ETV Bharat / state

ସର୍ଟସର୍କିଟ ଯୋଗୁଁ ଜଳିଗଲା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ କଲରାପାଜୁ ଗାଁରେ ଭୟାବହ ଅଗ୍ନିକାଣ୍ତ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଗାଁର ପ୍ରହ୍ଲାଦ କହଁରଙ୍କ ଘର ପୋଡି ପାଉଁଶ ହୋଇଯାଇଛି। ଅଧିକ ପଢନ୍ତୁ

author img

By

Published : Feb 13, 2022, 8:17 PM IST

ସର୍ଟସର୍କିଟ ଯୋଗୁଁ ଜଳିଗଲା ଘର : ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ କଲରାପାଜୁ ଗାଁରେ ଭୟାବହ ଅଗ୍ନିକାଣ୍ତ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଗାଁର ପ୍ରହ୍ଲାଦ କହଁରଙ୍କ ଘର ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନା ଅନୁସାରେ କଲରାପାଯୁ ଗାଁର ପ୍ରହ୍ଲାଦ କହଁରଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ଏନେଇ ଗାଁ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଏହାବି ପଢନ୍ତୁ: ରାଜଧାନୀରେ ବିଶ୍ଵ ରେଡ଼ିଓ ଦିବସ ପାଳିତ

ହେଲେ ପ୍ରହ୍ଲାଦଙ୍କ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଘରର ସମସ୍ତ ଆସବାପତ୍ର ସହିତ 15 କୁଇଣ୍ଟାଲ ଧାନ, 20 ଭରି ସୁନା, 40 ହଜ଼ାର ଟଙ୍କା ସହ 70 କେଜି ଚାଉଳ ପୋଡି ପାଉଁଶ ହୋଇଯାଇଛି। ହେଲେ ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଇନାହିଁ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.