ETV Bharat / state

ପୋଲିସ୍‌ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ଗୁଳିକରି ହତ୍ୟା

author img

By

Published : Dec 18, 2022, 7:31 PM IST

କନ୍ଧମାଳ ରକ୍ତମୁଖା ହେଲା ଲାଲ୍‌ ବାହିନୀ । ପୋଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଦିନ ଦ୍ୱିପହରରେ ଜଣେ ଠିକାଦାରଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି।

ପୋଲିସ୍‌ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ଗୁଳିକରି ହତ୍ୟା
ପୋଲିସ୍‌ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ଗୁଳିକରି ହତ୍ୟା
ପୋଲିସ୍‌ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ଗୁଳିକରି ହତ୍ୟା

ଫୁଲବାଣୀ : କନ୍ଧମାଳ ରକ୍ତମୁଖା ହେଲା ଲାଲ୍‌ ବାହିନୀ । ପୋଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଦିନ ଦ୍ୱିପହରରେ ଜଣେ ଠିକାଦାରଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ବଣ୍ଡାପିପିଲି ଗାଁରେ ଏଭଳି ଘଟଣା ଘଟିଛି । କିଛି ଦିନର ବ୍ୟବଧାନ ପରେ ପୁଣି ଗାଁରେ ମାଓବାଦୀ ନିଜର ଉପସ୍ଥିତି ଜାହିର କରିଥିବା ଦେଖିବାକୁ ମିଳିଛି ।

ଦିନ ଦ୍ୱିପ୍ରହର ବଣ୍ଡାପିପିଲି ଗାଁରେ ହାଟ ଚାଲିଥିବା ବେଳେ ଜନଗହଳି ମଧ୍ୟରେ ବ୍ୟବସାୟୀ ତଥା ଠିକାଦାର ରମେଶ ନାୟକଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଗୁଳିକରି ହତ୍ୟା କରିଥିଲେ ମାଓବାଦୀ । ଏହାସହ ଘଟଣାସ୍ଥଳରେ ଏକ ପୋଷ୍ଟର ଛାଡ଼ିଯାଇଛି ବିଜିଏନ ମାଓ ସଂଗଠନ । ରମେଶ ଜଣେ ଠକ ଠିକାଦାର, କିନ୍ତୁ ସେ ପୋଲିସ ଇନଫର୍ମମର ଭାବେ କାମ କରୁଥିଲେ ବୋଲି ମାଓ ପୋଷ୍ଟରରେ ଉଲେଖ ରହିଛି ।

ହତ୍ୟାକାଣ୍ଡ ପରେ ସାରା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ମୃତ ଠିକାଦାର ରମେଶ ନାୟକ ବଣ୍ଡାପିଲିଲି ଗାଁରେ ଓ୍ବେଲ୍‌ଡିଂ ଦୋକାନ ସହ ଠିକାକାମ କରୁଥିଲେ । ସୂଚନାନୁସାରେ ଆଜି ବଣ୍ଡାପିପିଲି ଗାଁରେ ସାପ୍ତାହିକ ହାଟ ଚାଲିଥିବା ବେଳେ ରମେଶ ତାଙ୍କ ଦୋକାନରେ ଥିଲେ । ସେହି ସମୟରେ ହଠାତ କିଛି ସଶସ୍ତ୍ର ମାଓବାଦୀ ଆସି ତାଙ୍କୁ ସେଠାରେ ବନ୍ଧୁକ ଦେଖାଇଥିଲେ । ଫଳରେ ରମେଶ ଭୟରେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ।

ସେତେବେଳେ ସଶସ୍ତ୍ର ମାଓବାଦୀ ରମେଶଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡ଼ିଛି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ସିପିଆଇ ମାଓବାଦୀ ନାମରେ ହତ୍ୟାର କାରଣ ସହ ଚେତାବନୀ ପୋଷ୍ଟର ଛାଡ଼ି ଯାଇଛନ୍ତି ।

ଖାଲି ସେତିକି ନୁହେଁ ଏହି ଅଞ୍ଚଳର କିଛି ଲୋକଙ୍କ ନାମ ମଧ୍ୟ ପୋଷ୍ଟରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ଯେଉଁମାନେ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟ କରୁଛନ୍ତି ଏବଂ ପୋଲିସର ଖବରଦାତା ସାଜିଛନ୍ତି ସେମାନଙ୍କୁ ମଧ୍ୟ ଏହି ଭଳି ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟର ମାଧ୍ୟମରେ ଧମକ ଦେଇଛି ମାଓ ସଙ୍ଗଠନ ।

ଇଟିଭି ଭାରତ,କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.