ଫୁଲବାଣୀ: ଚାଲିଛି ମାଓବାଦୀଙ୍କ ଶହୀଦ ସପ୍ତାହ । ଏଥିଲାଗି ମାଓବାଦୀ ଇଲାକାରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର । ତେବେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ମାଓବାଦୀମାନେ ପୋଷ୍ଟର ମାରିଛନ୍ତି । ସୀମନବାଡି ଛକର କେତେକ ଦୋକାନରେ ମରାଯାଇଛି ଲାଲ୍ ବାହିନୀର ହାତ ଲେଖା ପୋଷ୍ଟର ।
ଶହୀଦ ସପ୍ତାହ ପାଳନ ସହିତ ପୋଲିସକୁ ଜବାବ ଦେବାକୁ ଆହ୍ବାନ ଦେଇଛନ୍ତି ମାଓବାଦୀ। ବାଶଦାରା ଘୁମୁଶର ନାଗାବଳୀ ଡିଭିଜନ୍ ତରଫରୁ ମରାଯାଇଛି ଲାଲ୍ ବାହିନୀର ପୋଷ୍ଟର । ଜୁଲାଇ 28 ରୁ ଅଗଷ୍ଟ 3 ତାରିଖ ଯାଏଁ ସବୁ ଗାଁ ଲୋକଙ୍କୁ ଶହୀଦ ସପ୍ତାହ ପାଳନ କରିବାକୁ ମାଓବାଦୀ ପକ୍ଷରୁ ପୋଷ୍ଟର ମାଧ୍ୟମରେ ଆହ୍ବାନ କରାଯାଇଛି । ଏହାସହ ଶଦୀଦ ହୋଇଥିବା ମାଓବାଦୀଙ୍କୁ ସମର୍ଥନ କରି ପୋଲିସକୁ କଡା ଜବାବ ଦେବା ପାଇଁ ଏହି ପୋଷ୍ଟର ମାଧ୍ୟମରେ କୁହାଯାଇଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ