ETV Bharat / state

କନ୍ଧମାଳରେ ମାଓ ପୋଷ୍ଟର, ଶହୀଦ ସପ୍ତାହ ପାଳିବାକୁ ଧମକ

କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅନ୍ତର୍ଗତ ବାଲନ୍ଦାପଡା ପାହିରାଜୁ ରାସ୍ତାରେ ଦେଖିବାକୁ ମିଳିଛି ଲାଲ ବ୍ୟାନର । ଶହୀଦ ସପ୍ତାହ ପାଳନ ନେଇ ମାଓ ପୋଷ୍ଟର ଆହ୍ବାନ ଦେଇଛନ୍ତି ମାଓବାଦୀ ।

ଫଟୋ ସୌଜନ୍ୟ:ସମ୍ବାଦଦାତା,କନ୍ଧମାଳ
author img

By

Published : Jul 28, 2019, 5:40 PM IST

Updated : Jul 28, 2019, 10:44 PM IST

ଫୁଲବାଣୀ: ଆଜିଠୁ ନକ୍ସଲ ଶହୀଦ ସପ୍ତାହ ପାଳନ ନେଇ ମାଓ ପୋଷ୍ଟର ଲଗାଇଲେ ମାଓବାଦୀ । କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅନ୍ତର୍ଗତ ବାଲନ୍ଦାପଡା ପାହିରାଜୁ ରାସ୍ତାରେ ଦେଖିବାକୁ ମିଳିଛି ଲାଲ ବ୍ୟାନର । ଆଜିଠାରୁ ଅଗଷ୍ଟ 3 ଯାଁଏ ନକ୍ସଲମାନେ ଶହୀଦ ସପ୍ତାହ ପାଳନ ନେଇ ପୋଷ୍ଟରରେ ଆହ୍ବାନ ଦେଇଛନ୍ତି ।

ମାଓ ପୋଷ୍ଟରରେ କେକେବିଏନ ମାଓ ଡିଭିଜନ ନେଇ ଉଲ୍ଲେଖ ରହିଛି । ପୋଷ୍ଟର ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ସରକାରଙ୍କ ନକ୍ସଲ ବିରୋଧୀ ଦମନ ନୀତିକୁ ବିରୋଧ କରାଯାଇ ପ୍ରତିବର୍ଷ ଜୁଲାଇ 28ରୁ ଅଗଷ୍ଟ 3 ଯାଁଏ ନକ୍ସଲ ସଂଙ୍ଗଠନ ପକ୍ଷରୁ ଶହୀଦ ସପ୍ତାହ ପାଳନ କରାଯାଇଥାଏ ।

ତେଣୁ ଏହି ସମୟରେ କୌଣସି ପ୍ରକାର ଅଘଟଣକୁ ଏଡାଇବା ପାଇଁ ନକ୍ସଲ ଅଧ୍ୟୁଷିତ ଏରିଆରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ମାଓ ପୋଷ୍ଟର । ଗୋଚ୍ଛାପଡା ଥାନା ଅନ୍ତର୍ଗତ ବାଲନ୍ଦାପଡା ପାହିରାଜୁ ରାସ୍ତାରେ ଲାଗିଛି ଲାଲ ବ୍ଯାନର। ଆଜି ଠାରୁ ଅଗଷ୍ଟ 3 ଯାଏଁ ନକ୍ସଲ ସହିଦ୍ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି।Body:କନ୍ଧମାଳ ଜିଲ୍ଲାରେ ମାଓ ପୋଷ୍ଟର । ଗୋଚ୍ଛାପଡା ଥାନା ଅନ୍ତର୍ଗତ ବାଲନ୍ଦାପଡା ପାହିରାଜୁ ରାସ୍ତାରେ ଲାଗିଛି ଲାଲ ବ୍ଯାନର। ଆଜି ଠାରୁ ଅଗଷ୍ଟ 3 ଯାଏଁ ନକ୍ସଲ ସହିଦ୍ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି। ଲାଲ ବ୍ଯାନରରେ କେକେବିଏନ୍ ମାଓ ଡିଭିଜନ୍ ଲେଖାଯାଇଛି । ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରିନାହିଁ ।Conclusion:ଲାଲ୍ ପୋଷ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି।
Last Updated : Jul 28, 2019, 10:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.