ETV Bharat / state

୫ ବର୍ଷର ଶିଶୁକୁ ଦୁଷ୍କର୍ମ, ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ - ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ

୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ମାମଲାରେ ରାୟ ଶୁଣାଇଲେ ଫୁଲବାଣୀ ପୋକସୋ କୋର୍ଟ । ଗୁରୁବାର ଅଭିଯୁକ୍ତକୁ ୨୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଅଧିକ ପଢନ୍ତୁ

man sentenced to twenty five year jail
man sentenced to twenty five year jail
author img

By

Published : Dec 23, 2022, 9:39 AM IST

Updated : Dec 23, 2022, 5:51 PM IST

୫ ବର୍ଷର ଶିଶୁକୁ ଦୁଷ୍କର୍ମ

ଫୁଲବାଣୀ: କନ୍ଧମାଳରେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ମାମଲା । ଘଟଣାର ଦୁଇ ବର୍ଷ ପରେ ଅଭିଯୁକ୍ତ ବିରୋଧରେ ଜେଲଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ପୋକସୋ କୋର୍ଟ । ଗୁରୁବାର ଅଭିଯୁକ୍ତକୁ ୨୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଫୁଲବାଣୀ ପୋକସୋ କୋର୍ଟର ସ୍ୱତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା । ଏଥିସହ ଅଭିଯୁକ୍ତକୁ ୨୨ ହଜାର ଟଙ୍କା ଜରିମାନା କରାଯାଇଥିବା ବେଳେ ଏଥିରେ ଅନାଦେୟ ହେଲେ ଅଧିକ ଦେଢ଼ ବର୍ଷ ଜେଲ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି କୋର୍ଟର ସ୍ୱତନ୍ତ୍ର ବିଚାରପତି । ସେହିପରି ସରକାରଙ୍କ ନିୟମ ଅନୁସାରେ ପୀଡିତାଙ୍କୁ କ୍ଷତି ପୂରଣ ବାବଦରେ ୬ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି କୋର୍ଟ । ଅଭିଯୁକ୍ତ ଜଣକ ହେଲେ ବ୍ରାହ୍ମଣି ଗାଁ ଥାନା ଅଞ୍ଚଳର ଗଣେଶ ବେହେରା ଦଳାଇ ଓରଫ ଲିଟୁ ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୨୦ ମସିହା ଜାନୁଆରୀ ୨୬ ତାରିଖରେ ପାଞ୍ଚ ବର୍ଷର ଶିଶୁ କନ୍ୟାଟି ସକାଳ ସମୟରେ ଘର ସମ୍ମୁଖରେ ଖେଳୁଥିଲା । ଏହାପରେ ଅଭିଯୁକ୍ତ ଶିଶୁ କନ୍ୟାଟିକୁ ବରା କିଣି ଦେବି କହି ଉଠାଇ ନେଇ ପାଖ ଜଙ୍ଗଲରେ ଦୁଷ୍କର୍ମ କରିଥିଲା । କିନ୍ତୁ ଶିଶୁ କନ୍ୟାଟି ଚିତ୍କାର କରିବାରୁ ତାକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ଗଣେଶ ବେହେରା ଦଳାଇ । ସେହଦିନ ସାଧାରଣତନ୍ତ୍ର ଦିବସ ସମସ୍ତ ସ୍କୁଲରେ ପାଳନ ହେଉଥିବାରୁ ସ୍କୁଲ ପିଲା ସେହି ଘଟଣା ସ୍ଥଳ ଦେଇ ଛାତ୍ରଛାତ୍ରୀ ମାନେ ଘରକୁ ଫେରୁଥିବା ଶିଶୁ କନ୍ୟାକୁ ଉଦ୍ଧାର କରି ତାଙ୍କ ମାଆକୁ ହସ୍ତାନ୍ତର କରିଥିଲେ ।

ଏହାପରେ ମାଆ ପୀଡ଼ିତା ଶିଶୁ ସହ କଥା ହେବା ପରେ ପୁରା ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏନେଇ ବ୍ରାହ୍ମଣି ଗାଁ ଥାନାରେ ସେହିଦିନ ଏତଲା ଦେଇଥିଲେ ପୀଡିତାଙ୍କ ମାଆ । ପୋଲିସ ୦୯/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଗଣେଶକୁ ଗିରଫ କରିଥିଲା । ଏହି ଘଟଣାରେ ବିଚାରପତି ମୋଟ ୧୪ଜଣଙ୍କ ସାକ୍ଷ୍ୟ ପ୍ରମାଣ, ମେଡ଼ିକାଲ ରିପୋର୍ଟ ଏବଂ ଅନ୍ୟାନ ତଥ୍ୟକୁ ଆଧାର କରି ଗୁରୁବାର ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ମାମଲା ପରିଚାଳନା କରୁଥିଲେ। ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଏଭଳି ଦଣ୍ଡ ସମାଜରେ ପ୍ରଭାବ ପକେଇବା ସହ ଏଭଳି ଘୃଣ୍ୟ କାମ କରିବା ପାଇଁ ଲୋକେ ସାହାସ କରିବେ ନାହିଁ ବୋଲି ଆଶା କରାଯାଉଛି ।

ଏନେଇ ସରକାରୀ ସ୍ୱତନ୍ତ୍ର ପିପି ସୀମ କୁମାର ପ୍ରହରାଜ କହିଛନ୍ତି ଯେ, ''ଏହି ଘଟଣା ୨୦୨୦ ଜାନୁଆରୀ ୨୬ ତାରିଖରେ ଘଟିଥିଲା । ଅଭିଯୁକ୍ତକୁ ୨୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ପୋକସୋ କୋର୍ଟ । ଗତ ଦୁଇ ବର୍ଷ ତଳେ ଏନେଇ ଏକ ମାମଲା ରୁଜୁ ହୋଇଥିଲା । ଏନେଇ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ସେ ସମୟରେ ଗିରଫ କରିଥିଲା । ଗୁରୁବାର ଏହି ଘଟଣାର ରାୟ ପ୍ରକାଶ ପାଇଛି । ''

ଇଟିଭି ଭାରତ, କନ୍ଧମାଳ

Last Updated : Dec 23, 2022, 5:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.