ETV Bharat / state

କୁମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଦୁଇ ଏସଓଜି ଯବାନ ଗୁରୁତର

author img

By ETV Bharat Odisha Team

Published : Dec 24, 2023, 7:20 PM IST

Landmine Blast in Kandhamal: କୁମ୍ବିଂ ଅପରେସନ ବେଳେ ବଡ଼ ଅଘଟଣ । ଅପରେସନ ଚାଲିଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ବିସ୍ଫୋରଣରେ ଦୁଇ ଜଣ ଏସ୍ଓଜି ଯବାନ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ

କୁମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ

ଫୁଲବାଣୀ: କୁମ୍ବିଂ ଅପରେସନ ବେଳେ ବଡ଼ ଅଘଟଣ । ଅପରେସନ ଚାଲିଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ବିସ୍ଫୋରଣରେ ଦୁଇ ଜଣ ଏସ୍ଓଜି ଜବାନ୍ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଦୁଇ ଜବାନ ହେଲେ ଅମିୟ ରଂଜନ ଦାସ ଓ ପ୍ରଶାନ୍ତ ଜେନା । ପ୍ରଶାନ୍ତ ସାମନ୍ୟ ଆହାତ ହୋଇଥିବା ବେଳେ ଅମିୟ ଗୁରୁତର ଅବସ୍ତାରେ ଏମ୍‌ସକୁ ସ୍ଥାନାନ୍ତରିତ କରାଯାଇଛି । ତେବେ କନ୍ଧମାଳ ଜିଲ୍ଲାରେ ମାଓବାଦୀ ବିଛାଇ ଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁସାରେ, ଆଜି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟସ୍ଥ ଟେକେଲାମିଲା ଜଙ୍ଗଲରେ ମାଓବାଦୀ ଥିବା ଖବର ପାଇଥିଲେ ପୋଲିସ ବାହିନୀ । ତେବେ ଏଭଳି ଖବର ପାଇବା ପରେ ପୋଲିସ ବାହୀନ ପକ୍ଷରୁ ଜଙ୍ଗଲରେ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ଏସ୍ଓଜି ଯବାନ୍ ଜଙ୍ଗଲରେ କୁମ୍ବିଂ କରୁଥିବା ବେଳେ ମାଓବାଦୀମାନେ ପୁର୍ବରୁ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଫଳରେ ଜଣେ ଏସ୍ଓଜି ଯବାନଙ୍କର ଆଖିରେ ଗୁରୁତର ଆଘାତ ଲାଗିଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଗୁରୁତର ଥିବା ଯବାନ ହେଲେ ଅମିୟ ରଞ୍ଜନ ଦାସ ତାଙ୍କର ବାମ ଆଖିରେ ଆଘାତ ଲାଗିଛି ।

ଏହା ମଧ୍ୟ ପଢ଼ନ୍ତୁ......ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରେ ଲ୍ୟାଣ୍ଡମାଇନ ବିସ୍ଫୋରଣ; ଜଣେ ଯବାନ ଶହୀଦ

ଏହା ମଧ୍ୟ ପଢ଼ନ୍ତୁ...... ବୌଦ୍ଧରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

ସେହିପରି ଅନ୍ୟ ଜଣେ ଏସ୍ଓଜି ଯବାନ ହେଲେ ପ୍ରଶାନ୍ତ କୁମାର ଜେନା । ଯବାନଙ୍କୁ ପ୍ରଥମେ ଅମିୟ ରଞ୍ଜନ ଦାସଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ଅମିୟଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନନ୍ତର କରାଯାଇଛି । ସେପଟେ ପ୍ରଶାନ୍ତଙ୍କୁ ଫୁଲବାଣୀ ଚିକିତ୍ସାଳୟକୁ ସ୍ଥାନାନ୍ତିରତ କରାଯାଇଥିବା ସୂଚନା ମିଳିଛି । ସେପଟେ ଲ୍ୟାଣ୍ଡମାଇନ ବିସ୍ଫୋରଣ ପରେ ସମ୍ପୃକ୍ତ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯାଇଥିବା ସୂଚନା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପ୍ରଶାସନ ପକ୍ଷରୁ କୌଣଷି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.