ETV Bharat / state

ମହୁଲର ମହକରେ ମାଲେମାଲ ଦଲାଲ, ଆଦିବାସୀଙ୍କୁ ମିଳୁନି ପ୍ରକୃତ ମୂଲ

ମହୁଲ ଫୁଲକୁ ମିଳୁନି ପ୍ରକୃତ ମୂଲ। ଶାଗ ମାଛ ଦରରେ ବିକ୍ରି ହେଉଛି ମହୁଲ ଫୁଲ । ଖରା ବର୍ଷାକୁ ଖାତିର ନ କରି ଜଙ୍ଗଲରୁ ମହୁଲ ସଂଗ୍ରହ କରିଥାନ୍ତି ନିରିହ ଆଦିବାସୀ । ହେଲେ ଆଦିବାସୀଙ୍କ କଷ୍ଟର ମୂଲ୍ୟ ମିଳେନି ।

author img

By

Published : Apr 6, 2022, 2:15 PM IST

ମହୁଲ ଫୁଲର ଅଭାବି ବିକ୍ରି : ମାଲେମାଲ ଦଲାଲ, ହନ୍ତସନ୍ତ ନୀରିହ ଆଦିବାସୀ

ଫୁଲବାଣୀ: ଫଗୁଣ ମାସ ଆସିଲେ କନ୍ଧମାଳ ଜିଲ୍ଲାରେ ହୁଏ ମହୁଲ ଫୁଲ l ଝୁଣା ,ଲାଖ ବନଜାତ ଦବ୍ୟ ଭଳି ମହୁଲ ଫୁଲର ଚାହିଦା ମଧ୍ୟ ଢେର ଅଧିକ ରହିଛି । କନ୍ଧମାଳ ଜିଲ୍ଲାରେ ରହୁଥିବା ଆଦିବାସୀ ମହୁଲ ଫୁଲ ସଂଗ୍ରହ କରି ପରିବାର ଚଳାନ୍ତି l

ଫାଲଗୁନ ମାସ ଆସିଲେ ମହୁଲ ଗଛରେ ଆସେ ମହୁଲ ଫୁଲ l ସକାଳ ସକାଳୁ ଆଦିବାସୀମାନେ ଗୋଟିଏ ଟୋକେଇ ଧରି ବାହାରି ପଡ଼ନ୍ତି ମହୁଲ ଫୁଲ ସଂଗ୍ରହ କରିବାକୁ l ଖରାକୁ ଖାତିର୍ ନକରି ସକାଳ 8 ଟାରୁ ଦିନ ଗୋଟଏ ପର୍ଯ୍ୟନ୍ତ ଗୋଟାଇ ଥାଆନ୍ତି ମହୁଲ ଫୁଲ l

ଚଳିତ ବର୍ଷ ମହୁଲ ଫୁଲ ଭଲ ଆସିଥିବାରୁ ମହୁଲ ଗୋଟାଳି ଖୁସି ଅଛନ୍ତି l ମହୁଲ ସଂଗ୍ରହ କରି ତାକୁ ଶୁଖାଇ ପଇସା ମହୁଲ ବିକ୍ରି କରି ନିଜର ପରିବାରର ପ୍ରତି ପୋଷଣ କରନ୍ତି l ହେଲେ ଆଦିବାସୀମାନେ କଷ୍ଟକରି ସଂଗ୍ରହ କରୁଥିବା ମହୁଲ ଫୁଲକୁ ଗୋଟାଇ ଖରାରେ ଶୁଖାଇ ଥାନ୍ତି । ପରେ ତାଙ୍କୁ ଉଚିତ ଦରରେ ବିକ୍ରି କରି ନ ପାରି ଦଲାଲ ହାତରେ ଟେକି ଦେଇଥାନ୍ତି। ମହୁଲ ଫୁଲ ତୋଳାଳୀଙ୍କ ଠାରୁ 20 ରୁ 30 ଟଙ୍କାରେ କିଣି ନେଇ ଦଲାଲ ବ୍ୟବସାୟୀମାନେ ଏହାକୁ 70 ରୁ 80 ଟଙ୍କାରେ ବିକ୍ରି କରୁଛନ୍ତି ।

ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ମହୁଲ ଆସିଥିବାରୁ ମହୁଲ ଗଟେଇବା ପାଇଁ ଆଗ୍ରହ କରୁଛନ୍ତି ଲୋକେ l କିନ୍ତୁ ମହୁଲର ଉଚିତ୍ ମୂଲ୍ୟ ନମିଳିବାରୁ ମହୁଲ ଗୋଟାଳି ମନରେ ଅସନ୍ତୋଷ ଦେଖିବାକୁ ମିଳିଛି l ମହୁଲର ମୂଲ୍ୟ 20 ରୁ 30 ଟଙ୍କା ମୂଲ୍ୟରେ ବେପାରୀ ନେଉଥିବା ବେଳେ ପରିଶ୍ରମର ଫଳ ମିଳୁନାହିଁ l

ମହୁଲର ଦରବୃଦ୍ଧି ହେଲେ ସେମାନେ ଦି ପଇସା ଅଧିକ ପଇସା ପାଇପାରିବେ l ଆଉ ପରିବାର ର ଅଭାବ ଦୁର ହୋଇପାରନ୍ତ । ସରକାର ହଳଦୀ ଭଳି ମହୁଲର ମୂଲ୍ୟ ଧ।ର୍ଯ୍ୟ କରିଲେ ମହୁଲ ଗୋଟାଳି ଦୁଇ ପଇସା ଲାଭ ପାଇପାରନ୍ତେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.