ETV Bharat / state

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ - କନ୍ଧମାଳରେ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌

ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟଟ୍ରାକ କୋର୍ଟ ଜଣେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଘଟଣାରେ ୧୨ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ପରେ ଏହି ରାୟ ଦେଇଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

author img

By

Published : Apr 8, 2022, 9:45 PM IST

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟଟ୍ରାକ କୋର୍ଟ ଜଣେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଘଟଣାରେ ୧୨ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ପରେ ଏହି ରାୟ ଦେଇଛନ୍ତି କୋର୍ଟ । ଖାଲି ସେତିକି ନୁହେଁ ଦୋଷୀକୁ ୬୦ ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଜୋରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ଦଣ୍ଡାଦେଶ ଭୋଗିବାକୁ କୁହାଯାଇଛି ।

କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ୮ ବର୍ଷୀୟା ନାବାଳିକାୁ ଦୋଷୀ ପ୍ରସନ୍ନ ଏକାକୀ ଦେଖି ଅପହରଣ କରିବା ସହ କିଛି ଦିନ ଧରି ଦୁଷ୍କର୍ମ କରିଥିଲା । ଏହାକୁ ନେଇ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇଥଲା ।

ପୀଡ଼ିତାଙ୍କ ବାପା ଏହାକୁ ନେଇ ଖଜୁରୀପଡ଼ା ଥାନାରେ ଏତଲା ଦେଇଥିଲେ । ଖଜୁରୀପଡ଼ା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ପକ୍ସୋ କୋର୍ଟର ସ୍ଵତନ୍ତ୍ର ସରକାରୀ ଓକିଲ ବନମାଳୀ ବେହେରା ମକଦ୍ଦମା ପରିଚାଳନା କରୁଥିଲେ । ଶୁକ୍ରବାର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏହି ମାମଲାର ରାୟ ଭାବେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.