ETV Bharat / state

କୋଟଗଡ ବ୍ଲକ ବିଜେଡି ସଭାପତି ଅପହରଣ ମାମଲା, ୬ ଗିରଫ - ଫୁଲବାଣୀ ଅପହରଣ ଖବର

କୋଟଗଡ ବ୍ଲକ ବିଜେଡି ସଭାପତିଙ୍କୁ ଅପହରଣ ଘଟଣାରେ ସାଂସଦଙ୍କ ପ୍ରତିନିଧି ସମେତ ୧୨ ଜଣଙ୍କ ନାମରେ ମାମଲା । ସେହିପରି ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

କୋଟଗଡ ବ୍ଲକ ବିଜେଡି ସଭାପତି ଅପହରଣ ମାମଲା, ୬ ଗିରଫ

author img

By

Published : Feb 23, 2022, 10:57 PM IST

ଫୁଲବାଣୀ: କୋଟଗଡ ବ୍ଲକ ବିଜେଡି ସଭାପତିଙ୍କୁ ଅପହରଣ ଘଟଣାରେ ସାଂସଦଙ୍କ ପ୍ରତିନିଧି ସମେତ ୧୨ ଜଣଙ୍କ ନାମରେ ମାମଲା । ସେହିପରି ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଫୁଲବାଣୀ କୋଟଗଡ ବ୍ଲକ ବିଜେଡି ସଭାପତି ତଥା ଯୁବାଗୁଡା ସମିତି ସଭ୍ୟ ପ୍ରାର୍ଥୀ ଷ୍ଟିପେନ ପ୍ରଧାନଙ୍କୁ ଅପହରଣ କରାଯାଇଥିଲା ।

ତେବେ ଖୋଦ ବିଜେଡି ଦଳର ସାଂସଦ ପ୍ରତିନିଧି ମନୋଜ ସାବତଙ୍କ ନେତୃତ୍ୱରେ ୧୨ ଜଣ ଏହି ଅପହରଣ କରିଛନ୍ତି । ପୋଲିସ ସେମାନଙ୍କ ମୋବାଇଲ ଟ୍ରାକ କରି କାବୁ କରିବା ସହ ଷ୍ଟିପେନଙ୍କୁ ଉଦ୍ଧାର କରିଛି । ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମନୋଜ ଏବଂ ଅନ୍ୟମାନେ ଫେରାର ଅଛନ୍ତି ।

ପୋଲିସ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି । ଗିରଫ ଅଭିଯୁକ୍ତ ହେଲେ ପରାଶର ପାଟ୍ଟମାଝି, ମହାଦେବ ବଳିୟାର ସିଂ, ଗୁଡୁ ସିଂ, ବାଦଲ ବଳିୟାର ସିଂ, ସୁବାସ ମଲ୍ଲିକ ଓ ଲଣ୍ଡା ମଲ୍ଲିକ । ମିଳିଥିବା ସୂଚନା ଅନୁସାରେ ଷ୍ଟିପେନ ଏକ ବାଇକରେ ତାଙ୍କ ସହଯୋଗୀଙ୍କ ସହ ଘରୁ କୋଟଗଡ ବଜାରକୁ ମଙ୍ଗଳବାର ରାତି ସାଢ଼େ ୭ଟାରେ ଆସୁଥିଲେ ।

କୋଟଗଡ ବ୍ଲକ ବିଜେଡି ସଭାପତି ଅପହରଣ ମାମଲା, ୬ ଗିରଫ

ତେବେ କୋଟଗଡ ଉଚ୍ଚ ବିଦ୍ୟାଳୟ ନିକଟରେ ୩ଟି ବୋଲରରେ ମନୋଜ ଏବଂ ତାଙ୍କ ସହଯୋଗୀଙ୍କୁ ଆସି ଅଟକାଇଥିଲେ । ବାଇକରେ ବସିଥିବା ସହଯୋଗୀଙ୍କୁ ମାଡ ମାରି ଷ୍ଟିପେନଙ୍କୁ ଜୋର ଜବରଦସ୍ତ ଏକ ବୋଲେରୋରେ ଉଠାଇ ନେଇଥିଲେ । ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକେ ଆସି କୋଟଗଡ-ମୁନିଗୁଡା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ।

ସେହିପରି ତୁରନ୍ତ ଷ୍ଟିପେନଙ୍କୁ ଉଦ୍ଧାର କରିବା ସହ ଦୁର୍ବୃତ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ତେବେ ପୋଲିସ ମନୋଜ ଏବଂ ଅନ୍ୟମାନଙ୍କ ମୋବାଇଲ ଟ୍ରାକିଂ କରି ସେମାନଙ୍କ ଉପରେ ନଜର ରଖିଥିଲା ।

ଅଭିଯୁକ୍ତ ମୁନିଗୁଡାରୁ ବାଲିଗୁଡା ଫେରୁଥିବା ଜାଣିବା ପରେ କୋଟଗଡ ପୋଲିସର ଏକ ଟିମ ବାଲିଗୁଡା ଅଭିମୁଖେ ବାହାରିଥିଲା । ପାଖାପାଖି ଭୋର ସମୟରେ ବାଲିଗୁଡାର ଏକ ପେଟ୍ରୋଲ ପମ୍ପ ପାଖରେ ଏକ ବୋଲେରୋକୁ ଅଟକାଇ ଯାଞ୍ଚ କଲା ବେଳେ ଏଥିରେ ଷ୍ଟିପେନଙ୍କୁ ପାଇଥିଲେ । ପୋଲିସ ଷ୍ଟିପେନଙ୍କୁ ଉଦ୍ଧାର କରି ଗାଡିରେ ଥିବା ୬ ଜଣଙ୍କୁ ଗିରଫ କରିଥିଲା ।

ହେଲେ ବାକି ୨ଟି ବୋଲେରୋକୁ ଠାବ କରିବାରେ ଅସମର୍ଥ ହୋଇଥିଲା । ଏନେଇ କୋଟଗଡ ଥାନାଧିକାରୀ ଧିରଜ କୁମାର ଲେଙ୍କାଙ୍କୁ କହିଛନ୍ତି ଷ୍ଟିପେନଙ୍କୁ ଅପହରଣ କରାଯାଇଥିଲା । ସେହିପରି ଫେରାର ଥିବା ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ । ଷ୍ଟିପେନଙ୍କ ଅଭିଯୋଗ କ୍ରମେ ଥାନାରେ ୨୪/୨୨ରେ ମାମଲା ରୁଜୁ ହୋଇଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.