ETV Bharat / state

ସ୍ଥାନୀୟ ନେତା ଦାବୀରେ ତେଜିଲା କନ୍ଧମାଳ ରାଜନୀତି - voltage

ବିଜେଡି ପ୍ରଥମ ଦଫାରେ 54ଟି ବିଧାନସଭା ଓ 9ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଘୋଷଣା କରିଛି । ସେହିପରି କଂଗ୍ରେସ ମଧ୍ୟ 36ଟି ବିଧାନସଭା ଓ 6ଟି ଲୋକସଭା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି । ସେପଟେ ବିଜେପିର ଅଙ୍କ ଛିଣ୍ଡୁନାହିଁ । ଆଉ ଶାସକ ଦଳ ଓ କଂଗ୍ରେସ ଆଶନ ବଣ୍ଟା ପରେ ଦେଖାଦେଇଛି ବିଦ୍ରୋହ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Mar 21, 2019, 3:17 AM IST

କନ୍ଧମାଳ: ସାଧାରଣ ନିର୍ବାଚନ ପାଇଁ ସାରା ରାଜ୍ୟର ରାଜନୀତି ପାରଦ ବେଶ ଉଚ୍ଚରେ ଥିବା ବେଳେ ନେତାଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି । ଶାସକ ବିଜେଡି ଦଳ ପ୍ରଥମ ଦଫାରେ 54 ବିଧାନସଭା ସହ 9 ଗୋଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ବି 36 ବିଧାନସଭା ଓ 6 ଲୋକସଭା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି । କିନ୍ତୁ ବିଜେପିର ଟିକେଟ ଅଙ୍କ ଏବେବି ଜଟିଳ ସ୍ଥିତିରେ ଅଛି । ବିଜେଡି ଓ କଂଗ୍ରେସର ଟିକେଟ ଘୋଷଣା ପରେ ଏବେ ଉଭୟ ଦଳରେ ଦେଖା ଦେଇଛି ବିଦ୍ରୋହ ।

ଶାସକ ବିଜେଡି ପ୍ରଥମ ପର୍ଯ୍ୟାୟରେ କିଛି ପୁରୁଖା ନେତାଙ୍କ ଟିକେଟ କାଟିଥିବାରୁ ଦଳରେ ଏବେ ଦେଖା ଦେଇଛି ବିଦ୍ରୋହ । ଟିକେଟ ତାଳିକାରୁ ବାଦ ପଡିଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ , ତାଙ୍କ ସ୍ଥାନରେ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଦଳ କନ୍ଧମାଳ ଲୋକସଭା ପାଇଁ ଦେଇଛି ଟିକେଟ । ସେପଟେ କଂଗ୍ରେସ ମଧ୍ୟ ଲୋକସଭା ପାଇଁ ଦଳୀୟ ପ୍ରାର୍ଥୀ ଭାବେ ସ୍ଥାନୀୟ ଯୁବନେତା ମନୋଜ ଆଚାର୍ଯ୍ୟଙ୍କୁ ଦେଇଛି ଟିକେଟ୍ କିନ୍ତୁ ଏପର୍ଯ୍ୟନ୍ତ ବିଜେପି କାହାକୁ ମଇଦାନକୁ ଓହ୍ଲାଇବ ସ୍ଥିର କରିପାରୁନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଗତକିଛିଦିନ ଧରି ସ୍ଥାନୀୟ ଲୋକ କନ୍ଧମାଳ ଲୋକସଭା ପାଇଁ ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବୀ କରିଆସୁଥିଲେ । ହେଲେ ବିଜେଡି ବାହାର ପ୍ରାର୍ଥୀଙ୍କୁ ଟିକେଟ ଦେଇଛି , ଏବେ ଅଚ୍ୟୁତଙ୍କ ନେଇ ଜିଲ୍ଲାରେ ଦେଖାଦେଇଛି ମିଶ୍ର ପ୍ରତିକ୍ରିୟା । କଂଗ୍ରେସ କିନ୍ତୁ ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀକରି ବିଜୟୀ ହେବାକୁ ଆଶା ବାନ୍ଧିଛି , ଏବେ ନଜର ବିଜେପି ଉପରେ ଦଳ ସ୍ଥାନାୟ ନେତାଙ୍କୁ ପ୍ରାଧାନ୍ୟ ଦେଉଛି ନା ବାହାର ପ୍ରାର୍ଥୀଙ୍କୁ ମଇଦାନକୁ ଆଣୁଛି ।

ଏହାରି ଭିତରେ ଟିକେଟରୁ ବାଦ ପଡିଥିବା ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ଦଳରୁ ଇସ୍ତଫା ଦେଇଛନ୍ତି । ଏହାସହ ଆହୁରୀ ନେତା ଇସ୍ତଫା ଦେବାପାଇଁ ସଜବାଜ ହେଉଛନ୍ତି । ଏହି ଦଳ ଡିଆଁ ରାଜନୀତି କେଉଁ ଦଳକୁ କେତେ ସଫଳତା ଦେଉଛି ତାହାକୁ ଅପେକ୍ଷା ।

କନ୍ଧମାଳରୁ ସଦାଶିବ ପାତ୍ର , ଇଟିଭି ଭାରତ

Intro:Body:

ଜବତ ହେଲା ହିଜବ୍ବୁଲ ମୁଜାହିଦ୍ଦୀନର ସମ୍ପତ୍ତି

ଶ୍ରୀନଗର: ଆତଙ୍କୀଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବଡ ପଦକ୍ଷେପ । ଆତଙ୍କୀ ଫଣ୍ଡିଂ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଲା ଇଡି । ଆତଙ୍କୀ ସଙ୍ଗଠନ ହିଜବ୍ବୁଲ ମୁଜାହିଦ୍ଦୀନର ମୁଖିଆ ସଇଦ ସଲାଉଦ୍ଦୀନର ଜମ୍ମୁ କଶ୍ମୀରରେ ଥିବା 13ଟି ସମ୍ପତ୍ତି ଜବତ କରିଛି ଇଡି । କିନ୍ତୁ ସଲାଉଦ୍ଦୀନ ବର୍ତ୍ତମାନ ପାକିସ୍ତାନର ରାୱଲପିଣ୍ଡିରେ ରହୁଛି ।

ଧନ ସଂଶୋଧନ ନିବାରଣ ଅଧିନିୟମ (ପିଏମଏଲଏ) ଅନୁଯାୟୀ ହିଜବ୍ବୁଲ ବିରୁଦ୍ଧରେ ଇଡି ସମ୍ପତ୍ତି ଜବତ କରିବା ପାଇଁ ନୋଟିସ ଜାରି କରିଥିଲା । ଏହି ସମ୍ପତ୍ତି ବନ୍ଦିପୋରା ବାସିନ୍ଦା ମହମ୍ମଦ ଶାଫି ଶାହ ଓ ଆତଙ୍କୀ ସଙ୍ଗଠନ ସହ ଜଡିତ ରାଜ୍ୟର 6 ଜଣଙ୍କ ନାମରେ ରହିଛି । ପୂର୍ବରୁ ସଲାଉଦ୍ଦୀନ, ସାହ ଓ ଅନ୍ୟମାନଙ୍କ ବିରୁଦ୍ଧରେ ବେଆଇନ ଗତିବିଧି ନିୟନ୍ତ୍ରଣ ଅଧିନିୟମ (ୟୁଏପିଏ) ଆଧାରରେ ଅଭିଯୋଗ ପତ୍ର ଦାଖଲ କରିଥିଲା ଇଡି ।   

ନିକଟରେ ଜମ୍ମୁ ବସଷ୍ଟାଣ୍ଡରେ ଗ୍ରେନେଡ ଆକ୍ରମଣ ଘଟଣାରେ ହିଜ୍ଜବୁଲ ଆତଙ୍କୀ ସଙ୍ଗଠନର ନାମ ସାମନାକୁ ଆସିଥିଲା । ତେବେ ଆକ୍ରମଣକାରୀ ୟାସିର ଭଟ୍ଟକୁ ଗିରଫ କରିଥିଲା ପୋଲିସ । ହିଜ୍ଜବୁଲ କମାଣ୍ଡରର ନିର୍ଦ୍ଦେଶକ୍ରମେ ୟାସିର ବସଷ୍ଟାଣ୍ଡରେ ଗ୍ରେନେଡ ମାଡ କରିଥବା ସ୍ୱୀକାର କରିଥିଲା । 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.