ETV Bharat / state

ଜନ୍ମଦିନରେ କନ୍ଧମାଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

କନ୍ଧମାଳ ଜିଲ୍ଲା ଫୁଲବାଣୀରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ନିଜ ଜନ୍ମଦିନରେ ସବୁଠାରୁ ବଡ ଉପହାର କନ୍ଧମାଳବାସୀଙ୍କୁ ଦେଇଛନ୍ତି ।

author img

By

Published : Oct 16, 2019, 10:28 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । 20 ବର୍ଷ ଧରି ଲଗାତାର ଭାବେ ଦାବି କରୁଥିଲେ ଜିଲ୍ଲାବାସୀ । ଆଜି ମୁଖ୍ୟମନ୍ତ୍ରୀ ନିଜ ଜନ୍ମଦିନରେ ସବୁଠାରୁ ବଡ ଉପହାର କନ୍ଧମାଳ ବାସୀଙ୍କୁ ଦେଇଛନ୍ତି ବୋଲି କହିଛନ୍ତି କନ୍ଧମାଳ ସାଂସଦ ଡା. ଅଚ୍ୟୁତ ସାମନ୍ତ । ଫୁଲବାଣୀ ବିଜୁ ପଟ୍ଟନାୟକ ଛକରେ ବିଜେଡି ତରଫରୁ ଏକ ବିରାଟ ସମାବେଶ କରି ଆତସବାଜି କରାଯାଇଛି। ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ନେତା ମାନେ ସେଲିବ୍ରେସନ କରିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ସେପଟେ ମୁଖ୍ୟମନ୍ତ୍ରୀ ମୋର କଥା ରଖିଛନ୍ତି ବୋଲି କହିଛନ୍ତି ସାଂସଦ । 'ମୁଁ ପ୍ରଥମରୁ ନିର୍ବାଚନ ବେଳେ ଏହା କହି ଆସୁଥିଲି ଏବଂ ତାହା ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି ବୋଲି କହିଛନ୍ତି ସାଂସଦ।

ଜିଲ୍ଳାରେ ହେବ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ। ଫୁଲବାଣୀ ଜିଲ୍ଲା ମେଡିକାଲକୁ 500 ଶଯ୍ୟା ଵିଶିଷ୍ଟ କରିବା ସହିତ ମେଡିକାଲ କଲେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେଥିପାଇଁ 'ମୋ ସରକାର' କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳ ଆଜି ସୂଚନା ଦେବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି। ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗ ଓ ସେବାରେ ଏକ ବିରାଟ ପରିବର୍ତ୍ତନ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ପିଟିସି ସଦାଶିଵ ପାତ୍ର,ଈଟିଭି ପ୍ରତିନିଧି
କନ୍ଧମାଳ ଜିଲ୍ଲା ଫୁଲବାଣୀରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। 20 ବର୍ଷ ଧରି ଲଗାତାର ଭାବେ ଦାବି କରୁଥିଲେ ଜିଲ୍ଲାବାସୀ। ଆଜି ମୁଖ୍ୟମନ୍ତ୍ରୀ ନିଜ ଜନ୍ମ ଦିନରେ ସବୁଠାରୁ ବଡ ଉପହାର କନ୍ଧମାଳବାସୀଙ୍କୁ ଦେଇଛନ୍ତି ବୋଲି କହିଛନ୍ତି କନ୍ଧମାଳ ସାଂସଦ ଡା ଅଚ୍ୟୁତ ସାମନ୍ତ । ଫୁଲବାଣୀ ବିଜୁ ପଟନାୟକ ଛକରେ ବିଜେଡି ତରଫରୁ ଏକ ବିରାଟ ସମାବେଶ କରି ଆତସବାଜି କରାଯାଇଛି। ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଚଢେଇଛନ୍ତି ନେତା।

Body:ଶୋଭାଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋର କଥା ରଖିଛନ୍ତି ବୋଲି କହିଛନ୍ତି ସାଂସଦ । ମୁ ପ୍ରଥମରୁ ନିର୍ବାଚନ ବେଳେ ଏହା କହି ଆସୁଥିଲି ଏବଂ ତାହା ମୁଖ୍ୟମନ୍ତ୍ରୀ ପୁରଣ କଲେ। ବିଧାୟକ ମଧ୍ୟ ଖୁସି ମନାଇବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।
ବାଇଟ(୧) ଡା.ଅଚ୍ୟୁତ ସାମନ୍ତ,ସାଂସଦ,କନ୍ଧମାଳ
(୨) ଅଙ୍ଗଦ କଂହର,ବିଧାୟକ,ଫୁଲବାଣୀ

Conclusion:ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଜିଲ୍ଲାରେ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.