ଫୁଲବାଣୀ: କନ୍ଧମାଳ ଜିଲ୍ଲାର ପ୍ରଥମ ଆଦିବାସୀ ମହିଳାଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଖଜୁରୀପଡା ବ୍ଲକ ଚାରିପଡାର ପ୍ରଖ୍ୟାତ ଲୋକକବି ଓ ସନ୍ନ୍ୟାସିନୀ ପୂର୍ଣ୍ଣମାସି ଜାନୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଟାଡିସରୁ ବାଇ ଭାବେ ଖ୍ୟାତ ପୂର୍ଣ୍ଣମାସି ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।
ପୂର୍ଣ୍ଣମାସି ନିରକ୍ଷର ହୋଇ ମଧ୍ୟ ପୁରାଣଷ ଶାସ୍ତ୍ର, ପୋଥି ଅନର୍ଗଳ ଗାଇପାରନ୍ତି । ଏପର୍ଯ୍ୟନ୍ତ ସେ 10 ହଜାର ଭଜନ, ଜଣାଣ ଲିଖିତ ଓ ରେକର୍ଡିଂ କରି ରଖାଯାଇଛି । ତାଙ୍କ କଣ୍ଠରୁ ଆପଣାଛାଏଁ ଝରୁଥିବା ଅସଂଖ୍ୟ ଭଜନ ଜଣାଣ ସମସ୍ତଙ୍କୁ ଚାରି ଦଶନ୍ଧି ଧରି ବିମୋହିତ କରି ଆସିଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ