ETV Bharat / state

ସାଙ୍ଗ ସାଥୀଙ୍କ ସହ ଭୋଜି କରିବା ହେଲା କାଳ, ସାଲୁଙ୍କି ନଦୀରେ ବୁଡିଗଲେ ଯୁବକ

author img

By ETV Bharat Odisha Team

Published : Nov 25, 2023, 8:33 PM IST

ଫୁଲବାଣୀ ସାଲୁଙ୍କି ନଦୀରେ ବୁଡି ଯୁବକ ପ୍ରାଣ ଗଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ

ସାଙ୍ଗ ସାଥୀଙ୍କ ସହ ଭୋଜି କରିବା ହେଲା କାଳ, ସାଲୁଙ୍କି ନଦୀରେ ବୁଡିଗଲେ ଯୁବକ
ସାଙ୍ଗ ସାଥୀଙ୍କ ସହ ଭୋଜି କରିବା ହେଲା କାଳ, ସାଲୁଙ୍କି ନଦୀରେ ବୁଡିଗଲେ ଯୁବକ

ସାଙ୍ଗ ସାଥୀଙ୍କ ସହ ଭୋଜି କରିବା ହେଲା କାଳ, ସାଲୁଙ୍କି ନଦୀରେ ବୁଡିଗଲେ ଯୁବକ

ଫୁଲବାଣୀ: ନଦୀରେ ଗାଧୋଇବା ହେଲା କାଳ । ସାଲୁଙ୍କି ନଦୀରେ ବୁଡି ଯୁବକ ପ୍ରାଣ ଗଲା । ସଦର ଥାନା ଅନ୍ତର୍ଗତ ତୁଡ଼ିପାଜୁ ପଞ୍ଚାୟତ, ବୁଢ଼ା ଦନୀ ନିକଟସ୍ଥ ସାଲୁଙ୍କି ନଦୀରେ ବୁଡି ଯୁବକ ମୃତ । ଖବର ପାଇଁ ଘଟଣା ସ୍ଥଳରେ ଅଗ୍ନିସମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ଜଣଙ୍କ ଫୁଲବାଣୀର ଜଗଦୀଶ ପାତ୍ର ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ ଫୁଲବାଣୀ ସହରର ୪ଜଣ ଯୁବକ ଭୋଜି କରିବାକୁ ସାଲୁଙ୍କି ନଦୀ କୂଳକୁ ଯାଇଥିଲେ । ସେଠାରେ ଭୋଜି ଭାତ ଖାଇସାରିବା ପରେ ନଦୀରେ ଗାଧୋଇବାକୁ ଯାଇଥିଲେ । ନଦୀରେ ଗାଧୋଇବା ସମୟରେ ଜଣେ ଯୁବକର ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ଫଳରେ ପାଣି ଭିତରେ ଥିବା ପଥରରେ ତାଙ୍କ ମୁଣ୍ଡ ମାଡ ହୋଇଥିଲା ଏବଂ ସେ ପାଣିଭିତରେ ଫସି ରହିଯାଇଥିଲେ ।ଏହା ଦେଖି ପାଖରେ ଥିବା ସାଙ୍ଗମାନେ ସଙ୍ଗେସଙ୍ଗେ ଫୁଲବାଣୀ ଅଗ୍ନିସମ ବିଭାଗ ଏବଂ ସ୍ଵେଚ୍ଛାସେବୀ ସଂଗଠନ ଟିମ ହ୍ୟୁମାନ୍ନିଟିକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିସମ ବାହିନୀ ଓ ଟିମ ହ୍ୟୁମ୍ୟାନ୍ନିଟିର ସଦସ୍ୟ ମାନେ ପହଁଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।
ଏହା ମଧ୍ୟ ପଢନ୍ତୁ.....ପିକନିକ ହେଲା କାଳ: ନଦୀରେ ବୁଡ଼ି ଯୁବକ ନିଖୋଜ

ତେବେ ମୃତକ ଜଣଙ୍କ ଫୁଲବାଣୀ ଗଣେଶ ବଜାରର ଚୁଡି ବ୍ୟବସାୟୀ ରାମାରାଓ ପାତ୍ରଙ୍କ ପୁଅ ଜଗଦୀଶ ପାତ୍ର 27 ବର୍ଷ ବୋଲି ଜଣାପଡିଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଁଞ୍ଚି ମୃତଦେହକୁ ଜବତ କରିଥିଲା । ଏହାପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ପଠାଇ ଥିବା ସୂଚନା ମିଳିଛି । ଏନେଇ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ଗତ ୭ ତରିଖ ଦିନ ରାଉରକେଲା କୋଏଲ ନଦୀର ହମିରପୁର ଘାଟକୁ ଗାଧୋଇବାକୁ ଯାଇ ନାବାଳକ ନିଖୋଜ ହୋଇଥିଲେ । ନିଖୋଜ ନାବାଳକ ଜଣକ ହେଲେ ଗୋପବନ୍ଧୁ ପାଲ୍ଲୀ ଅଞ୍ଚଳର ରବି ସାହୁ ବୋଲି ଜଣାପଡିଥିଲା । ଗୋପବନ୍ଧୁପାଲିର ୫ ଜଣ ସାଙ୍ଗ ମିଶି ୧୯ ନମ୍ବର ସେକ୍ଟର ହମିରପୁର ସ୍ଥିତ କୋଏଲ ନଦୀର ଘାଟକୁ ଗାଧୋଇବାକୁ ଯାଇଥିଲେ । ଏହାପରେ ୫ ଜଣ ଯାକ ପାଣିରେ ବୁଡି ଯାଇଥିଲେ । ସେଠାରେ ଥିବା ଅନ୍ୟମାନଙ୍କ ସହାୟତାରେ 4 ଜଣକୁ ଉଦ୍ଧାର କରାଯାଇଥିଲେ କିନ୍ତୁ ରବି ପାଣି ସ୍ରୋତରେ ଭାସି ଯାଇଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.