ETV Bharat / state

କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମାଓ ପୋଷ୍ଟର ଓ ବ୍ୟାନର ଜବତ

କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମାଓ ପୋଷ୍ଟର ଓ ବ୍ୟାନର ଜବତ ହୋଇଛି । ସଦର ଥାନା, କ. ନୂଆଗାଁ, ବାଲିଗୁଡ଼ା ଥାନା ଅଞ୍ଚଳରେ ସୋମବାର ଲାଲବାହିନୀ ଲଗାଇଛି ପୋଷ୍ଟର ଓ ବ୍ୟାନର । ଅଧିକ ପଢନ୍ତୁ...

କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମାଓ ପୋଷ୍ଟର ଓ ବ୍ୟାନର ଜବତ
କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମାଓ ପୋଷ୍ଟର ଓ ବ୍ୟାନର ଜବତ
author img

By

Published : Aug 17, 2020, 9:04 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମାଓ ପୋଷ୍ଟର ଓ ବ୍ୟାନର ଜବତ ହୋଇଛି । ସଦର ଥାନା, କ. ନୂଆଗାଁ, ବାଲିଗୁଡ଼ା ଥାନା ଅଞ୍ଚଳରେ ସୋମବାର ଲାଲବାହିନୀ ଲଗାଇଛି ପୋଷ୍ଟର ଓ ବ୍ୟାନର । ନକ୍ସଲଙ୍କ ହତ୍ୟାକୁ ବିରୋଧ କରି ବନ୍ଦକୁ ସମର୍ଥନ କରିବାକୁ ସେଥିରେ କୁହାଯାଇଛି ।

କେକେବିଏନ ମାଓ ସଂଗଠନ ମାରିଥିବା ଏହି ପୋଷ୍ଟର ଓ ବ୍ୟାନରରେ ପୋଲିସ ଗୁଳିରେ ମୃତ ନକ୍ସଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି । ପୋଲିସ ଦମନ ଲୀଳାର ବିରୋଧ କରାଯାଇଛି । ଲାଲବାହିନୀର ଲାଲ ବ୍ୟାନର । ପୋଷ୍ଟର ବ୍ୟାନର ମାରି ନିଜ ସ୍ଥିତିକୁ ଜାହିର କରିଛି ମାଓ ସଂଗଠନ ।

କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମାଓ ପୋଷ୍ଟର ଓ ବ୍ୟାନର ଜବତ

ଫୁଲବାଣୀ ସଦର ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ଠାରେ ଲାଲ ବ୍ୟାନର ମାରିଛି କେକେବିଏନ ମାଓ ସଂଗଠନ । ୭ ନକ୍ସଲଙ୍କ ହତ୍ୟାର ପ୍ରତିବାଦ କରିବା ସହିତ ପ୍ରତିଶୋଧ ନେବାକୁ କହିଛି । ରବିବାର ମଧ୍ୟ ଜିଲ୍ଲାରେ ମରାଯାଇଥିଲା ଏପରି ବ୍ୟାନର। ସେପଟେ ପୋଲିସ ପକ୍ଷରୁ ଅନେକ ସ୍ଥାନରୁ ପୋଷ୍ଟର ଜବତ କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.