ETV Bharat / state

କନ୍ଧମାଳକୁ ରେଳ ସଂଯୋଗ ଦାବି, ରେଳମନ୍ତ୍ରୀଙ୍କୁ ଦାବିପତ୍ର ଦେଲା KPF

author img

By

Published : Nov 21, 2021, 7:14 AM IST

କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗ ପାଇଁ KPF ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ । ଦୀର୍ଘ ଦିନ ଧରି ହୋଇ ଆସୁଛି ଦାବି । ଅଧିକ ପଢନ୍ତୁ

କନ୍ଧମାଳକୁ ରେଳ ସଂଯୋଗ ଦାବି, ରେଳମନ୍ତ୍ରୀଙ୍କୁ ଦାବିପତ୍ର ଦେଲା KPF
କନ୍ଧମାଳକୁ ରେଳ ସଂଯୋଗ ଦାବି, ରେଳମନ୍ତ୍ରୀଙ୍କୁ ଦାବିପତ୍ର ଦେଲା KPF

ଫୁଲବାଣୀ: ସ୍ବାଧିନତାର ୭୪ ବର୍ଷ ବିତିଯାଇିଲେ ସୁଦ୍ଧା କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗ ହୋଇପାରିନି। ତେଣୁ ଜିଲ୍ଲାକୁ ରେଳ ସଂଯୋଗ ପାଇଁ କନ୍ଧମାଳ ପିପୁଲସ୍ ଫୋରମ୍ (KPF) ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।KPF ଗତ ଦୁଇବର୍ଷ ହେଲା ଲଗାତାର ଆନ୍ଦୋଳନ କରିଆସୁଛି । ବ୍ରହ୍ମପୁର ଠାରୁ ସମ୍ବଲପୁର ଭାୟା ଫୁଲବାଣୀ ରେଳ ପ୍ରକଳ୍ପ ଘୋଷଣା କରାଯାଇଥିଲେ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେଉନି ।

ସେଥିପାଇଁ ଯଥା ଶୀଘ୍ର କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ଆଜି କନ୍ଧମାଳ ପିପୁଲସ୍ ଫୋରମ୍ KPF ପକ୍ଷରୁ ସଭାପତି ରାଧାମୋହନ ମହାପାତ୍ର ଦିଲ୍ଲୀ ଯାଇ ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ରେଳ ସଂଯୋଗ କାର୍ଯ୍ୟ ଆରମ୍ଭ କରି କନ୍ଧମାଳବାସୀଙ୍କୁ ସୁବିଧା ଯୋଗାଇ ଦେବାକୁ ଦାବି କରିଛି KPF । ରେଳ ସଂଯୋଗ ହେଲେ କନ୍ଧମାଳ ଜିଲ୍ଲା ସହିତ ପଡୋଶୀ ଜିଲ୍ଲା ମଧ୍ୟ ଉପକୃତ ହେବେ ବୋଲି କହିଛି ସଂଗଠନ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.