କନ୍ଧମାଳ: କିଛି ଦିନର ନିରବତା ପରେ ପୁଣି ବାଲିଗୁଡା ଅଞ୍ଚଳରେ ନିଜର ସ୍ଥିତି ଜାହିର କଲା ମାଓ ସଂଗଠନ । ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ନିକଟ ଇମାନୁଏଲ ନଗରରେ ପୋଷ୍ଟର ମାରିଛନ୍ତି ମାଓ ସଂଗଠନ । ସିଆରପିଏଫ୍ କ୍ୟାମ୍ପ ଓ ଗଞ୍ଜେଇ ଗଛ କଟାକୁ ପୋଷ୍ଟରରେ ବିରୋଧ କରାଯାଇଛି।
କେକେବିଏନ୍ ମାଓ ସଂଗଠନ ପକ୍ଷରୁ ଜାରି ହୋଇଛି ମାଓ ପୋଷ୍ଟର । ଜିଲ୍ଲାରେ ସିଆରପିଏଫ୍ କ୍ୟାମ୍ପକୁ ବିରୋଧ କରିବା ସହ ଗଞ୍ଜେଇ ଗଛ କଟାକୁ ବିରୋଧ କରିଛି ମାଓ ସଂଗଠନ । ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ମରାଯାଇଛି ଏହି ପୋଷ୍ଟର । ଏହାକୁ ନେଇ ତୁମୁଡ଼ିବନ୍ଧ ପୋଲିସ ତଦନ୍ତ କରୁଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ