ଫୁଲବାଣୀ: କନ୍ଧମାଳକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସରପ୍ରାଇଜ ଭିଜିଟ୍ । ମନ୍ତ୍ରୀ ହଠାତ୍ ଫୁଲବାଣୀ ବସଷ୍ଟାଣ୍ଡ ସ୍ଥିତ ଆହାର କେନ୍ଦ୍ରକୁ ଅଚାନକ ଗସ୍ତ କରିଥିଲେ ।
ଆହାର କେନ୍ଦ୍ରରେ ଖାଦ୍ୟର ମାନ ଯାଞ୍ଚ କରିବା ସହ ଆହାର କେନ୍ଦ୍ରରେ ଭୋଜନ କରିଥିଲେ । ଆହାର ଖାଇ ସନ୍ତୋଷ ବ୍ୟକ୍ତ କରିବା ସହ ଅନ୍ୟାନ୍ୟ କେନ୍ଦ୍ରରେ ଏପରି ଗୁଣବତ୍ତା ପ୍ରତିପାଦିତ କରିବାକୁ ପରାମର୍ଶ ଦେଇଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତରେ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ତାଙ୍କ ସହ ଉପସ୍ଥିତ ଥିଲେ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ