ETV Bharat / state

୫ ଦିନ ହେଲା ଯୁବକ ନିଖୋଜ: ପୋଲିସର ସ୍ଥାଣୁତାକୁ ନେଇ ଗ୍ରାମବାସୀଙ୍କ ରାସ୍ତାରୋକ

କନୂଆଗାଁରେ ନିଖୋଜ ଯୁବକର (Man missing in kandhamal) ତଦନ୍ତ ନେଇ ପୋଲିସ କୌଣସି ପଦକ୍ଷେପ ନ ନେବାରୁ ଏହାକୁ ବିରୋଧ କରି ଗ୍ରାମବାସୀ ରାସ୍ତାରୋକ । ଗାଡିଚଳାଚଳ ସମ୍ପୂର୍ଣ୍ଣ ଠପ୍ । ଅଧିକ ପଢନ୍ତୁ

author img

By

Published : Nov 24, 2021, 9:22 PM IST

Man missing villagers road block in kandhamal
ନିଖୋଜ ଯୁବକର ତଦନ୍ତରେ ପୋଲିସର ସ୍ଥାଣୁତାକୁ ନେଇ ରାସ୍ତାରୋକ କଲେ ଗ୍ରାମବାସୀ

ଫୁଲବାଣୀ: ଅବହେଳାକୁ ନେଇ ରାସ୍ତାରୋକ କଲେ ଗ୍ରାମବାସୀ । ନିଖୋଜ ଯୁବକଙ୍କୁ (Man missing in kandhamal) ନେଇ ପୋଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।

କନ୍ଧମାଳ ଜିଲ୍ଲା କନୂଆଗାଁ ଠାରେ ସକାଳୁ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସୂଚନାଅନୁଯାୟୀ ପାଞ୍ଚ ଦିନ ହେଲା କନୂଆଗାଁ ବ୍ଳକର ପୁରୁଣା ନୂଆଗାଁର ଯୁବକ ଚିକୁନୁ ନାୟକ ବ୍ୟାଙ୍କକୁ କୌଣସି କାମ ପାଇଁ ଯାଇ ଆଉ ଘରକୁ ଫେରିନଥିଲେ । ଘର ଲୋକ ବନ୍ଧୁ,ବାନ୍ଧବ ଓ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଚିକୁନୁର କୌଣସି ପତ୍ତା ପାଇପାରିନଥିଲେ । ସେହିଦିନ କନୂଆଗାଁ ଥାନାରେ ନିଖୋଜ ଏତଲା ଦେଇଥିଲେ । ନିଖୋଜର ପାଞ୍ଚଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇନଥିବା ପରିବାର ଅଭିଯୋଗ କରିଛନ୍ତି । ପୋଲିସର ଅବହେଳାକୁ ଦାୟୀ କରି ଆଜି ସକାଳୁ କନୂଆଗାଁର ପୁରୁଣା ନୂଆଗାଁରେ ଟାୟାର ଜାଳି ଲୋକମାନେ ଫୁଲବାଣୀ ,ବାଲିଗୁଡା ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ ।

ଯାହା ଫଳରେ ଫୁଲବାଣୀ,ଭଞ୍ଜନଗର,ମୁନିଗୁଡା,ରାୟଗଡା,ଦାରିଙ୍ଗବାଡି,ବାଲିଗୁଡାକୁ ଗାଡିଚଳାଚଳ ଠପ୍ ହୋଇଯାଇଛି । ନିଖୋଜ ଯୁବକର ସନ୍ଧାନ ନ ମିଳିଲା ପର୍ଯ୍ୟନ୍ତ ରାସ୍ତାରୋକ ହଟାଯିବନି ବୋଲି ଉତ୍ତ୍ୟକ୍ତ ଲୋକେ କହିଛନ୍ତି । ସ୍ଥାନୀୟ ପୋଲିସ ଓ ଲୋକମାନଙ୍କୁ ରାସ୍ତାରୋକ ହଟାଇବାକୁ ବୁଝାସୁଝା କଲା ପରେ ରାସ୍ତାରୋକ ହଟିଥିଲା ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.