ETV Bharat / state

ବଜ୍ରପାତରେ ବାପା-ପୁଅ ଗୁରୁତର

ଚାଷ ପାଇଁ ଯାଇଥିବା ସମୟରେ ବଜ୍ରପାତ ହୋଇ ଦୁଇ ବାପ ପୁଅ ଗୁରୁତର । କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ପସରା ପଞ୍ଚାୟତର ବରଡିକିଆ ଗ୍ରାମର ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : May 21, 2019, 9:07 AM IST

କନ୍ଧମାଳ: ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ପସରା ପଞ୍ଚାୟତର ବରଡିକିଆ ଗ୍ରାମରେ ବଜ୍ରପାତ। ବ୍ରଜପାତରେ ଉକ୍ତ ଗ୍ରାମର ବାପ ଓ ପୁଅ ଗୁରୁତର ଆହାତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଲକ୍ଷ୍ମୀନାରାୟଣ ପୃଷ୍ଟି ଓ ଅଜିତ କୁମାର ପୃଷ୍ଟି ନିଜ ବାରିପଟକୁ ଚାଷ କରିବାକୁ ଯାଇଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା ଯାହାଫଳରେ ଦୁଇ ବାପ ଓ ପୁଅ ତଳେ ପଡିଯିବା ସହ ଗୁରୁତର ଆହତ ହୋଇଥିଲେ । ଏହି ଦୁର୍ଘଟଣାରେ ଅଜିତର ପିଠି ପୋଡିଯାଇଥିବା ବେଳେ ବାପା ଚେତାଶୂନ୍ଯ ହୋଇଯାଇଥିଲେ ।

ଖବର ପାଇ ଗାଁ ଲୋକେ ପ୍ରଥମେ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.