ଫୁଲବାଣୀ : ଆଜିଠୁ ଆରମ୍ଭ ହୋଇଛି ମାଓବାଦୀଙ୍କ ସହିଦ ସପ୍ତାହ । ମାଓବାଦୀ ମୃତ୍ୟୁକୁ ସହିଦର ଆଖ୍ୟା ଦେଇଛି ମାଓ ସଂଗଠନ । ଏହାକୁ ନେଇ ମାଓବାଦୀ ଏକ ଚେତାବନୀ ଦେବା ସହ କନ୍ଧମାଳ ଜିଲ୍ଲାରେ ନିଜ ସ୍ଥିତି ଜାହିର କରିଛି । ଲାଲ ବାହିନୀ ପୋଷ୍ଟର ମାରି ଆଜିଠୁ ସହିଦ ସପ୍ତାହ ପାଳନ ପାଇଁ ଦେଇଛି ଆହ୍ୱାନ । ଏଭଳି ପୋଷ୍ଟର ଦେଖିବାକୁ ମିଳିଛି ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମନଖୋଲ ପଞ୍ଚାୟତ କଞ୍ଜାଲାଗୁ ଗ୍ରାମରେ ।
କେକେ ବିଏନ ଡିଭିଜନ, ଭାକପା ମାଓବାଦୀ ତରଫରୁ ଏହି ପୋଷ୍ଟର ମରାଯାଇଛି । ପୋଷ୍ଟରେ ଆଜିଠାରୁ ଯେଉଁ ସହିଦ ସପ୍ତାହ ପାଳିତ ହେଉଛି ତାକୁ ସମସ୍ତେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସପ୍ତାହେ ଧରି ଚାଲିବ ।
ଇଟିଭି ଭାରତ, କନ୍ଧମାଳ