ETV Bharat / state

ପୋଲିସ ଇନଫର୍ମର ସନ୍ଦେହ: ଦୁଇ ଜଣଙ୍କୁ ମାଓବାଦୀଙ୍କ ବର୍ବର ହତ୍ୟା

author img

By

Published : Jan 30, 2021, 10:49 AM IST

କନ୍ଧମାଳରେ ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କଲେ ମାଓବାଦୀ । ଅଧିକ ପଢନ୍ତୁ...

ପୋଲିସ ଇନଫର୍ମର ସନ୍ଦେହ
ପୋଲିସ ଇନଫର୍ମର ସନ୍ଦେହ

ଫୁଲବାଣୀ: କନ୍ଧମାଳରେ ଲାଲ ବାହିନୀର ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ବେଲଘର ଥାନା ଗୋଛାଗୁଡା ଗାଁରେ ବିଳମ୍ବିତ ରାତିରେ ଘରୁ ଡାକି ନେଇ ଦୁଇ ଯୁବକଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି l

ପୋଲିସ ଇନଫର୍ମର ସନ୍ଦେହ
ପୋଲିସ ଇନଫର୍ମର ସନ୍ଦେହ

ଭଣ୍ଡାରଙ୍ଗୀ ପଞ୍ଚାୟତର ସରପଞ୍ଚଙ୍କ ପୁଅ ଭବାନୀ ଶଙ୍କର ପାତ୍ର ଓ ଗୋଛାଗୁଡା ଗାଁର ହେମନ୍ତ ପାତ୍ରକୁ ନିର୍ମମ ଭାବେ ମାଓବାଦୀ ହତ୍ୟା କରିଛନ୍ତି । ଭବାନୀଙ୍କ ମୃତଦେହ ପଞ୍ଚାୟତ ଅଫିସ୍ ସମ୍ମୁଖରେ ପଡ଼ିରହିଛି । ସେହିପରି ଗାଁର ଅନ୍ୟ ଏକ ସ୍ଥାନରେ ହେମନ୍ତଙ୍କ ମୃତଦେହ ପଡିଛି । ଏହାପରେ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଏପରି ଘଟଣା ପ୍ରଥମ ହୋଇଥିବାରୁ ଆତଙ୍କିତ ହୋଇଯାଇଛନ୍ତି ଲୋକେ ।

ପୋଲିସ ଇନଫର୍ମର ସନ୍ଦେହ
ପୋଲିସ ଇନଫର୍ମର ସନ୍ଦେହ

ତେବେ ହତ୍ୟା କରିବା ପରେ ଘଟଣାସ୍ଥଳରେ ହାତଲେଖା ମାଓ ପୋଷ୍ଟର ଛାଡ଼ିଛି ଲାଲ ବାହିନୀ । ଏଥିରେ ସିପିଆଇ ମାଓବାଦୀ ବାଶଦାରା ଘୁମୁସର ନାଗାବଳୀ( ବା.ଘୁ.ନା ) ଡ଼ିଭିଜନ ଏହି ଦଣ୍ଡ ଦେଇଥିବା ଉଲ୍ଲେଖ ରହିଛି । ସିର୍କି ଏନକାଉଣ୍ଟରରେ ମୃତ 5 ମାଓବାଦୀଙ୍କୁ ଚିହ୍ନଟ ସହ ପୋଲିସକୁ ମାଓ କ୍ୟାମ୍ପ ଏମାନେ ଦେଖାଇଥିଲେ ବୋଲି କହିଛି ମାଓ ସଙ୍ଗଠନ ।

ପୋଲିସ ଇନଫର୍ମର ସନ୍ଦେହ
ପୋଲିସ ଇନଫର୍ମର ସନ୍ଦେହ

ଏହା ସହିତ ଆଦିବାସୀ ଗୋଣ୍ଡ ସମାଜକୁ ମଧ୍ୟ ପୋଲିସକୁ ସହାୟତା ନଦେବାକୁ ଏଥିରେ ଉଲ୍ଲେଖ ରହିଛି । ତେବେ ଶେଷ ଖବର ସୁଦ୍ଧା ପୋଲିସ ଘଟଣାସ୍ଥଳକୁ ଯାଇପାରିନଥିବା ଜଣାପଡିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.