ETV Bharat / state

ବାଟବଣା ନିରାମୟ ଯୋଜନା, ପରିତ୍ୟକ୍ତ କୂଅରେ ଗଦା ଗଦା ଔଷଧ ଠାବ - କନ୍ଧମାଳରେ ବାଟବଣା ନିରାମୟ ଯୋଜନା

'ସରକାର କା ମାଲ ଦରିଆ ମେ ଡାଲ' । ଏହି ଉକ୍ତିଟିର ଜ୍ବଳନ୍ତ ଉଦାହରଣ କନ୍ଧମାଳ ବାରିକୁମ୍ପା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି । ଯେଉଁଠି ସ୍ବାସ୍ଥ୍ୟକେନ୍ଦ୍ରର ଅନେକ ଦାମି ଔଷଧ ପରିତ୍ତ୍ୟକ୍ତ କୂଅରେ ଠାବ ହୋଇଛି । ଲୋକଙ୍କୁ ସୁସ୍ଥ କରୁଥିବା ଔଷଧ ଶେଷରେ ଅଳିଆ ସାଜିଛି । ଦେଖନ୍ତୁ ଏହି ରିପୋର୍ଟ

ବାରିକୁମ୍ପା ସ୍ବାସ୍ଥ୍ୟକେନ୍ଦ୍ରରେ ବାଟବଣା ନିରାମୟ ଯୋଜନା, ପରିତ୍ତ୍ୟକ୍ତ କୂଅରେ ଗଦା ଗଦା ଔଷଧ ଠାବ

author img

By

Published : Jul 21, 2022, 9:36 PM IST

ଫୁଲବାଣୀ: ସରକାର ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଗରିବ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ସହ ମାଗଣା ଔଷଧ ଯୋଗାଇଦେବା ପାଇଁ ନିରାମୟ ଯୋଜନା କରିଛନ୍ତି । ଗୋଟିଏ ପଟେ ସାଧାରଣ ଲୋକେ ଟଙ୍କା ଦେଇ ଔଷଧ ଦୋକାନରୁ ଔଷଧ କିଣୁଥିବାବେଳେ ନିରାମୟ ଯୋଜନାର ଔଷଧ ଅବଧି ସରିଯାଉଥିଲେ ମଧ୍ୟ ଲୋକେ ପାଇ ପାରୁନାହାନ୍ତି । ଫଳରେ ଗଦା ଗଦା ଔଷଧ ଫିଙ୍ଗାଯାଉଛି ପରିତ୍ତ୍ୟକ୍ତ କୂଅ ଭିତରେ । କନ୍ଧମାଳ ଜିଲ୍ଲା ବାରିକୁମ୍ପା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।

ବାରିକୁମ୍ପା ସ୍ବାସ୍ଥ୍ୟକେନ୍ଦ୍ରରେ ବାଟବଣା ନିରାମୟ ଯୋଜନା, ପରିତ୍ତ୍ୟକ୍ତ କୂଅରେ ଗଦା ଗଦା ଔଷଧ ଠାବ

ପରିତ୍ତ୍ୟକ୍ତ କୂଅରେ ଫିଙ୍ଗାଯାଉଛି କୋଟି କୋଟି ଟଙ୍କାର ଗଦା ଗଦା ଔଷଧ । ପୁଣି ମେଡିକାଲ ଅଧିକାରୀଙ୍କ ଘର ପରିସରେ ଥିବା ଏକ ପରିତକ୍ତ କୂଅରେ । ଏଭଳି କିଛି ଦୁଶ୍ୟ ହେଉଛି କନ୍ଧମାଳ ଜିଲା ବାରିକୁମ୍ପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର । ଦେଖନ୍ତୁ ଏହି ଭିଜୁଆଲକୁ ନୋରଫ୍ଲେକ୍ସ ଟାବଲେଟ ଝାଡା ରୋଗୀଙ୍କୁ ଦିଆଯାଇଥାଏ । କିନ୍ତୁ ଏହାର ଅବଧି ସରିଥିବାରୁ ପ୍ୟାକେଟ ପ୍ୟାକେଟ ଔଷଧ କୂଅ ଭିତରେ ଫିଙ୍ଗାଯାଉଛି । ଏଭଳି ଗୋଟିଏ କି ଦୁଇଟି ଔଷଧ ନୁହେଁ । ସବୁ ରୋଗ ପାଇଁ ଆସୁଥିବା ବିଭିନ୍ନ କମ୍ପାନୀର ନାମିଦାମି ଔଷଧ ପରିତକ୍ତ କୂଅ ଭିତରେ ପଡିରହିଛି । ଏହି ଔଷଧ ମଧ୍ୟରେ ରହିଛି ନୋରୋ ଫ୍ଲେକ୍ସ, ପୋଭିଡୋନ, ବେଟାଡିନ ଭଳି ନମିଦାମି ଔଷଧ ।

ସାଧାରଣ ଲୋକେ ଔଷଧ ଦୋକାନରୁ ଔଷଧ କିଣୁଥିବା ବେଳେ ନିରାମୟ ଯୋଜନାର ଔଷଧ ଅବଧି ସରିଯାଉଥିଲେ ମଧ୍ୟ ଲୋକେ ପାଇ ପାରୁନାହାନ୍ତି । ବାରିକୁମ୍ପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲୋକେ ସ୍ୱାସ୍ଥ୍ୟ ସେବା ପାଇ ପାରୁନଥିବା ବେଳେ ମେଡିକାଲରେ ଔଷଧ ଲୋକେ ନପାଇ ଘୋରାଇ କ୍ଲିନିକରେ ଚିକସ୍ଛା ହେଉଥିବା ଅଭିଯୋଗ ହୋଇଛି । ଏହି ଔଷଧ ସାଧାରଣ ଲୋଙ୍କ ପାଇଁ ଆସୁଥିଲେ ମଧ୍ୟ ଲୋକେ ପାଇପାରୁନଥିବା ଅଭିଯୋଗ ହୋଇଛି ।

ସେପଟେ ଔଷଧ ଫିଙ୍ଗା ବିଷୟ ଜାଣିନଥିବା ବେଳେ କିଛି ମାତ୍ର ଔଷଧ ଫିଙ୍ଗା ଯାଇଛି ବୋଲି କହିଛନ୍ତି ଡାକ୍ତରଖାନା ଅଧିକାରୀ । ଏନେଇ ତଦନ୍ତ କରାଯିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କନ୍ଧମାଳ ସିଡିଏମଓ । ଯଥାଶୀଘ୍ର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.