ETV Bharat / state

Panchayat Election: ନିର୍ବାଚନ ମୈଦାନରେ ମେକାନିକାଲ ଇଞ୍ଜିନିୟର - କେରେଡି ପଞ୍ଚାୟତରେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ

ନିର୍ବାଚନ ମୈଦାନକୁ ଓହ୍ଳାଇଛନ୍ତି ମେକାନିକାଲ ଇଞ୍ଜିନିୟର। ମୌଳିକ ସମସ୍ୟାର ସମାଧାନ ପ୍ରତିଶୃତି ଦେଇ ଗାଁ ଗାଁରେ ଭୋଟ ଭିକ୍ଷା କରୁଛନ୍ତି। ଅଧିକ ପଢ଼ନ୍ତୁ

mechanical engineer stands for panchayat election campaign in keredi
panchayat election: ନିର୍ବାଚନ ମୈଦାନରେ ମେକାନିକାଲ ଇଞ୍ଜିନିୟର
author img

By

Published : Feb 13, 2022, 8:45 PM IST

Updated : Feb 14, 2022, 11:59 AM IST

ଫୁଲବାଣୀ: ଆଉ ଦିନ ଦୁଇଟା ପରେ ଆରମ୍ଭ ହେବ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା। ଏନେଇ ଗାଁଠୁ ସହର ଚାରିଆଡ଼େ ଚାଲିଛି ପ୍ରାର୍ଥୀଙ୍କ ହେଭିୱେଟ ପ୍ରଚାର। ନିଜ ଦଳ ସମର୍ଥକଙ୍କ ସହ ଘରକୁ ଘର ବୁଲି ପ୍ରାର୍ଥୀମାନେ ଭୋଟ ଭିକ୍ଷା କରିବାରେ ଲାଗିଛନ୍ତି ।

Panchayat Election: ନିର୍ବାଚନ ମୈଦାନରେ ମେକାନିକାଲ ଇଞ୍ଜିନିୟର

ଫୁଲବାଣୀ ନିର୍ବାଚନ ମଣ୍ଡଳୀର କେରେଡି ପଞ୍ଚାୟତରେ ନିର୍ବାଚନର ଉଷ୍ଣ ବାତାବରଣ ସୃଷ୍ଟି ହୋଇଛି । ଚଳିତ ଥର ନିର୍ବାଚନରେ ଅନେକ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି। ମେକାନିକାଲ ଇଂଜିନିୟରିଂ ଛାଡ଼ି ଗ୍ରାମର କଲ୍ୟାଣ ନିମନ୍ତେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ଛନ୍ତି ସୁରଜିତ କୁମାର ମଲ୍ଲିକ । ଛାତ୍ର ସମୟରୁ ସମାଜସେବା ପ୍ରତି ତାଙ୍କର ଦୁର୍ବଳତା ଥିବା ନେଇ ସେ କହିଛନ୍ତି।

ଏଥର ନିର୍ବାଚନ ଜିତି ପ୍ରତ୍ୟକ୍ଷ ଭାବେ ଲୋକଙ୍କ ସେବା କରିବାକୁ ତାଙ୍କର ଲକ୍ଷ୍ୟ ରହିଛି । ଅଞ୍ଚଳର ମୌଳିକ ସମସ୍ୟା ସମାଧାନ ପ୍ରତିଶୃତି ଦେଇ ଜନତାଙ୍କୁ ଭୋଟ ମାଗିବାରେ ଲାଗିପଡ଼ିଛନ୍ତି। ତାଙ୍କ ବିପକ୍ଷରେ ରହିଛନ୍ତି ଭାଜପାର ପୂର୍ବତନ ବିଧାୟକ ପ୍ରାର୍ଥୀ ଦେବନାରାୟଣ ପ୍ରଧାନ । ତେବେ ଆସନ ହାତେଇବା ପାଇଁ ଦୁଇ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated : Feb 14, 2022, 11:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.