ETV Bharat / state

ପର୍ଯ୍ୟଟକଙ୍କୁ ଟାଣୁଛି ପୁତୁଡି ଜଳପ୍ରପାତ, ବିକାଶ ଭୁଲିଯାଇଛି ପ୍ରଶାସନ

author img

By

Published : Jan 24, 2020, 10:01 PM IST

Updated : Jan 24, 2020, 11:54 PM IST

ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହେଉଛି କନ୍ଧମାଳ । ଜିଲ୍ଲାରେ ଭରି ରହିଛି ଅନେକ ଇକୋ-ପର୍ଯ୍ୟଟନ ସ୍ଥଳୀ । ତେବେ ‘ପୁତୁଡି’ ଜଳପ୍ରପାତରେ କଣ ରହିଛି ଗୁରୁତ୍ବ ? ପଢନ୍ତୁ...

KANDHAMAL PUTUDI WATERFALL
KANDHAMAL PUTUDI WATERFALL

ଫୁଲବାଣୀ: ରାଜ୍ୟର ଏକ ପ୍ରମୁଖ ପ୍ରର୍ଯ୍ୟଟନ ଜିଲ୍ଲା ହେଉଛି କନ୍ଧମାଳ । ଜିଲ୍ଲାରେ ରହିଛି ଅନେକ ଇକୋ-ପର୍ଯ୍ୟଟନ ସ୍ଥଳ । ଇକୋ-ପର୍ଯ୍ୟଟନକୁ ନେଇ ଜିଲ୍ଲାରେ ରହିଛି ଅନେକ ସମ୍ଭାବନା । ପ୍ରକୃତିପ୍ରେମୀ ମଣିଷର ପ୍ରଥମ ପସନ୍ଦ ସେଥିପାଇଁ କନ୍ଧମାଳ । ତେବେ କଂକ୍ରିଟ ଜଙ୍ଗଲର ପ୍ରଦୂଷିତ ପରିବେଶରୁ ମୁକ୍ତି ପାଇଁ କିଛି ସମୟ ହେଉ ପଛେ ନିଘଞ୍ଚ ବନାନୀ ମଧ୍ୟରେ ଘେରାଏ ବୁଲି ଆସିବା ପାଇଁ କିଏ ବା ନଚାହେଁ ?

ଆକର୍ଷିତ କରୁଛି ପୁତୁଡି ଜଳପ୍ରପାତ; ହୋଇନି ଆବଶ୍ୟକ ବିକାଶ

ସେଥିପାଇଁ ପର୍ଯ୍ୟଟନ ଋତୁରେ କନ୍ଧମାଳକୁ ଛୁଟେ ପର୍ଯ୍ୟଟକଙ୍କ ଭିଡ । ଜିଲ୍ଲାର ଏକାଧିକ ଇକୋ-ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଫୁଲବାଣୀ ବ୍ଲକର ପୁତୁଡି ଜଳପ୍ରପାତ ଅନ୍ୟତମ ଆକର୍ଷଣ । ତେବେ ଜିଲ୍ଲାର ଏପରି ଅନେକ ଇକୋ- ପର୍ଯ୍ୟଟନ ସ୍ଥଳୀ ଅବହେଳିତ ହୋଇପଡିଛି । ରାସ୍ତା, ପାଣି, ସୁରକ୍ଷା ଆବଶ୍ୟକ ଭିତ୍ତିଭୂମି ଓ ଏକାଧିକ ଆବଶ୍ୟକତା ବିନା ଏପରି ପର୍ଯ୍ୟଟନ ସ୍ଥଳୀ ଅବହେଳିତ ହୋଇରହିଛି । ଯାହାଦ୍ବାରା ପର୍ଯ୍ୟଟକ ଦିନକୁ ଦିନ କମିବାରେ ଲାଗିଛନ୍ତି ।

ଫୁଲବାଣୀରୁ 15 କିଲୋମିଟର ଦୂରରେ ସାଲୁଙ୍କି ନଦୀ ବକ୍ଷରୁ ଝରି ଆସୁଛି ପୁତୁଡି ଜଳପ୍ରପାତ । ନିଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ସର୍ପିଳ ଜଳପ୍ରପାତ ଅତ୍ୟନ୍ତ ମନୋରମ ଓ ଆକର୍ଷଣୀୟ । ଏକଶହ ଫୁଟ ଯାଏଁ ଏପରି ସର୍ପିଳ ଗତିରେ ଝରୁଛି ଜଳଧାରା । ଯାହା ନିଆରା ଓ ସ୍ବତନ୍ତ୍ର ଅନ୍ୟ ଜଳପ୍ରପାତ ଠାରୁ । ଏହା ସହିତ ସଂରକ୍ଷିତ ଜଙ୍ଗଲ ଜୈବବିବିଧତା ପରିବେଶ ମନରେ ଆଣିଦିଏ ଉନ୍ମାଦନା ।

ତେବେ ଏହି ଇକୋ -ପର୍ଯ୍ୟଟନ ସ୍ଥଳରେ ରହିଛି ଅନେକ ସମସ୍ୟା । 10 କିଲୋମିଟର ରାସ୍ତା ଅତ୍ୟନ୍ତ ବିପଦ ସଂକୁଳ । ସେହିପରି ଏଠାରେ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ନାହିଁ । ମହିଳା ମାନଙ୍କ ପାଇଁ ସୁରକ୍ଷା ନାହିଁ । ତୁରନ୍ତ ଏହି ଇକୋ-ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ ।

ଜିଲାରେ ଥିବା ପକଡାଝର, କାଟ୍ରାମାଲା, ଲୁଦୁ, ମଣ୍ଡାସରୁ ପରି ଏମିତି ଅନେକ ଇକୋ-ପର୍ଯ୍ୟଟନ ସ୍ଥଳ ଅଛି । ଯାହା ବିକାଶ ହୋଇପାରି ନାହିଁ । ସେପଟେ ଅନେକ ବିକାଶର ଆବଶ୍ୟକତା ଥିବା ସ୍ବୀକାର କରିଛନ୍ତି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ । ତେବେ କେବେ ସରକାର ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ଏହିସବୁ ଇକୋ- ପର୍ଯ୍ୟଟନ ସ୍ଥଳର ବିକାଶ କରୁଛନ୍ତି ତାହାକୁ ଅପେକ୍ଷା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Jan 24, 2020, 11:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.