ ମହିଳା ମୋର୍ଚ୍ଚାର ଏହି ଟିମ ବେଲଘରର ରାଙ୍ଗପାରୁ ବିଦ୍ୟାଳୟ ଓ ଜି. ଉଦୟଗିରି ଅଞ୍ଚଳ ଗସ୍ତ କରି ଅନୁସନ୍ଧାନ କରିବେ ।

ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରସବ ଓ ମୃତ୍ୟୁ ଘଟଣା

ଏହା ପରେ ଫୁଲବାଣୀରେ ଏକ ସାମ୍ବାଦିକ ସମ୍ମିଳନୀର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ବିଜେପି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ କହିଛନ୍ତି, "ଏହା ଏକ ଦୁଃଖଦ ଓ ଉଦବେଗଜନକ ଘଟଣା । ନବୀନ ସରକାର ସମୟରେ ମହିଳା ଓ ଝିଅମାନେ ଆଦୌ ସୁରକ୍ଷିତ ନୁହଁନ୍ତି ।" ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନା କିଭଳି ତାହା ଏଥିରୁ ଜଣାପଡୁଛି ବୋଲି ବିଜେପି ନେତ୍ରୀ କହିଛନ୍ତି । ମହିଳାମାନେ ଯେପରି ସୁରକ୍ଷିତ ରହିବେ ସେଥିପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା, ମୃତ ଶିଶୁପୁତ୍ରକୁ ଜନ୍ମ ଦେଇ ଛାତ୍ରୀ ମୃତ

ସୂଚନା ଥାଉକି, ଆବାସିକ ବିଦ୍ୟାଳୟର ଜନୈକା ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଗତ ସେପ୍ଟେମ୍ବର ୨୩ ତାରିଖରେ ଜଣା ପଡିଥିଲା । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଲଘର ଥାନାରେ ଏତଲା ଦେବାପରେ ଘଟଣା ସଂପର୍କରେ ଜଣାପଡିଥିଲା । ଏହା ପରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ପକ୍ଷରୁ ନାବାଳିକାଙ୍କୁ ଜି. ଉଦୟଗିରି ସୁଭଦ୍ରା ମହତାବ ଶିଶୁ ଯତ୍ନ ଗୃହରେ ଥଇଥାନ କରାଯାଇଥିଲା । ନାବାଳିକାଙ୍କ ପ୍ରସବ ଯନ୍ତ୍ରଣା ଆସିବା ପରେ ତାଙ୍କୁ ଜି. ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ନାବାଳିକା ଜଣକ ଏକ ମୃତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ଆବାସିକ ବିଦ୍ୟାଳୟର ଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି କିଛି ଅଭିଭାବକ । ଏ ନେଇ ଥାନାରେ କେସ ନମ୍ବର ୭/୨୨ ରେ ମାମଲା ରୁଜୁ ହୋଇ ଶିଶୁଟିର ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠା ଯାଇଥିଲା । ଘଟଣାର ସଠିକ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.